• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଅବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

by Voice of Victims
March 17, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ (ଭିଓଭି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପିଛା ଛାଡୁନି ଅବ୍ୟବସ୍ଥା । ପ୍ରକଳ୍ପ ଉଦ୍‌ଘାଟନର ମାତ୍ର କେତୋଟି ଦିନ ନ ଯାଉଣୁ ପରିଚାଳନା ସମ୍ବନ୍ଧୀୟ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । କେତେବେଳେ କୁଢ଼ କୁଢ଼ ଅଳିଆ ଗଦା ହୋଇ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି ତ, ଆଉ କେତେବେଳେ ଶୌଚାଳୟ ରେ ପାଣି ନଥିବାରୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ । ଶୌ ଚାଳୟ ବ୍ୟବହାର ପରିବର୍ତେ ବାହାରେ ପରିଶ୍ରା କରୁଛନ୍ତି । ପ୍ରକଳ୍ପ ଉଦ୍‌ଘାଟନକୁ ମାତ୍ର ୨ ମାସ ନ ପୂରୁଣୁ, ଉଦ୍‌ଘାଟନ ବେଳେ ଝଲମଲ ସାର୍ଫି ଆଲୋକରେ ଝଲସୁଥିବା ପରିକ୍ରମା ମାର୍ଗରେ ଏବେ ସଂଞ ନଇଁଲେ ଅନ୍ଧାର ହୋଇ ଯାଉଛି । ଫଳରେ ସନ୍ଧ୍ୟା ସମୟରେ ପରିକ୍ରମା ମାର୍ଗରେ ବୁଲିବାର ସୁଖଦ ଅନୁଭୂତି ସାଉଁଟି ପାରୁ ନାହାନ୍ତି ଶ୍ରଦ୍ଧାଳୁ । ଅନ୍ଧାରରେ ବସି ଭଜନ କୀର୍ତନ କରିବାକୁ ଆଗ୍ରହ ଆସୁନି ମନରେ । ଏଥିପାଇଁ ନିଘା ନାହିଁ ଶ୍ରୀମନ୍ଦିର ପ୍ରଶାସନର କି ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କର । ମାର୍ଗରେ ଲାଗିଥିବା ୪୪ଟି ଶାର୍ଫି ଲାଇଟ୍ ମଧ୍ୟରୁ ଏବେ ମାତ୍ର ୨୩ଟି ଲାଇଟ୍ ଜଳୁଥିବା ବେଳେ ୨୧ ଟି ଲାଇଟ୍ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି । ରାଧାବଲ୍ଲଭ ମଠ ନିକଟରେ ୮ଟି, ପଞ୍ଜାବୀ ମଠ ନିକଟରେ ୪ଟି, ଗାଣ୍ଡୁଆ ଚଉରା ଛକରେ ୪ଟି, ପଶ୍ଚିମଦ୍ୱାର ସମ୍ମୁଖରେ ୪ଟି ଓ ବଡ଼ଆଖଡ଼ା ମଠ ନିକଟରେ ଗୋଟିଏ ଲାଇଟ୍ ଅକାମୀ ହୋଇ ପଡ଼ିଛି । ଫଳରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ହୃଦୟଙ୍ଗମ କରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ନିମନ୍ତେ ତୁରନ୍ତ ଅଚଳ ହୋଇପଡିଥିବା ସାର୍ଫି ଲାଇଟ୍ ଗୁଡିକୁ ତୁରନ୍ତ ମରାମତି କରିବାକୁ ଦାବି ଜଣାଇ ଶନିବାର ଦିନ ଆସୋସିଏସନ ଅଫ୍ ଟ୍ୱିଟର ଆକ୍ଟିଭିଷ୍ଟ (ଆଟା) ସଦସ୍ୟ ବିସ୍ମୟ ମିଶ୍ରଙ୍କ ନେତୃତ୍ୱରେ ଆସୋସିଏସନର ଏକ ଟିମ୍ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In