• About Us
  • Contact Us
Tuesday, May 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସରକାର ଲୋକଙ୍କ ରକ୍ଷାକବଚ ହେବେ: ସୁରେଶ ପୂଜାରୀ

by Voice of Victims
July 4, 2024
in ମୁଖ୍ୟ ଖବର, ରାଜ୍ୟ
ସରକାର ଲୋକଙ୍କ ରକ୍ଷାକବଚ ହେବେ: ସୁରେଶ ପୂଜାରୀ

ଭୁବନେଶ୍ୱର:ଆଜି ଲୋକସେବା ଭବନରେ ପାଦ ପାଦ ଦେଉ ଦେଉ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସେବା ଭବନରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସରକାର ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରୁଛନ୍ତି । ଏନେଇ ଅନେକ ପ୍ରସ୍ତାବ ଆସିଛି । ରାଜ୍ୟ ସରକାର ଲୋକଙ୍କ ରକ୍ଷାକବଚ ହେବେ । ପ୍ରାକୃତିକ ବିପର୍ଯ୍ୟୟର ମକାବିଲା ପାଇଁ ତ୍ରୁଟିଶୂନ୍ୟ ଯୋଜନା କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି । ଅନ୍ୟପକ୍ଷରେ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି ଯେ ଜିରୋ କାଜୁଆଲଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳରେ ଅଳ୍ପ ବର୍ଷାରେ ସୃଷ୍ଟି ହେଉଥିବା ବନ୍ୟା ସ୍ଥି୍ିତି ନିୟନ୍ତ୍ରଣ ପାଇଁ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ପ୍ରସ୍ତାବ ଦିଆଯାଇଛି । ଟ୍ୱିନ ସିଟି କୃତ୍ରିମ ବନ୍ୟା ପରିଚାଳନା ପାଇଁ ଆଇଆଇଟିର ସହାୟତା ନିଆଯିବ । ଆଇଆଇଟି ବୈଷୟିକ ସହାୟତା ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବ । ରାଜ୍ୟ, ଜିଲ୍ଲା ଓ ସବଡିଭିଜନସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ । ସାପ କାମୁଡ଼ା ବାବଦରେ ଆପ ମଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ୨୦ଟି ଓଡ୍ରାଫ ଟିମ ବୃଦ୍ଧି କରାଯାଇ ୩୦ କରାଯିବ । ବାହାନଗା ଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ଆଞ୍ଚଳିକ ଅଗ୍ନିଶମ ହବ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
  • ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର
  • ଓଡ଼ିଶା ଆସିବେ ନୀତିନ ନବୀନ
  • ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ
  • NEET (UG) ୨୦୨୬ ପରୀକ୍ଷା ବାତିଲ, ଆଉ ଥରେ ହେବ ପରୀକ୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In