• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସନ୍ତାକାଲି ଓଡିଶାର ୫ ଲୋକସଭା ୩୫ଟି ବିଧାନସଭାରେ ହେବ ନିର୍ବାଚନ

by Voice of Victims
May 19, 2024
in ମୁଖ୍ୟ ଖବର, ରାଜ୍ୟ
ଆସନ୍ତାକାଲି ଓଡିଶାର ୫ ଲୋକସଭା ୩୫ଟି ବିଧାନସଭାରେ ହେବ ନିର୍ବାଚନ

ଭୁବନେଶ୍ବର: ଆସନ୍ତାକାଲି ଦେଶର ପଞ୍ଚମ ପର୍ଯ୍ୟାୟ ଏବଂ ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ଓଡିଶାର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ତେବେ ଏହି ନିର୍ବାଚନରେ କିଏ କେତେ ଆସନ ହାସଲ କରିବ ଭିନ୍ନ କଥା। ହେଲେ ଗତଥର ଏହିସବୁ ଆସନରେ ବିଜେଡି ବାଜିମାତ କରିଥିଲା। ନିର୍ବାଚନ ହେବାକୁ ଥିବା ଏହି ୩୫ଟି ବିଧାନସଭାରେ ବିଜେଡି ଏକାକୀ ୨୬ ଟି ଆସନରେ ଜିତିଥିବା ବେଳେ ବିଜେପି କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ। ବିଜେପି ତଲସରା, ଲୋଇସିଂହା, ସୁନ୍ଦରଗଡ ଏବଂ  ବୀରମିତ୍ରପୁରରେ ଜିତିଥିଲା। ସେହିପରି ଗତ ନିର୍ବାଚନରେ କଂଗ୍ରେସ ରାଜଗାଙ୍ଗପୁର, ବଲାଙ୍ଗିରୀ, କଣ୍ଟାବାଞ୍ଜୀ ଏବଂ ସାନଖେମୁଣ୍ଡି ଆସନରେ ବିଜୟ ଲାଭ କରିଥିଲା। ଏକମାତ୍ର ବଣେଇ ଆସନଟି ସିପିଆଇଏମ ଜିତିଥିଲା। ନିର୍ବାଚନ ହେବାକୁ ଯାଉଥିବା ୫ ଗୋଟି ଲୋକସଭା ଆସନ ମଧ୍ୟରୁ ଗତ ନିର୍ବାଚନରେ ବିଜେଡି ଦୁଇଟି ଆସନରେ ବିଜୟ ଲାଭ କରିଥିଲା। ସେଦୁଇଟି ହେଲା କନ୍ଧମାଳ ଆସ୍କା। ସୁନ୍ଦରଗଡ, ବଲାଙ୍ଗୀର, ବରଗଡରେ ବିଜେପି ବିଜୟଲାଭ କରିଥିଲା।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In