ରଣପୁର(ଭିଓଭି) : ଅପରାଧୀ ମାନଙ୍କୁ କୋର୍ଟ ରେ ହୋଇଥିବା ଦଣ୍ଡବିଧାନ କ୍ଷେତ୍ରରେ ନିଜର ଦକ୍ଷତା, ପାରଦର୍ଶିତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ତଥା ରଣପୁର ମାଟିର ପୁଅ ଆଡଭୋକେଟ୍ ବନମାଳୀ ମହାପାତ୍ର ଙ୍କୁ କଟକ – ଭୁବନେଶ୍ୱର କମିଶନରେଟ ପୁଲିସ କାର୍ଯ୍ୟାଳୟରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ସମ୍ମାନିତ କରିଛନ୍ତି। ସମ୍ବର୍ଦ୍ଧନା ସଭାରେ ପୋଲିସ ବିଭାଗର ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିପାଇଁ ଶ୍ରୀ ମହାପାତ୍ର ଙ୍କୁ ବିଭିନ୍ନ ସଂଗଠନ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ଠାରୁ ଅଭିନନ୍ଦନ ର ସୁଅ ଛୁଟିଛି।

