• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ

by Voice of Victims
July 22, 2024
in ମୁଖ୍ୟ ଖବର, ରାଜ୍ୟ
ପାଣ୍ଡିଆନଙ୍କ ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ସମସ୍ତେ ଭାବି ଥିଲେ ଯେ, ନବୀନ ପଟ୍ଟନାୟକ ଭି କେ ପାଣ୍ଡିଆନଙ୍କୁ ବାହାର କରିଦେବେ। ହେଲେ ତାହା କରିବା ଦୂର କଥା ବର୍ତ୍ତମାନ ପୁଣି ଥରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି ନବୀନ। ସେ କହିଛନ୍ତି ଯେ, ପାଣ୍ଡିଆନ ରାଜ୍ୟ ତଥା ବିଜେଡି ପାଇଁ ବହୁତ ପରିଶ୍ରମ କରୁଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା ଏକ ରିପୋର୍ଟକୁ ଆଧାର କରି ନବୀନ ଏହା କହିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ଭି କେ ପାଣ୍ଡିଆନଙ୍କୁ କୁଆଡେ ନବୀନ  ଲାତ ମାରି ବାହାର କରିଦେଛନ୍ତି। ତାଙ୍କୁ ଆଉ କୌଣସି କାର୍ଯ୍ୟରେ ଲୋଡୁ ନାହାଁନ୍ତି। ଏଥିରେ କୁହାଯାଇଛି ଯେ, ଆଇଏଏସରୁ ରାଜନୀତିକୁ ଆସିଥିବା ପାଣ୍ଡିଆନ ନବୀନଙ୍କ ଖାସ ଲୋକ। ହେଲେ ନିର୍ବାଚନର ବିପର୍ଯ୍ୟୟ ପରେ ତାଙ୍କୁ ବାହାର କରିଦେଇଛନ୍ତି। ତେବେ ରିପୋର୍ଟ ଅନୁସାରେ ଗତ ସପ୍ତାହରେ କୁଆଡେ ଅମିତ ସାହ ନୀବନଙ୍କୁ ଫୋନ କରି ରାଜ୍ୟସଭାରେ ବିଜେଡିର ସମର୍ଥନ ପାଇଁ ଅନୁରୋଧ କରିଥିଲେ। ଏପରିକି ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ତେବେ ଏହାର ଉତ୍ତରେ ନବୀନ କହିଥିଲେ ଯେ, ମୁଁ ପୂର୍ବପରି ସମର୍ଥନ ଦେବାକୁ ରାଜି, ହେଲେ ବିଜେପି ପାଣ୍ଡିଆନଙ୍କୁ ଆଉ ପ୍ରତ୍ସାହିତ ନ କରିବ ବୋଲି ପ୍ରତିଶୃତି ଦେଉ। ଏହି ଖବରଟି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇବା ପରେ ନବୀନ ଏହା ସଂପୂର୍ଣ୍ଣ ମିଛ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଖବର ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ସମ୍ମାନହାନୀ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ନବୀନ କହିଛନ୍ତି। ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏହି ଖବରକୁ ନିଜ ଟୁଇଟରରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ପାଣ୍ଡିଆନ ଉତ୍ସର୍ଗିକୃତ ଏବଂ ଦକ୍ଷତାର ସହିତ ରାଜ୍ୟ ତଥା ଦଳ ପାଇଁ ସେବା କରିଆସୁଛନ୍ତି। ସେଥିପାଇଁ ସେ ପ୍ରଶଂସିତ ବୋଲି ନବୀନ କହିଛନ୍ତି। ତେବେ ନବୀନଙ୍କ ଉତ୍ତର ପରେ ଏହି ଖବରକୁ ନେଇ ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ଜଗତରେ ବେଶ ଚର୍ଚ୍ଚା ଚାଲିଛି।

Post Views: 27
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In