• About Us
  • Contact Us
Monday, September 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ

by Voice of Victims
September 21, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ । ମୁହାଁମୁହିଁ ହେବେ ସରକାର-ବିରୋଧୀ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ବେଳେ ଏଥର ଏହା କିଛି ଦିନ ବିଳମ୍ବରେ ବସୁଛି । ଅଧିବେଶନ ଛୋଟ, କିନ୍ତୁ ପ୍ରସଙ୍ଗ ଅନେକ । MMDR ସଂଶୋଧନକୁ ନେଇ ବିବାଦଠାରୁ ଆରମ୍ଭ କରି ବନ୍ୟା ଓ ରିଲିଫ୍, ଚାଷୀ ପଞ୍ଜୀକରଣ, ଧାନ କିଣା, ଆଇନଶୃଙ୍ଖଳା, ଡିଜିପି ଚୟନ ବିବାଦ, ୟୁଏଇରେ ନିବେଶକ ସମ୍ମିଳନୀ ଏବଂ ଓରାଙ୍ଗଉଟାନ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସବୁଠୁ ବଡ଼ ପ୍ରସଙ୍ଗ ହୋଇପାରେ MMDR । ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ସଂଶୋଧନକୁ ନେଇ ରାଜ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି । ବିଜେଡି ଓ କଂଗ୍ରେସ ଏହା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ଅଭିଯୋଗ କରିଆସୁଛନ୍ତି । ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ମଧ୍ୟ ଦାବି ହୋଇଥିଲା । ତେଣୁ ମୌସୁମୀ ଅଧିବେଶନରେ MMDRକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ପ୍ରାୟ ନିଶ୍ଚିତ । ବନ୍ୟା ଓ ରିଲିଫ୍ ଆଉ ଏକ ବଡ଼ ପ୍ରସଙ୍ଗ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା, କ୍ଷୟକ୍ଷତି, ରିଲିଫ୍ ବଣ୍ଟନ, ପୁନର୍ବାସ ଓ କ୍ଷତିପୂରଣକୁ ନେଇ ସରକାରଙ୍କୁ ଜବାବ ମାଗିପାରନ୍ତି ବିରୋଧୀ । ବନ୍ୟା ପରିଚାଳନାରେ ତ୍ରୁଟି ହୋଇଥିବା ଅଭିଯୋଗକୁ ମଧ୍ୟ ଗୃହରେ ଉଠାଇବାକୁ ବିରୋଧୀ ପ୍ରସ୍ତୁତ । ଚାଷୀ ପଞ୍ଜୀକରଣ ଓ ଧାନ କିଣାକୁ ନେଇ ମଧ୍ୟ ସରକାର ଅଡ଼ୁଆରେ ପଡ଼ିପାରନ୍ତି । ଚାଷୀଙ୍କ ପଞ୍ଜୀକରଣ, ଯୋଗ୍ୟ ଚାଷୀ ବାଦ୍ ପଡ଼ିବା ଅଭିଯୋଗ, ଧାନ ସଂଗ୍ରହ ବ୍ୟବସ୍ଥା ଏବଂ କୃଷି କ୍ଷେତ୍ରର ଅନ୍ୟାନ୍ୟ ସମସ୍ୟାକୁ ବିରୋଧୀ ଗୃହରେ ଉଠାଇପାରନ୍ତି । ସାମଗ୍ରିକ ଭାବେ କୃଷି ସଙ୍କଟ ଏଥର ଅଧିବେଶନର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି ।

DGP ଚୟନକୁ ନେଇ ଚାଲିଥିବା ବିବାଦ ମଧ୍ୟ ଗୃହକୁ ଆସିପାରେ । ରାଜ୍ୟ ପୁଲିସ ମୁଖ୍ୟ ଚୟନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଏବଂ ଏହାକୁ କେନ୍ଦ୍ର କରି ହୋଇଥିବା ଆଇନଗତ ଓ ରାଜନୈତିକ ବିବାଦକୁ ବିରୋଧୀ ଅସ୍ତ୍ର କରିପାରନ୍ତି । ଏହା ସହ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ସରକାରଙ୍କୁ ଜବାବ ଦେବାକୁ ପଡ଼ିପାରେ ।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ
  • କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ
  • ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ
  • ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ଅବପାତ
  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In