• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଧାନସଭାରେ ୯୫,୦୦୦ କୋଟିର ଲେଖାନୁଦାନ ପାରିତ

by Voice of Victims
July 31, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଧାନସଭାରେ ୯୫,୦୦୦ କୋଟିର ଲେଖାନୁଦାନ ପାରିତ

ଭୁବନେଶ୍ୱର: ରାଜ୍ୟ ସରକାର ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଗତ ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଥିଲେ । ୨୯ ଓ ୩୦ରେ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ସରିଛି । ବଜେଟ୍ ପ୍ରକ୍ରିୟା ସମ୍ପୂର୍ଣ ହୋଇ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ଏହି ଗୃହରେ ଅନୁମୋଦନ ପାଇଁ ସେପ୍ଟେମ୍ବର ୧୦ରେ ଉପସ୍ଥାପନ କରାଯିବ । ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ଦ୍ୱାରା ଆଗତ ଓ ପାରିତ ହୋଇଥିବା ଲେଖାନୁଦାନ ଅଟକଳ ଆଜି ପର୍ଯ୍ୟନ୍ତ ବୈଧ ଥିଲା । ତେଣୁ ଚଳିତ ମାସ ୨୫ରେ ଉପସ୍ଥାପିତ ୨୦୨୪-୨୫ ଆର୍ôଥକ ବର୍ଷର ପୁର୍ଣ୍ଣାଙ୍ଗ ବଜେଟରୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ ଖର୍ଚ୍ଚ ଭରଣା ପାଇଁ ଏକ ଲେଖାନୁଦାନ ବିନିଯୋଗ ବିଧେୟକରେ ଗୃହର ଅନୁମୋଦନ ଆବଶ୍ୟକ । ଅବଶ୍ୟକତାକୁ ଦୃଷ୍ଟିରେ ରଖି ବିଧାନସଭାରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବିନିଯୋଗ ବିଧେୟକକୁ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟିରେ ପାରିତ କରିଛନ୍ତି ।ବୁଧବାର ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖାନୁଦାନ ଆଗତ କରିବା ପରେ କହିଛନ୍ତି ଯେ ଏହି ଲେଖାନୁଦାନରେ ରାଜସ୍ୱ ବ୍ୟୟ ପାଇଁ ୩୦ ପ୍ରତିଶତ, ପୁଞ୍ଜି ବ୍ୟୟ ପାଇଁ ୪୦ ପ୍ରତିଶତ, ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା, ପେନସନ, ନ୍ୟାୟପାଳିକା ଓ ନିର୍ବାଚନ ପାଇଁ ଅର୍ଥ ରାଶି ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ସରକାରଙ୍କର ବିଭିନ୍ନ ଯୋଜନା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇବା ସମ୍ଭବପର ହେବ ଏବଂ ଜରୁରୀକାଳିନ କାର୍ଯ୍ୟ ଗୁଡିକ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆମର ପ୍ରଥମ ଗୁରୁତ୍ୱପୂର୍ଣ ପଦକ୍ଷେପ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ଆମ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ଗୁଡିକର ସଫଳ ରୂପାୟନ ପାଇଁ ଏହି ବଜେଟ ଏକ ନିଷ୍ଟାପର ଉଦ୍ୟମ । ଏହି ବଜେଟରେ ଜନ କଲ୍ୟାଣ ଏବଂ ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ଅନେକ ଗୁଡିଏ ନୂତନ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । ଏଥିରେ ସାମାଜିକ ନ୍ୟାୟ, ଭିତ୍ତିଭୂମିର ଉନ୍ନତି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବଞ୍ଚିତଙ୍କ ପାଇଁ ସାମାଜିକ ନିରାପତ୍ତା, ମହିଳା, ଯୁବ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ, ଭିନ୍ନକ୍ଷମ, ତଥା ବରିଷ୍ଠ ନାଗରିକ ମାନଙ୍କ ସଶକ୍ତିକରଣ ମାଧ୍ୟମରେ ସାମୁହିକ ବିକାଶ ତଥା ଦୃଢ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ସଦସ୍ୟ ମାନଙ୍କ ସଦୟ ଅବଗତି ନିମନ୍ତେ ମୁଁ ଏଠାରେ ଆଉଥରେ ଉଲ୍ଲେଖ କରିବାକୁ ଚାହେଁ ଯେ, ଆର୍ôଥକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି । ବଜେଟ୍ ଅଟକଳ ଠାରୁ ପ୍ରାୟ ୧୫ ପ୍ରତିଶତ ଅଧିକ ଅଟେ । ଏଥିରେ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଆକଳନ କରାଯାଇଛି ଯାହାକି ୨୦୨୩-୨୪ ଆର୍ôଥକ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ । ଏହି ବଜେଟରେ ସାମାଜିକ କ୍ଷେତ୍ର ପାଇଁ ମୋଟ ୧ ଲକ୍ଷ ୧୦ ହଜାର ୨ ଶହ ୪୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହାକି ଚଳିତ ବର୍ଷ ବଜେଟର ୪୧.୬ ପ୍ରତିଶତ ଅଟେ । ସେହିପରି ଅର୍ଥନୈତିକ କ୍ଷେତ୍ର ପାଇଁ ମୋଟ ୮୪ ହଜାର ୧ ଶହ ୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି; ଯାହାକି ଚଳିତ ବର୍ଷ ବଜେଟର ୩୧.୭ ପ୍ରତିଶତ ଅଟେ । ଏହିପରି ଭାବରେ ଉନ୍ନୟନ ମୂଳକ ଖର୍ଚ୍ଚ ୨୦୨୩-୨୪ରେ ମୋଟ ବଜେଟର ୬୯ ପ୍ରତିଶତ ଥିବାବେଳେ ବର୍ଷ ୨୦୨୪-୨୫ ବଜେଟରେ ୭୩.୩ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ପୁଞ୍ଜି ବ୍ୟୟ ବାବଦକୁ ୫୮ ହଜାର ୧ ଶହ ୯୫ କୋଟି ଟଙ୍କା ଅଟକଳ ହୋଇଛି; ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୩ ପ୍ରତିଶତ । ଏହା ଖର୍ଚ୍ଚର ଗୁଣବତ୍ତାରେ ଉନ୍ନତିକୁ ସୂଚାଉଛି । ଏହା ଏକ ଦୂରଦୃଷ୍ଟି ସଂପନ୍ନ ବଜେଟ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳର ସଦସ୍ୟମାନେ ଆଜି ଆଲୋଚନାରେ କେତେକ ପ୍ରସଙ୍ଗ ଉଠାଇଛନ୍ତି । ଆଲୋଚନା କ୍ରମରେ ଶାସକ ଦଳର ସଦସ୍ୟମାନେ କେତେଟି ପ୍ରସଙ୍ଗର ଉତ୍ତର ରଖିସାରିଛନ୍ତି । ତେଣୁ ମୁଁ କେତୋଟି ମୁଖ୍ୟ ପ୍ରସଙ୍ଗରେ ମୋର ଉତ୍ତର ରଖିବି । ବିରୋଧୀ ଦଳ ଉତ୍ତର ଶୁଣିବା ଆଗରୁ କକ୍ଷତ୍ୟାଗ କଲେ । ବିରୋଧୀ ଦଳ ନ ଶୁଣି ପଳାଇବା ଦୁଃଖର କଥା । ଏହା ସଂପୂର୍ଣ୍ଣ ପ୍ରାୟୋଜିତ । ବିଜୁ ଜନତା ଦଳ ଯେହେତୁ ଆଗରୁ କେବେ ବିରୋଧୀ ଦଳରେ ନ ଥିଲା, ତେଣୁ ଏବେ ବୋଧହୁଏ ତାହା ସେମାନେ ଅଭ୍ୟାସ କରୁଛନ୍ତି । ଗୃହରେ ବିରୋଧୀ ଦଳର ବିଧାୟକମାନେ ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେମାନେ ଜାଣିଛନ୍ତି କି, ଗତ ୨୪ ବର୍ଷରେ ଅନେକ ଥର ବିଭିନ୍ନ ଜାତୀୟ ପ୍ଲାଟଫର୍ମରେ ଏ କଥା ଉଠିଛି ଏବଂ ପ୍ରତ୍ୟାଖାନ ମଧ୍ୟ ହୋଇଛି । ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ବ୍ୟବସ୍ଥା ପ୍ରଥମେ ପଞ୍ଚମ ଅର୍ଥ କମିଶନ ୧୯୬୯ରେ ସୁପାରିଶ କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ମାନଦଣ୍ଡ ରହିଛି । ଯେପରିକି ପାହାଡ଼ିଆ ଅଞ୍ଚଳ, କମ୍ ଜନସଂଖ୍ୟା ସାନ୍ଧ୍ରତା, ଦେଶର ସୀମାବର୍ତ୍ତୀ ରାଜ୍ୟ, ଆର୍ôଥକ ଓ ଭିତ୍ତିଭୂମି କ୍ଷେତ୍ରରେ ଅତି ପଛୁଆଥିବା ରାଜ୍ୟ ଏବଂ ରାଜ୍ୟର ସମ୍ବଳ ସଂଗ୍ରହର କୌଣସି ଉତ୍ସ ନଥିବ । ଏ ସବୁ ମାନଦଣ୍ଡ ପୂରଣ ହେଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବାର ସମ୍ଭାବନା ରହିଛି । ଓଡ଼ିଶା ଏ ସବୁ ମାନଦଣ୍ଡ ପୂରଣ କରି ପାରୁନଥିବାରୁ ଏହା ବାରମ୍ବାର ଅଗ୍ରାହ୍ୟ ହୋଇଛି । ଏହା ସତ୍ତ୍ୱେ ମଧ୍ୟ ପୂର୍ବ ସରକାର ବିଭିନ୍ନ ଫୋରମ୍‌ରେ ଯଥା- ଅର୍ଥ କମିଶନ, ନୀତି ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ଦାବି କରିଆସୁଥିଲା । ଉଦ୍ଦେଶ୍ୟ କେବଳ ରାଜନୀତି ଥିଲା । ରାଜନୈତିକ ଫାଇଦା ପାଇଁ ଦାବି କରାଯାଉଥିଲା । ନିର୍ବାଚନ ପୂର୍ବରୁ ଏ ଦାବି ଅଧିକ ଉଠୁଥିଲା । ଓଡ଼ିଶା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ସେମାନଙ୍କର ଲକ୍ଷ୍ୟ ନଥିଲା । ବିହାର ଓ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ବଜେଟ୍‌ରେ ଅଧିକ ଅର୍ଥ ବରାଦ ହୋଇଥିବା କଥା କହୁଛନ୍ତି । ସେମାନଙ୍କର ୧୨ଟି, ୧୬ଟି ସାଂସଦ ଥିବାରୁ ସେମାନେ ଅଧିକ ଅର୍ଥ ପାଉଛନ୍ତି ବୋଲି କହୁଛନ୍ତି । ବିଜୁ ଜନତା ଦଳର ୨୦ ସାଂସଦ ଥିଲେ । ସେମାନେ କାହିଁକି ଅଧିକ ଅର୍ଥ ଆଣିପାରୁ ନଥିଲେ? ଓଡ଼ିଶା ପାଇଁ କିଛି ନାହିଁ ବୋଲି କହୁଛନ୍ତି । ସେମାନେ କେନ୍ଦ୍ର ବଜେଟ୍‌କୁ ଭଲ ଭାବରେ ପଢିଛନ୍ତି କି, ଅନୁଶିଳନ କରିଛନ୍ତି କି ବୋଲି ଶ୍ରୀ ମାଝୀ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପୂର୍ବରୁ ରେଳ ବଜେଟ ପାଇଁ କେତେ ଅର୍ଥ ମିଳୁଥିଲା ଏବଂ ଏବେ କେତେ ମିଳୁଛି ତାହା ବିରୋଧୀ ଦଳର ନେତାମାନେ ଭଲ ଭାବରେ ଜାଣିଛନ୍ତି । ରେଳ ବଜେଟ ପାଇଁ ସେମାନେ ଆମକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଚଳିତ ବର୍ଷର ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୫୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଏହା ୨୦୧୪ ପୂର୍ବର ବଜେଟ୍ ଅପେକ୍ଷା ୧୨.୫ ଗୁଣ ଅଧିକ । ଏହା ସେମାନେ କହୁଥିବା ସ୍ୱତନ୍ତ୍ର ପ୍ୟାକେଜରୁ ଅଧିକ ନୁହେଁ କି? ୨୦୨୩-୨୪ ମଧ୍ୟରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରାୟ ୩ ଗୁଣରୁ ଅଧିକ ଅର୍ଥ ପାଇଛି । ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇନାହିଁ । ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ନ ଦେଇ ଗୃହ ତ୍ୟାଗ କରି ଚାଲିଯାଉଛନ୍ତି । ଏହା ଦୁର୍ଭାଗ୍ୟଜନକ । କେବଳ ରାଜନୀତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୨୦୨୩-୨୪ରେ ୯.୫୭ ଲକ୍ଷ ଘର ମିଳିଛି । ପୂର୍ବ ବର୍ଷ ଗୁଗଡିକ ଅପେକ୍ଷା ଏହା ଦୁଇରୁ ତିନି ଗୁଣ ଅଧିକ । ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଲେ । ତାସହିତ ଦୁଇ ଲକ୍ଷ ଘର ଦେଇ ନ ପାରି ଫେରାଇ ଦେଲେ । କେନ୍ଦ୍ର ଭୂପୃଷ୍ଟ ପରିବହନ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଚତୁପାର୍ଶ୍ୱରେ ରିଂ ରୋଡ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ଏଥିରେ ୧୧୧.୨ କିଲୋମିଟର ରିଂ ରୋଡ ପାଇଁ କେନ୍ଦ୍ର ସରକାର ୫୨୦୦ କୋଟି ବ୍ୟୟ ଅଟକଳ କରିଛନ୍ତି । ଏହା ହେଉଛି ପୂର୍ବୋଦୟ ବିକାଶର କଥା । ଏହା ଯେକୌଣସି ସ୍ୱତନ୍ତ୍ର ଅନୁଦାନ ଠାରୁ ଯଥେଷ୍ଟ ଅଧିକ । ଏହାଛଡା ମଧ୍ୟ ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । କୋଷ୍ଟାଲ ହାଇୱେର ଫୋର ଲେନିଂ ପାଇଁ ମଧ୍ୟ ପ୍ରସ୍ତାବ ଚୂଡାନ୍ତ ହେବାକୁ ଯାଉଛି । ଏହା ଯେକୌଣସି ସ୍ୱତନ୍ତ୍ର ଅନୁଦାନ, ସ୍ୱତନ୍ତ୍ର ପ୍ୟାକେଜ ଠାରୁ ବହୁତ ଅଧିକ । ଏହାସହିତ ଓଡ଼ିଶାରେ ଇକୋନୋମିକ୍ କରିଡର, ଶିଳ୍ପ ପ୍ରତିଷ୍ଠା, ବଡବିଲ୍‌ରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଆଠ ଥାକିଆ ଆଦି ଅନେକ ପ୍ରକଳ୍ପ ଚୂଡାନ୍ତ ପର୍ଯ୍ୟାୟରେ ଅଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରେଧୀ ଦଳର ସଦସ୍ୟ କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ପାଇଁ କ’ଣ ଅଛି, ସେ ବିଷୟରେ ପ୍ରଶ୍ନ କରିଛନ୍ତି । ମୁଁ ଚଳିତ ବଜେଟକୁ ଯିବା ପୂର୍ବରୁ ଗତ ୧୦ ବର୍ଷରେ ଓଡ଼ିଶା କେନ୍ଦ୍ରରୁ କେତେ ଟଙ୍କା ପାଇଛି ତା ବିଷୟରେ ଏ ଗୃହକୁ ଜଣାଇବାକୁ ଉଚିତ ମନେକରୁଛି । ଗତ ୧୦ ବର୍ଷରେ ଅର୍ଥାତ ୨୦୧୪-୧୫ ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ମୋଟ ୫ ଲକ୍ଷ ୧୦ ହଜାର ୬୪୬ କୋଟି ଟଙ୍କା ପାଇଛି । ତେବେ ତା ପୂର୍ବ ୧୦ ବର୍ଷରେ ଅର୍ଥାତ ବର୍ଷ ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ଏ ବାବଦକୁ ମୋଟ ୧ ଲକ୍ଷ ୪୫ ହଜାର ୫୭୬ କୋଟି ଟଙ୍କା ପାଇଥିଲା । ଏବେ ଆହୁରି ବଢ଼ିଛି । ତେଣୁ ଆମ ସରକାର ଲୋକଙ୍କ ସରକାର । ଆମର ପ୍ରଥମ ବଜେଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଶେଷରେ ମୋହନ ଚରଣ ମାଝୀଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ପାରିତ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପରେ ଗୃହକୁ ଅଗଷ୍ଟ ୧୯ଯାଏ ସେ ମୁଲତବୀ କରିଛନ୍ତି । 

Post Views: 37
Tags: 95
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In