• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ହେବ ୫୨୪ ଟି ପିଙ୍କ୍ ବୁଥ

by Voice of Victims
March 17, 2024
in ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ହେବ ୫୨୪ ଟି ପିଙ୍କ୍ ବୁଥ

ଭୁବନେଶ୍ବର : ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଗତକାଲିଠାରୁ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଣା କହିଲେ ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଜିଲ୍ଲାରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଏବଂ ପୁରୀ ଲୋକସଭା ଆସନ ଅନ୍ତର୍ଗତ ଚିଲିକା ବିଧାନସଭାରେ ମତଦାନ ହେବ। ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଆସନ୍ତା ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ଜାରି ହେବ ଏବଂ ମଇ ୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେହିଭଳି ମଇ ୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏଥିସହ ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ଜୁନ୍‌ ୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। ଚଳିତ ନିର୍ବାଚନ ନିମନ୍ତେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୬୫ ହଜାର ୪୫୫ ଜଣ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରେ ୯ ଲକ୍ଷ ୭୧ ହଜାର ୫୫୪ ଜଣ ପୁରୁଷ, ୮ ଲକ୍ଷ ୯୩ ହଜାର ୩୪୧ ଜଣ ମହିଳା, ୫୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୩୫ ହଜାର ୩୦୮ ଜଣ ଯୁବ ଭୋଟର ରହିଛନ୍ତି । ଜିଲ୍ଲାରେ ୮ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୦୭ଟି ଭୋଟଦାନ କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୫୨୪ଟି ମହିଳାମାନଙ୍କ ଦ୍ୱାରା ପରିଚାଳିତ ପିଙ୍କ୍‌ ବୁଥ୍‌ ତଥା ସଖୀ ବୁଥ୍‌, ୧୪୯ଟି ବୁଥ୍‌ରେ ମତଦାନ ପରିଚାଳନା ନିମନ୍ତେ ମହିଳାମାନେ ପ୍ରମୁଖ ଦାୟିତ୍ୱ ତୁଲାଇବା ସହ ୩୦ ବର୍ଷରୁ କମ୍‌ ଯୁବ ଅଧିକାରୀମାନେ ୩୦ଟି ବୁଥ୍‌ରେ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିଭଳି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ବୁଥ୍‌ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ । ଅନ୍ୟପକ୍ଷରେ ଭୁବନେଶ୍ୱର (ମଧ୍ୟ)ର ସମସ୍ତ ୧୯୯ଟି ବୁଥ୍‌ ସଖୀ ମତଦାନକେନ୍ଦ୍ର ଭାବେ ପରିଚାଳିତ ହେବ। ଏହି ସମସ୍ତ ମତଦାନ କେନ୍ଦ୍ର ମଧ୍ୟରୁ ୨୦ ପ୍ରତିଶତ ଆଦର୍ଶ ବୁଥ୍‌ ଏବଂ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାରେ ଜିଲ୍ଲାରେ ପ୍ରାୟ ୧୪ ହଜାର ପୁଲିଂ ଅଧିକାରୀ ନିଯୁକ୍ତ ହେବେ। ପୁଲିଂ ଅଧିକାରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥ୍‌ରେ ଅସ୍ଥାୟୀ ପ୍ରତୀକ୍ଷାକକ୍ଷ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯିବ। ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ପାଇଁ ଜିଲ୍ଲା ପଣ୍ୟାଗାର ଏବଂ ଚିଲିକା ବିଧାନସଭା ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବା ସହ ମତଦାନ ପରେ ଇଭିଏମ୍‌ ଦାଖଲ ଏବଂ ଭୋଟଗଣନା କେନ୍ଦ୍ର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିଭଳି ୮୫ ବର୍ଷ ବୟସରୁ ଊଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ନିଜେ ଘରେ ରହି ମତଦାନ କରିବା ନିମନ୍ତେ ବ୍ୟବସ୍ଥା କରାଯିବ। ନିର୍ବାଚନୀ ସଂକ୍ରାନ୍ତୀୟ ଅଭିଯୋଗ ନିମନ୍ତେ ସି-ଭିଜିଲ୍‌ ଆପ୍‌ କିମ୍ବା ଜିଲ୍ଲା ନିୟନ୍ତ୍ରଣ କକ୍ଷ ୦୬୭୫୫-୨୨୦୯୩୭ ଏବଂ ୧୯୫୦କୁ ଫୋନ୍‌ କରି ଅଭିଯୋଗ ଦାଖଲ କରିହେବ। ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ମିଡ଼ିଆ ସାର୍ଟିଫିକେସନ୍‌ ଏବଂ ମନିଟରିଂ କମିଟି ସେଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ସହ ଅର୍ଥ, ଉପହାର କିମ୍ବା ମାଦକ ଦ୍ରବ୍ୟ ଭଳି ପ୍ରଲୋଭନ ରୋକିବା ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ବିଭିନ୍ନ ଟିମ୍‌ମାନ ଗଠନ କରାଯାଇଥିବା ଶ୍ରୀ ରାଣା କହିଥିଲେ। ପୂର୍ବରୁ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ସହ ନିର୍ବାଚନ ସଂପର୍କରେ ଆଲୋଚନା କରିବା ସହ ଏହାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସହଯୋଗ ଲୋଡ଼ିଥିଲେ। ସେହିଭଳି ସରକାରଙ୍କର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ହୋଡିଂ, ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ତୁରନ୍ତ ହଟାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜିଲ୍ଲାପାଳ ଦେଇଛନ୍ତି। ଜିଲ୍ଲାରେ ଥିବା ସରକାରଙ୍କ ବିଭିନ୍ନ ୱେବ୍‌ସାଇଟ୍‌, ବିଭିନ୍ନ କାର୍ଯ୍ୟାଳୟ ପରିଚାଳିତ ସାମାଜିକ ଗଣମାଧ୍ୟମରୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫଟୋ ହଟାଯାଇଛି। ସେହିଭଳି ସରକାରଙ୍କ ବିଭିନ୍ନ ଗେଷ୍ଟହାଉସ୍‌ରେ କୌଣସି ରାଜନୈତିକ କାର୍ଯ୍ୟକାଳପ ନିମନ୍ତେ କିମ୍ବା ରାଜନେତାଙ୍କ ରହଣି ନିମନ୍ତେ ବ୍ୟବହାର ନକରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ନିର୍ବାଚନ ଡେପୁଟି କଲେକ୍‌ଟର ଶ୍ରୀ ମନୋଜ କୁମାର ସେନାପତି, ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ମୁର୍ମୁ, ଅତିରିକ୍ତ ଡିସିପି ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 35
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In