• About Us
  • Contact Us
Thursday, September 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନିଜ ଦେଶକୁ ଫେରିଲେ ବିଦେଶୀ ପର୍ଯ୍ୟଟକ

by Voice of Victims
March 14, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିଜ ଦେଶକୁ ଫେରିଲେ ବିଦେଶୀ ପର୍ଯ୍ୟଟକ

ପୁରୀ(ଭିଓଭି): ନେଦରଲ୍ୟାଣ୍ଡ ରୁ ଓଡ଼ିଶା ବୁଲିବାକୁ ଆସି ଲୁଟର ଶିକାର ହୋଇଥିବା ବିଦେଶୀ ପର୍ଯ୍ୟଟକ ଆନ୍ଥୋନି ଭ୍ୟାନ ଅର୍କେଲ ନିଜ ଦେଶକୁ ଫେରିଛନ୍ତି । ନିଜର ଟଙ୍କା କ୍ୟାମେରା ସହିତ ସମସ୍ତ ଜିନିଷ ଟ୍ୟାକ୍ସି ଡ୍ରାଇଭର ଲୁଟିନେବା ପରେ ତାଙ୍କୁ ପୁରୀ ପୋଲିସ ଆଣି ପୁରୀ ଲୋକନାଥ ରୋଡ ସ୍ଥିତ ନୀଳାଦ୍ରି ନୀଳୟ ଭିକାରୀ ଆଶ୍ରୟ ସ୍ଥଳରେ ରଖିଥିଲେ । ସେଠାରେ ସେ ଜାନୁଆରୀ ୨୫ ତାରିଖ ରୁ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଅତି ଦୟନୀୟ ଅବସ୍ଥାରେ ଆଶ୍ରୟ ନେଇଥିବା ଦେଖିବା ପରେ ସମାଜସେବି ଡାନିଆଲ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ ଦାସ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀଙ୍କ ନଜରକୁ ଆଣିଥିଲେ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ତାଙ୍କୁ ଭିକାରୀ ଆଶ୍ରୟ ସ୍ଥଳରୁ ଉଦ୍ଧାର କରାଇ ପ୍ରଥମେ ପାନ୍ଥନିବାସ ଏବଂ ପରେ ସର୍କିଟ ହାଉସ୍‌ରେ ରହିବା ବ୍ୟବସ୍ଥା କରାଇଥିଲେ । ଗୁରୁବାର ଦିନ ଅଭିଯୁକ୍ତ ଟ୍ୟାକ୍ସି ଚାଳକ ସାଗର ମଲ୍ଲିକ କୁ ଗିରଫ କରି ଆନ୍ଥୋନିଙ୍କ ସମ୍ମୁଖରେ ଚିହ୍ନଟ କରାଇବା ପରେ ଅଧିକ ତଦନ୍ତ ପାଇଁ ପୋଲିସ୍ ହେପାଜତକୁ ପଠାଯାଇଛି । ମାତ୍ର ଅଭିଯୁକ୍ତଙ୍କ ଠାରୁ ଏ ପର୍ଯ୍ୟନ୍ତ କିଛି ଜିନିଷ ଜବତ କରାଯାଇ ପାରିନାହିଁ । ଏଥିସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ସ୍ପୋର୍ଟସ ଅଫିସର ଚନ୍ଦନ କୁମାର ସାହୁ ଆନ୍ଥୋନିଙ୍କୁ ସରକାରୀ ବ୍ୟବସ୍ଥା ସହିତ ବିମାନ ଯୋଗେ ଆଜି ନାଗପୁର ପଠାଇଛନ୍ତି । ସେଠାରୁ ସେ ନିଜ ଦେଶକୁ ଆସନ୍ତାକାଲି ଫେରିଯିବେ ।

Post Views: 76
Share203Tweet127Send
Voice of Victims

Voice of Victims

Recent Posts

  • ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ
  • କାର୍ଯ୍ୟକାରୀ ହେଲା ବହୁ ପ୍ରତୀକ୍ଷିତ ନୟାଗଡ଼-ଶରଣକୁଳ-ଓଡ଼ଗାଁ ନୂତନ 33 କେଭି ଲାଇନ, ସୁଇଚ ଟିପି ଜିଲ୍ଲାପାଳ କଲେ ଲୋକାର୍ପଣ, ଉପକୃତ ହେବେ 50 ହଜାର ବିଦ୍ୟୁତ ଉପଭୋକ୍ତା
  • ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ
  • ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
  • କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In