• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ହଟ୍ଟଗୋଳରୁ ଆରମ୍ଭ ହେଲା ବିଧାନସଭା, ଦୁଇ ବିରୋଧୀ ଦଳର କକ୍ଷତ୍ୟାଗ, ଛିଡା ହୋଇ ପ୍ରତିବାଦ କଲେ ନବୀନ

by Voice of Victims
July 22, 2024
in ମୁଖ୍ୟ ଖବର, ରାଜ୍ୟ
ହଟ୍ଟଗୋଳରୁ ଆରମ୍ଭ ହେଲା ବିଧାନସଭା, ଦୁଇ ବିରୋଧୀ ଦଳର କକ୍ଷତ୍ୟାଗ, ଛିଡା ହୋଇ ପ୍ରତିବାଦ କଲେ ନବୀନ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ନୂଆ ସରକାରଙ୍କର ବିଧାନସଭାର ପ୍ରଥମ ଅଧିବେସନ। ଆଜି ଏହି ଅଧିବେସନରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି। ଫଳରେ ବିନା ବିରୋଧୀରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଉପସ୍ଥାପନ କରୁଛନ୍ତି। ପ୍ରଥମେ ଗୃହ ଆରମ୍ଭ ହେବା ମାତ୍ରା ଶାସକ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ କହି ଗୃହ ଭିତରେ ପ୍ରବେଶ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସ ଓଡିଆ ଅସ୍ମିତା କୁଆଡା ଗଲା ବୋଲି କହି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡି ମଧ୍ୟ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ନବୀନ ତାଙ୍କ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି। ଆଜି ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ତାଙ୍କୁ ବାଚସ୍ପତି ସୁରମା ପାଢୀ ସ୍ବାଗ କରିବା ସହିତ ଗୃହ ଭିତରକୁ ପାଛୋଟି ନେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନିଜନିଜ ବିଧାୟକଙ୍କ ସହିତ ଗୃହରେ ପ୍ରବେଶ କରିଥିଲେ। ବର୍ତ୍ତମାନ ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରୁଛନ୍ତି।

Post Views: 24
Tags: The Assembly started with chaosthe two opposition parties abandoned their seats
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In