ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର) : ଓଡ଼ିଆ ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୂବନେଶ୍ବର ଏବଂ ଆଚାର୍ଯ୍ୟ ଯୁବ ପରିଷଦ, ଶ୍ରୀରାମଚନ୍ଦ୍ର ପୁର, ସତ୍ୟବାଦୀଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଶ୍ରୀରାମଚନ୍ଦ୍ର ପୁର ଶାସନ ଠାରେ ଆସନ୍ତା ଅଗଷ୍ଟ ପାଞ୍ଚ ତାରିଖ ସୋମବାର ଅପରାହ୍ନ ୩ ଘଟିକା ସମୟରେ ଏକ ସାରସ୍ୱତ ସଭା ଆୟୋଜନ କରାଯିବ। ଏଥିରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ମୂଖ୍ୟ ଅତିଥି, ଡକ୍ଟର ପ୍ରତିମା ରାଣୀ ମିଶ୍ର ସମ୍ମାନୀତ ଅତିଥି, ସୁସାହିତ୍ୟିକ ଡଃ ଜ୍ଞାନରଞ୍ଜନ ପଣ୍ଡା ସମ୍ମାନନୀୟ ଅତିଥି ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁସାହିତ୍ୟିକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ସଭାମୂଖ୍ୟ ରୂପେ ନିଜ ନିଜର ସଦୟ ସ୍ବୀକୃତି ଦେଇଛନ୍ତି, ଏକାଡେମୀ ର ସଚିବ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ନି ବିବୃତି ରେ ଏକଥା ଜଣାଇଛନ୍ତି।