ଉମେରକୋଟ (ଭିଓଭି): ଚଳିତ ସାଧାରଣ ନିର୍ବାଚନ କୁ ଅବାଧ ଏବଂ ନିରପେକ୍ଷ ଭାବେ କରାଇବା ପୋଲିସ ପାଇଁ ଏକ ଚାଲେଞ୍ଜ ସଦୃଶ କାରଣ ଜିଲ୍ଲାର ଉମେରକୋଟ, ରାଇଘର, ଝରୀଗାଁ ଓ ଚନ୍ଦାହାଣ୍ଡି ମାଓ ପ୍ରବଣ ଅଂଚଳ, ଏଠାକାର ବହୁ ବୁଥ୍ ଅତିସମ୍ବେଦନସିଲ ହୋଇ ଥିବାରୁ ପୋଲିସ ଓ ପ୍ରଶାସନ ପାଇଁ ଏକ ଚାଲେଞ୍ଜ ସଦୃଶ ହୋଇ ପଡିଛି! ଉମେରକୋଟ ଏସଡିପିଓ ମଧୁ ଶିକ୍ତା ମିଶ୍ର ଙ୍କ ତତ୍ଵାବଧାନ ରେ ଉକ୍ତ ଚାରି ବ୍ଲକ ରେ ଥିବା ଅତି ସମ୍ବେଦନ ଶୀଳ ବୁଥ୍ ମାନଙ୍କ ରୂପ ରେଖା ତିଆରି କରି ବାରମ୍ବାର ଗସ୍ତ କରୁଥିବାର ଦେଖା ଯାଇଛି! ସୀମାନ୍ତ ଅଂଚଳରେ ଥିବା ଥାନା ଅଂଚଳରେ ଏବେ ଠାରୁ କଡା କଡ଼ି ଭାବେ ଚେକିଂ କରୁଥିବା ସହ ପୋଲିସ ବାହିନୀ ର ଗସ୍ତ ଦେଖିବାକୁ ମିଳୁଛି।

ରାଇଘର ଓ ଚନ୍ଦାହାଣ୍ଡି ବ୍ଲକ ପଡୋଶୀ ଛତିଶଗଡ ସୀମାନ୍ତ କୁ ଲାଗି ରହି ଥିବାରୁ ଓ ମାଓ ପ୍ରବଣ ଅଞ୍ଚଳ ହୋଇ ଥିବାରୁ ଏବେ ଠାରୁ ପୋଲିସ ପକ୍ଷରୁ କଡା କଡ଼ି ନଜର ରଖା ଯାଇଥିବାର ଦେଖାଯାଇଛି।ଏସ୍ଡିପିଓ ଙ୍କ ତତ୍ତ୍ୱାବଧାନରେ ସମସ୍ତ ଥାନା ଅଞ୍ଚଳ ସହ ସୀମାନ୍ତ ଅଞ୍ଚଳରେ ମଦ କାରବାର ବନ୍ଦ ସହ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଉଛି। ମାଓବାଦୀ ଅଞ୍ଚଳରେ ଥିବା ବୁଥ୍ ଗୁଡିକର ଭୋଟର ଯେପରି କୌଣସି ଭାବେ ପ୍ରଭାବିତ ନ ହେବେ ଏଥିପାଇଁ ସମ୍ପୂର୍ଣ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କୌଣସି ରାଜନୈତିକ ଦଳ ଯେପରି ସାଧାରଣ ଜନତାଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ଲୋଭ ଦେଖାଇ ପ୍ରଭାବିତ ନ କରି ପାରନ୍ତି ଏହା ଉପରେ ନଜର ରଖାଯିବା ସହ ସମ୍ପୃକ୍ତ ଅଂଚଳ ର iic ମାନଙ୍କୁ ନିର୍ଦେଶ ଦିଆ ଯାଇଛି, ଅବାଧ ଓ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଏସଡିପିଓ ଅନୁରୋଧ କରିଛନ୍ତି।
