ଉମରକୋଟ : ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆସନ୍ତା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ ଆୟୋଜିତ ହୋଇଛି । ନକ୍ସଲ ପ୍ରବଣ ତଥା ଆଦିବାସୀ ଅଧୁଷିତ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଯେପରି ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଏ ଏବଂ ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାନ୍ତ ସହ ଲାଗି ରହି ଥିବା ସହ କୌଣସି ଅନୈତିକ ଅର୍ଥ କାରବାର, ମଦର ଚୋରା ଚକାନୟନ ସାଙ୍ଗକୁ ବେନିୟମ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ନବରଙ୍ଗପୁରଏସପି ରୋହିତ ବର୍ମା ଙ୍କ ନିର୍ଦେଶ କ୍ରମେ ଉମେରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ରଙ୍କ ନେତୃତ୍ୱରେ ଆଇଆଇସି ଝରିଗାଁ ପ୍ରକାଶ ପତି ଏକ ଟିମ ଗଠନ କରି ସିଆରପିଏଫ କମାଣ୍ଡେଣ୍ଟ ଅଜୟ କୁମାରଙ୍କ ମିଳିତ ସହଯୋଗରେ ଝରିଗାଁ ନିର୍ବାଚନ ମଣ୍ଡଳୀର ନକ୍ସଲ ଅଧୁଷିତ ପଞ୍ଚାୟତ ଇଚ୍ଛାପୁର, ବଡ଼ ଟେମରା, ଚକଳପଦାର ପଂଚାୟତର ବିଭିନ୍ନ ଗ୍ରାମରେ ଫ୍ଲାଗ ମାର୍ଚ କରି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ସମୟରେ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୌଣସି ଜନସାଧାରଣ ଭୟଭୀତ ନହୋଇ ନିଜର ପସନ୍ଦର ପ୍ରାର୍ଥିଙ୍କୁ ଭୋଟ ଦେବା ପାଇଁ ଏହି ଫ୍ଲାଗ ମାର୍ଚ ବୋଲି ଥାନା ଝରୀଗାଁ ଆଇଆଇସି ପ୍ରକାଶ ପତି ପ୍ରକାଶ କରିଛନ୍ତି।
