ଉମରକୋଟ (ଭିଓଭି) : ଲୁଚା ଚୋରାରେ ଚାଲିଛି ଜୁଆ ବେପାର । ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବେ ବାଛୁଛନ୍ତି କିଛି ଯୁବପିଢୀ । ଖାଲି ସହରାଞ୍ଚଳ କାହିକିଁ ଗାଁ ଗଣ୍ଡାର ଯୁବପିଢୀଙ୍କୁ ମଧ୍ୟ କିମିଆ କରିଛି ଜୁଆ ଖେଳ । ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରୀଗାଁ, ରାଇଘର, ଡାବୁଗାଁ, ସିଂସାରୀ ଥାନା ଅଞ୍ଚଳ ଗୁଡିକରେ ଏବେ ମଣ୍ଡେଇଚାଲିଥିବା ବେଳେ ଲୁଚି ଛିପି ବିଭିନ୍ନ ସ୍ଥାନରେ ଚାଲିଛି ଜୁଆ ବେପାର । ଖାଲି ଜୁଆ କାହିଁକି ତିନିପତି, ଗଞ୍ଜା ଲଢେ଼ଇ ଆଦି ବେନିୟମ କାର୍ଯ୍ୟକୁ ବ୍ୟବସାୟ ରୂପ ଦେଇଛନ୍ତି ଯୁବପୀଢ଼ି ।୨୦୧୫ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଞ୍ଜା ଲଢେଇକୁ ନିଷେଧ ଘୋଷଣା କରାଯାଇଥିଲା । ଯଦି କିଏ ଏହି ଅପରାଧ କରିବ ତାଙ୍କ ପାଇଁ କଠୋର ରୁ କଠୋର ଦଣ୍ଡବିଧାନର ବନ୍ଦୋବସ୍ତ ରହିଛି । କିନ୍ତୁ ଏସବୁ ବାଦ ଉମରକୋଟ,ରାଇଘର,ଝରୀଗାଁ, ଡାବୁଗାଁ, ସିଂସାରୀ ଥାନା ଅଧିନ ଥିବା କିଛି ଅଞ୍ଚଳ ଗୁଡିକ ଓ ହାଟ ରେ ଲୁଚା ଛାପା ଅବସ୍ଥାରେ ଏହି ବେପାର ଚାଲିଛି। ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମେରକୋଟ ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର ଓ ଆଇ.ଆଇ.ସି ଡମ୍ବରୁଧର ପ୍ରଧାନ ଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରହିଥିବା ବେଳେ ବହୁ ପରିମାଣ ର ଜୁଆ ସାମଗ୍ରୀ ସାଙ୍ଗକୁ ଟଙ୍କା ଜବତ କରାଯାଇ ଥିବାର ଜଣା ପଡ଼ିଛି, ଅପରପକ୍ଷେ ନୂଆ ଏସ୍.ଡି.ପି.ଓ ମଧୁଶିକ୍ତା ମିଶ୍ର ଙ୍କ ଯୋଗଦାନ ପରେ ଜୁଆ ଖେଳାଉ ଥିବା ଲୋକଙ୍କ ମନ ଭିତରେ ଛନକା ପଶିଯାଇଛି। ବେଆଇନ ଜୁଆ ଖେଳକୁ ସମ୍ପୂର୍ଣ ଭାବେ ଆଗମୀ ଦିନ ରେ ବନ୍ଦ କରାଯିବ ବୋଲି ଉମେରକୋଟ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି! ଜୁଆ ଖେଳଉଥିବା ଦଲାଲ ମାନଙ୍କୁ ବାରମ୍ବାର ଚେତାବନୀ ଦିଆ ଯାଇଛି ଆଗାମୀ ସମୟରେ ସମ୍ପୂର୍ଣ ଭାବେ ବନ୍ଦ କରା ନ ଗଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
