• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୨୦୨୪ ସାଧାରଣ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ହେଲା ୬୫.୬୮% ମତଦାନ

by Voice of Victims
May 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
୨୦୨୪ ସାଧାରଣ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ହେଲା ୬୫.୬୮% ମତଦାନ

ନୂଆଦିଲ୍ଲୀ: ୭ ଏବଂ ୮ ମଇ ୨୦୨୪ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଗଣମାଧ୍ୟମ ବିବୃତ୍ତିକୁ ବଜାୟ ରଖି ଚଳିତ ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୯୩ଟି ସଂସଦୀୟ କ୍ଷେତ୍ରରେ ୬୫.୬୮% ମତଦାନ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ବିହାରର ୨ଟି ଓ ମଧ୍ୟପ୍ରଦେଶର ୪ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଶେଷ ହୋଇଛି। ଭୋଟର୍ ଟର୍ଣ୍ଣାଆଉଟ୍ ଆପ୍ରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ସିର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଦାନ କରାଯାଏ। ଫର୍ମ ୧୭ ସିର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ପୂର୍ବରୁ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଛି। ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ। ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+ ବର୍ଷରୁ ଅଧିକ, ଭିନ୍ନକ୍ଷମ, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ । ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲାଟ୍ ର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।

Post Views: 34
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In