• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ, ଜବତ ହେଲା ମାଦକ ଦ୍ରବ୍ୟ

by Voice of Victims
March 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ, ଜବତ ହେଲା ମାଦକ ଦ୍ରବ୍ୟ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ଏକ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଚଢ଼ାଉ କାର୍ଯ୍ୟକ୍ରମ ଚାଲୁଛି। ଜାନୁଆରୀ ମାସ ୧ ତାରିଖଠାରୁ ଫେବୃଆରୀ ମାସ ୨୯ ତାରିଖ ଦୁଇମାସ ମଧ୍ୟରେ ଆୟକର ବିଭାଗ ଦ୍ୱାରା ୩.୬୧ କୋଟି ନଗଦ ଟଙ୍କା ଓ ୭.୮୦ କିଗ୍ରାର ମୂଲ୍ୟବାନ ଧାତୁ ଯଥା-ସୁନା, ରୂପା, ହୀରା ଇତ୍ୟାଦି ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୪.୭୩ କୋଟି ଟଙ୍କା ହେବ ଜବତ କରାଯାଇଛି। ସେହିପରି ଗତ ଦୁଇମାସ ମଧ୍ୟରେ ପ୍ରବର୍ତ୍ତନ କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୨ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସ୍‌ଏଫ୍‌) ଦ୍ୱାରା ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୮ ଲକ୍ଷ ନଗଦ ଟଙ୍କା, ୨୨୪୩୯୬.୩୦ ଲିଟର ମଦ, ଯାହାର ଆନୁମାନିକ ମୂଲ୍ୟ ୫.୧୮ କୋଟି ଟଙ୍କା, ୨୪୮୨୫ କିଗ୍ରାର ମାଦକ ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୨୫.୧୭ କୋଟି ଟଙ୍କା, ୦.୨୭ କିଗ୍ରାର ମୂଲ୍ୟବାନ ଧାତୁ, ଯାହାର ମୂଲ୍ୟ ୦.୧୯ କୋଟି ଟଙ୍କା ହେବ ଜବତ କରାଯାଇଛି। ସେହିପରି ରାଜ୍ୟ ଅବକାରୀ ବିଭାଗ ଦ୍ୱାରା ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ୨ ଲକ୍ଷ ଟଙ୍କା, ୪୧୨୪୦୮.୬୬ ଲିଟର ମଦ (ଯାହାର ମୂଲ୍ୟ ୮.୫୪ କୋଟି ଟଙ୍କା), ୩୭୩୩.୫୦ କି.ଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୭.୫୪ କୋଟି ଟଙ୍କା) ଜବତ କରାଯାଇଛି ଓ ରେଳବାଇ ସୁରକ୍ଷା ବଳଙ୍କ ଦ୍ୱାରା ୮୯.୧୫ ଲିଟର ମଦ, ୪୪୬.୫୧ କିଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୦.୪୧ କୋଟି ଟଙ୍କା) ଜବତ କରାଯାଇଛି। ରାଜ୍ୟ ସି.ଟି. ଓ ଜି.ଏସ୍‌.ଟି ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୬.୦୫ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଜବତ କରାଯାଇଥିବାବେଳେ ଜଙ୍ଗଲ ବିଭାଗ ତରଫରୁ ୩.୮୪ କୋଟି ଟଙ୍କାର ମୂଲ୍ୟବାନ ଆସବାବପତ୍ର ଓ କାଠ ସାମଗ୍ରୀ ଜବତ କରାଯାଇଛି। ଗତ ଦୁଇମାସ ମଧ୍ୟରେ ଉପରୋକ୍ତ ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ମୋଟରେ ୪.୪୬ କୋଟି ନଗଦ ଟଙ୍କା, ୬୩୬୮୯୪.୧୧ ଲିଟର ମଦ (ଯାହାର ମୂଲ୍ୟ ୧୩.୭୩ କୋଟି ଟଙ୍କା), ୨୯୦୭୮.୨୧ କିଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୩୩.୪୦ କୋଟି ଟଙ୍କା), ୮.୦୬ କିଗ୍ରାର ମୂଲ୍ୟବାନ ଧାତୁ (ଯାହାର ମୂଲ୍ୟ ୪.୯୨ କୋଟି ଟଙ୍କା) ଓ ୧୯.୮୯ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଇତ୍ୟାଦି ଜବତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Post Views: 41
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In