• About Us
  • Contact Us
Thursday, September 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରଣଜୀ ଟ୍ରଫି ୨୦୨୪: ବିଦର୍ଭକୁ ପରାସ୍ତ କରି ୪୨ ତମ ଥର ପାଇଁ ଟାଇଟଲ ଜିତିଲା ମୁମ୍ବାଇ

by Voice of Victims
March 14, 2024
in ଦେଶ ବିଦେଶ, ମୁଖ୍ୟ ଖବର
ରଣଜୀ ଟ୍ରଫି ୨୦୨୪: ବିଦର୍ଭକୁ ପରାସ୍ତ କରି ୪୨ ତମ ଥର ପାଇଁ ଟାଇଟଲ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ବିଦର୍ଭକୁ ପରାସ୍ତ କରି ୪୨ ତମ ଥର ପାଇଁ ମୁମ୍ବାଇ ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଛି। ଏହି ମ୍ୟାଚରେ ମୁମ୍ବାଇ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଜିତିଛି। ପ୍ରଥମ ଇନିଂସରେ ଶସ୍ତାରେ ଆଉଟ ହେବା ପରେ ଦ୍ୱିତୀୟ ଇନିଂସରେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରି ବିଦର୍ଭ ପାଇଁ ୫୩୮ ରନ୍ ର ବିଶାଳ ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଦର୍ଭ ଦଳ ଅନେକ ଭୁଲ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ଟାଇଟଲ୍ ମ୍ୟାଚ୍ ହରାଇବାକୁ ପଡିଥିଲା। ଆସନ୍ତୁ ଜାଣିବା ବିଦର୍ଭ ଦଳର ପରାଜୟର ବଡ କାରଣ…..ଏହି ମ୍ୟାଚରେ ବିଦର୍ଭ ଦଳ ଖରାପ ବୋଲିଂ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସେମାନେ ୨୨୪ ରନ୍ ରେ ମୁମ୍ବାଇକୁ ଆଉଟ୍ କରିଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ଙ୍କ ସାମ୍ନାରେ ଦଳର ବୋଲରମାନେ ସମ୍ପୂର୍ଣ୍ଣ ଫିକା ପଡିଥିବାର ଦେଖାଯାଉଥିଲା। ମୁମ୍ବାଇ ଦ୍ୱିତୀୟ ଇନିଂସରେ ୪୧୮ ରନ୍ କରିଥିଲା। ବୋଲିଂ ସହିତ ବିଦର୍ଭ ଦଳର ବ୍ୟାଟିଂ ମଧ୍ୟ ବହୁତ ଖରାପ ଥିଲା। ମ୍ୟାଚରେ ପ୍ରଥମେ ବୋଲିଂ କରି ବିଦର୍ଭ ୨୨୪ ରନ୍ ରେ ମୁମ୍ବାଇକୁ ଆଉଟ କରିଥିଲା। କିନ୍ତୁ ତା’ପରେ ଏହାର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ବିଦର୍ଭ ଦଳ ମାତ୍ର ୧୦୫ ରନ୍ ସଂଗ୍ରହ କରିଥିଲା। ଦଳର ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ପାର କରିପାରିନଥିଲେ, ଯେଉଁଥିରେ ଦୁଇଟି ଗୋଲ୍ଡେନ ଡକ ଅନ୍ତର୍ଭୁକ୍ତ ଥିଲା। ଏହିପରି ଭାବରେ ପ୍ରଥମ ଇନିଂସର ବ୍ୟାଟିଂ ବିଫଳତା ଯୋଗୁଁ ବିଦର୍ଭ ଦଳ ଟାଇଟଲ ମ୍ୟାଚ ଜିତିବାର ସ୍ଵପ୍ନ ହରାଇଥିଲା।

Post Views: 57
Share200Tweet125Send
Voice of Victims

Voice of Victims

Recent Posts

  • ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ
  • କାର୍ଯ୍ୟକାରୀ ହେଲା ବହୁ ପ୍ରତୀକ୍ଷିତ ନୟାଗଡ଼-ଶରଣକୁଳ-ଓଡ଼ଗାଁ ନୂତନ 33 କେଭି ଲାଇନ, ସୁଇଚ ଟିପି ଜିଲ୍ଲାପାଳ କଲେ ଲୋକାର୍ପଣ, ଉପକୃତ ହେବେ 50 ହଜାର ବିଦ୍ୟୁତ ଉପଭୋକ୍ତା
  • ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ
  • ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
  • କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In