• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

by Voice of Victims
March 24, 2024
in ଦେଶ ବିଦେଶ, ମୁଖ୍ୟ ଖବର
ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍‌ ଏବଂ ତାଙ୍କ ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆଇନଜୀବୀ ସି.କେ. ଶଶୀଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, କେରଳ ରାଜ୍ୟପାଳ ଖାନ୍‌ ୭ଟି ବିଲ୍‌କୁ ଅଟକାଇ ରଖିଛନ୍ତି। ୭ ବିଲ୍‌ରୁ କୌଣସି ଗୋଟିଏ ବି କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଜଡ଼ିତ ନୁହେଁ। ରାଜ୍ୟପାଳ ବିଲ୍‌ଗୁଡ଼ିକୁ ୨ ବର୍ଷ ହେଲା ଅଟକାଇ ରଖିଥିବାରୁ ରାଜ୍ୟ ବିଧାନସଭା କାର୍ୟ୍ୟଧାରାକୁ ବିକୃତ କରିଛି ଏବଂ ଏହାର ଉପସ୍ଥିତି ପ୍ରଭାବହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯାଉ ବୋଲି କେରଳ ସରକାର ପିଟିଶନରେ ନିବେଦନ କରିଛନ୍ତି। ବିଲ୍‌ଗୁଡ଼ିକ ଜନସ୍ବାର୍ଥ ସମ୍ବଳିତ, ଯାହା କାର୍ୟ୍ୟକାରୀ ହୋଇଥିଲେ ଲୋକଙ୍କ ମଙ୍ଗଳ ହୋଇଥାନ୍ତା। ତେବେ ରାଜ୍ୟପାଳ ସେଗୁଡ଼ିକୁ ଚାପିରଖି ଅପ୍ରଭାବୀ କରିଦେଇଛନ୍ତି। ଅନୁଚ୍ଛେଦ ୨୦୦ର ବ୍ୟବସ୍ଥା ଅନୁଯାୟୀ ଉକ୍ତ ବିଲ୍‌ଗୁଡ଼ିକ ଯଥାସମ୍ଭବ ଶୀଘ୍ର ମଞ୍ଜୁରୀ ପାଇବା ଆବଶ୍ୟକ। ୭ ବିଲ୍‌ ମଧ୍ୟରୁ ରାଷ୍ଟ୍ରପତିଙ୍କ ପାଖରେ ୪ଟି ବିଲ୍‌ ପଡ଼ିରହିଥିବା ଗତ ଫେବୃଆରୀ ୨୩ ଏବଂ ୨୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜଣାଇଥିଲା। ସେହି ବିଲ୍‌ଗୁଡ଼ିକ ହେଲା, ବିଶ୍ୱବିଦ୍ୟାଳୟ ଆଇନ(ସଂଶୋଧନ)(୨ ନମ୍ବର) ବିଲ୍‌, ୨୦୨୧, କେରଳ କୋ-ଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ୨୦୨୨, ବିଶ୍‌ବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍‌, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (୩ ନମ୍ବର) ବିଲ୍‌, ୨୦୨୨। କୌଣସିି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ ନ କରିବାକୁ ଅସାମ୍ବିଧାନିକ ଘୋଷଣା କରାଯାଉ ବୋଲି ପିଟିଶନରେ ନିବେଦନ କରାଯାଇଛି।

Post Views: 43
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In