• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଆଳୁ ଦରରେ ସାମାନ୍ୟ ସୁଧାର

by Voice of Victims
August 2, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଳୁ ଦରରେ ସାମାନ୍ୟ ସୁଧାର

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଆଳୁ ଆସିବା ପରେ ପାଇକାରୀ ଦରରେ ସାମାନ୍ୟ ସୁଧାର ଆସିଛି । ପୂର୍ବରୁ ଆଳୁ କେଜି ପ୍ରତି ୪୫ରୁ ୫୦ ଟଙ୍କା ଥିଲା । ଏବେ ତାହା କମି ୩୨ରୁ ୩୫ ଟଙ୍କା ହୋଇଛି । ତେବେ ଅଧିକ ଆଳୁ ଟ୍ରକ ଆସିଲେ ଦର କେଜି ପ୍ରତି ଆହୁରି ଦୁଇରୁ ତିନି ଟଙ୍କା କମିବ । ଫଳରେ ଖାଉଟି ମହଙ୍ଗାମାଡ଼ରୁ ତ୍ରାହି ପାଇବେ । ଶୁକ୍ରବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣି ଥରେ ରାଜ୍ୟରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ ସହ ବ୍ୟବସାୟୀ ସଂଘଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ଠାରୁ ଉତ୍ତରପ୍ରଦେଶ ଆଳୁର ମାନ ଉନ୍ନତ । ଏଥିପାଇଁ ଓଡ଼ିଶାବାସୀ ଭଲ କ୍ୱାଲିଟିର ଆଳୁ ଖାଇବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ବି ଖାଇବେ । ତେଣୁ ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ । ଏଣିକି ନିୟମିତ ଭାବେ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯିବ । ମନ୍ତ୍ରୀ ଭଦ୍ରକ ଗସ୍ତ କରି ସର୍କିଟ୍ ହାଉସ ଠାରେ ଉପ-ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ଓ ରାଇସ୍ ମିଲ୍ ମାଲିକ ସଙ୍ଘ ଓ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି କ୍ରମରେ ସେ ରାଜ୍ୟରେ ଖାଉଟି କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ଓ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡ଼ିଶାରେ ଆଳୁକୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତା’ର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଂଘଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ପରେ ମୟୂରଭଞ୍ଜର ବାରିପଦା ଯାଇ ଆଳୁ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ସ୍ଥିତି ଯାଞ୍ଚ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବ୍ୟବସାୟୀ ଓ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟକୁ ରୋକିବା ପାଇଁ ଉତ୍ତରପ୍ରଦେଶରୁ ଆଳୁ ଅଣାଯାଇଛି । ଆଳୁ ଯୋଗାଣକୁ ନେଇ ପଶ୍ଚିମବଙ୍ଗ ସରକାର ସମସ୍ୟା ସୃଷ୍ଟି କରୁଥିବାରୁ ରାଜ୍ୟରେ ଅଳୁ ସଂକଟ ଦେଖା ଦେଇଛିି । ଖାଉଟି ବଜାରରେ ଆଳୁର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିଛି ଟ୍ରକରେ ଆଳୁ ଆସିବା ବି ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଜାରି ରହିବ । ତେବେ ରାଜ୍ୟରେ କଭିଳି ଅଧିକରୁ ଅଧିକ ଆଳୁ ଉତ୍ପାଦନ ହେବ ଏବଂ ପନିପରିବା ଗଚ୍ଛିତ ପାଇଁ ଶୀତଳ ଭଣ୍ଡାରରେ ଉତ୍ପାଦନ ହେବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱର ସହ ଚିନ୍ତା କରିଛନ୍ତି । ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବାର ବ୍ୟବସ୍ଥା ହେଉଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Post Views: 29
Share199Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In