• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସମୀକ୍ଷା ବୈଠକ ଓ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ସି.ଆର.ସି.ସି.ଙ୍କୁ ସମ୍ବର୍ଦ୍ଧନା

by Voice of Victims
March 16, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମୀକ୍ଷା ବୈଠକ ଓ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ସି.ଆର.ସି.ସି.ଙ୍କୁ ସମ୍ବର୍ଦ୍ଧନା

ରଣପୁର (ଭିଓଭି) : ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଆଉ କେଉଁ ଅସୁବିଧା ରହୁଛି, ତାହାର ପ୍ରତିକାର ପାଇଁ କଣ ପଦକ୍ଷେପ ନିଆ ଯାଇପାରିବ ତାହାକୁ ସମୀକ୍ଷା କରିବା ପାଇଁ ବ୍ଲକର ପ୍ରତ୍ୟକ୍ଷ କ୍ଲଷ୍ଟରରେ ଜଣେ ଜଣେ ସି.ଆର.ସି.ସି. ଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ କାର୍ଯ୍ୟ  କ୍ଷେତ୍ରରେ କଣ ସୁବିଧା ଅସୁବିଧା ରହିଛି ତାହାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ସମୀକ୍ଷା କରାଯାଇଥାଏ।  ଏହି ସମୀକ୍ଷା ବୈଠକ ପ୍ରତି ଦୁଇ ମାସରେ ଥରେ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ରାଜସୁନାଖଳା ଦ୍ୱାରା ମାର୍ଚ୍ଚ ୧୫ ଓ ୧୬ ତାରିଖରର ଏହି ଦୁଇ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୫ ତାରିଖ ଦିନ ଗଣିଆ, ଖଣ୍ଡପଡା, ଓଡଗାଁ, ନୂଆଗାଁ ବ୍ଲକର ସି.ଆର.ସି.ସି. ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା ବେଳେ ମାର୍ଚ୍ଚ ୧୬ ତାରିଖ ଦିନ ରଣପୁର, ନୟାଗଡ, ଦଶପଲ୍ଲା, ଭାପୁର ସି.ଆର.ସି.ସି. ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ବଟକୃଷ୍ଣ ସାହୁ, ଅନିନ୍ଦିତା ପ୍ରିୟଦର୍ଶିନୀ, ମାନସ କୁମାର ସାହୁ, ସନ୍ତୋଷ କୁମାର ମିଶ୍ର, ଦୀପକ କୁମାର ପ୍ରଧାନ ପ୍ରମୁଖ ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ସି.ଆର.ସି.ସି. ମାନଙ୍କ ସହିତ ଆଲୋଚନା କରିଥିଲେ।  ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନୟାଗଡ ଜିଲ୍ଲାର ଉତ୍ତମ ସି.ଆର.ସି.ସି. ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ନୟାଗଡ ବ୍ଲକ ସି.ଆର.ସି.ସି. ମୃତ୍ୟୁଞ୍ଜୟ ଷଡ଼ଙ୍ଗୀଙ୍କୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀ, ସମସ୍ତ ଶିକ୍ଷକ ପ୍ରଶିକ୍ଷକ ଏବଂ ସମସ୍ତ ସି.ଆର.ସି.ସିମାନଙ୍କ ଦ୍ୱାରା ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In