• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜୟା କିଶୋରୀଙ୍କୁ ପ୍ରଧାନମନ୍ତ୍ରୀ କଲେ ପୁରସ୍କୃତ

by Voice of Victims
March 9, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଜୟା କିଶୋରୀଙ୍କୁ ପ୍ରଧାନମନ୍ତ୍ରୀ କଲେ ପୁରସ୍କୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତ ମଣ୍ଡପମରେ ପ୍ରଥମ ଥର ପାଇଁ ଜାତୀୟ କ୍ରିଏଟର ସମ୍ମାନ ପ୍ରଦାନ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ସମାଜିକ ଗଣମାଧ୍ୟମ କିମ୍ବା ୟୁଟୁବରେ ନିଜର ଦକ୍ଷତା ପ୍ରତିପାଦନ କରାଇ ସାମାଜିକ ପରିବର୍ତ୍ତନ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ଗତକାଲି ୨୩ ଜଣ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛି ଜୟା କିଶୋରୀ। ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ। ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି। ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି ଲାଗି ରହିଛି। ପ୍ରତିଦିନ ତାଙ୍କ ପାଖକୁ ଏତେ ନିମନ୍ତ୍ରଣ ଆସୁଛି ଯାହାକୁ ସେ ପାଞ୍ଚ ବର୍ଷ ଲାଗିଲେ ମଧ୍ୟ ସାରି ପାରିବେ ନାହିଁ। ଯେଉଁମାନଙ୍କୁ ପ୍ରବଚନ ଦେବା ପାଇଁ ଜୟା କିଶୋରୀ ଜୀ ରାଜି ହେଉଛନ୍ତି ସେମାନଙ୍କ ଭାଗ୍ୟ କହିଲେ ନ ସରେ। ସେମାନେ ଭଗବାନଙ୍କ ସାନିଧ୍ୟ ହାସଲ କଲେ ବୋଲି ଭାବି ନିଅନ୍ତି। ଜୟା କିଶୋରୀ ଜୀ, ବୟସ ମାତ୍ର ୨୭ ବର୍ଷ। ସେ ୧୯୯୬ ମସିହା ଜୁଲାଇ ୧୩ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ସାତ ବର୍ଷ ବୟସ ସେତେବେଳେ ସେ ନିଜ ପରିବାର ଲୋକଙ୍କ ପାଖରେ ଭଗବାନଙ୍କ ବାଣୀ କହିବାକୁ ଆରମ୍ଭ କରିଥିଲେ। ତାଙ୍କର ଏପରି ଆଗ୍ରହ ଦେଖି ପରିବାର ତରଫରୁ ଏକ ପ୍ରବଚନର ଆସର ମଧ୍ୟ ଆୟୋଜନ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ଜୟା କିଶୋରୀ ପିଲାବେଳେ ପୁରା ସାତ ଦିନ ଧରି ଶ୍ରୀମଦ ଭାଗବତ ଗୀତା ଉପରେ ପ୍ରବଚନ ଦେଇ ସମସ୍ତଙ୍କୁ ଚମତକୃତ କରିଦେଇ ଥିଲେ। ଏହାପରେ ସେ ସେତେବେଳେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ତାଙ୍କୁ ପ୍ରବଚନ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହାଦ୍ବାରା ଜୟା କିଶୋରୀ ଧିରେ ଧିରେ ସାରା ଭାରତରେ ଜଣେ ପରିଚିତ ପ୍ରବଚକ ପାଲଟି ଗଲେ। ଜୟା କିଶୋରୀ ଜୀ ଲୋକଙ୍କ ଆଗ୍ରହକୁ ଦେଖି ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ କରିଛନ୍ତି ଯାହାର ନାମ ରହିଛି Jaya Kishori Motivation’। ଯାହାର ସବସ୍କ୍ରାଇବର ସଂଖ୍ୟା ୯ ଲକ୍ଷ। ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫଲୋଅର ସଂଖ୍ୟା ୫୪ ଲକ୍ଷ ଏବଂ ଟୁଇଟରରେ ପ୍ରାୟ ଲକ୍ଷେ ଫଲୋଅର ଅଛନ୍ତି।

Post Views: 39
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In