• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଧାନସଭାରେ ଉଠିଲା ପୁରୁଣା ପେନସନ ଦାବି: ବିଧାୟକଙ୍କୁ ଧନ୍ୟବାଦ ଜଣାଇଲା ସଂଗଠନ

by Voice of Victims
July 27, 2024
in ମୁଖ୍ୟ ଖବର, ରାଜ୍ୟ
ବିଧାନସଭାରେ ଉଠିଲା ପୁରୁଣା ପେନସନ ଦାବି: ବିଧାୟକଙ୍କୁ ଧନ୍ୟବାଦ ଜଣାଇଲା ସଂଗଠନ

ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ଓଡିଶାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ସପକ୍ଷରେ ପୁରୁଣା ପେନସନ ଲାଗୁକରିବା ନିମନ୍ତେ ଦାବି କରିଥିଲେ। ବିଧାୟକଙ୍କ କହିବା କଥା ନୂତନ ପେନସନ ଯୋଜନାରେ କର୍ମଚାରୀ ମାନେ ଆର୍ଥିକ କ୍ଷତି ସହୁଛନ୍ତି ଓ ଏଥିରେ ଶତପ୍ରତିଶତ ପେନସନ ମିଳିବ ନାହିଁ। କିନ୍ତୁ ପୁରୁଣା ପେନସନ ଲାଗୁ ହେଲେ କର୍ମଚାରୀ ମାନେ ଲାଭବାନ ହେବେ ବୋଲି ଦାବି ରଖିଛନ୍ତି। ଓଡିଶାର ପୁରୁଣା ପେନସନ ଅଭିଯାନ ସଂଗଠନର ଚାରି ଲକ୍ଷ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ବିଧାୟକଙ୍କୁ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରୁଅଛୁ ଏବଂ ସଂଗଠନ ଆଶା କରୁଅଛି କି ଅନ୍ୟ ସମସ୍ତ ବିଧାୟକ ମଧ୍ୟ କର୍ମଚାରୀ ମାନଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଏ ବାବଦରେ ବିଧାନସଭା ଅଧିବେଶନ କାଳରେ ଆଲୋଚନା କରିବେ ଓ ଓଡ଼ିଶାରେ ପୁରୁଣା ପେନସନ ଲାଗୁ କରିବା ପାଇଁ ମତ ରଖିବେ। ଏତତ ବ୍ୟତୀତ ବିଭିନ୍ନ ରାଜ୍ୟର ବିଧାନସଭାରେ ବିଭିନ୍ନ ବିଧାୟକ ଏବଂ ସାଂସଦରେ ବିଭିନ୍ନ ରାଜ୍ୟର ନିର୍ବାଚିତ ସାଂସଦ ମାନେ ମଧ୍ୟ କର୍ମଚାରୀ ମାନଙ୍କ କ୍ଷେତ୍ରରେ ପୁରୁଣା ପେନସନ ଲାଗୁ କରିବା ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଏଥିସହିତ କିଛି ରାଜ୍ୟରେ ତଥା ଛତିଶଗଡ, ଝାଡ଼ଖଣ୍ଡ, ରାଜସ୍ତାନ ଏବଂ ହିମାଚଳ ପ୍ରଦେଶରେ ପୁରୁଣା ପେନସନ ଲାଗୁହୋଇଥିବା ବେଳେ କିଛି ରାଜ୍ୟରେ ପୁରୁଣା ପେନସନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଢ଼ାଯାଇ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁକରିବାକୁ ଅଗ୍ରସର ହେଉଥିବା ବେଳେ ଓଡିଶାରେ ପୁରୁଣା ପେନସନରୁ ବଞ୍ଚିତ ରହିଥିବା କର୍ମଚାରୀ ମାନଙ୍କ ମନରେ ଏହା ଦୁଃଖ ଏବଂ ଅନୁତାପ ଭରିଦେଇଅଛି। ପୁରୁଣା ପେନସନ ଅଭିଯାନ ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ଓଡ଼ିଶାରେ ପୁରୁଣା ପେନସନ ଲାଗୁ କରିବା ଲାଗି ସଂଗଠନର ରାଜ୍ୟ ସଭାପତି ବିଜୟ ମଲ୍ଲ, ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ଗୁରୁଃଗୋବିନ୍ଦ ଦଳାଇ, ଶୁଭ୍ରଜିତ ପ୍ରତିହାରୀ, ରଶ୍ମି ରଞ୍ଜନ ପାଢ଼ୀ, ପ୍ରଦୀପ ପ୍ରଧାନ, ପ୍ରଶାନ୍ତ ରାଉତରାୟ, ଅନ୍ତର୍ଯ୍ୟାମୀ ଲେଙ୍କା, ଶିବ ଶଙ୍କର ସାହୁ ଏବଂ ବାବୁଲ ନାୟକ ଏକ ପ୍ରେସ ବିବୃତି ରେ କହିଛନ୍ତି।

Post Views: 94
Share199Tweet124Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In