• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଜ୍ୟରେ କେଜି ପ୍ରତି ୪୦ ତଳକୁ ଖସୁନି ଆଳୁ ଦର

by Voice of Victims
August 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟରେ କେଜି ପ୍ରତି ୪୦ ତଳକୁ ଖସୁନି ଆଳୁ ଦର

CREATOR: gd-jpeg v1.0 (using IJG JPEG v62), quality = 100

ଭୁବନେଶ୍ୱର : ରାଜ୍ୟରେ ଆଳୁ ଦର ହ୍ରାସ ପାଉନାହିଁ । ଏବେ ବି ସେହି ୪୦ଟଙ୍କା ରହିଛି । ତେବେ କିଛି ଦୋକାନୀ ୪୫ ଟଙ୍କା ମଧ୍ୟ ନେଉଥିବା ଜଣାପଡିଛି । ଗରୀବ, ଖଟିଖିଆଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃସ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନର ମହଙ୍ଗା ମାଡ଼ରେ ସାଧାରଣ ଲୋକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ପୂର୍ବରୁ ଯେଉଁ ବିଶ୍ୱାସ ରହିଥିଲା ତାହା ଆଉ ନାହିଁ । କାରଣ ପଶ୍ଚିମ ବଙ୍ଗ ଓଡ଼ିଶାକୁ ଆଳ ଦେବାକୁ ରାଜି ହେଉନଥିବା ବେଳେ ପୂର୍ବରୂ ଟ୍ରକ ପିଛା ୨୦ହଜାର ନେଉଥିବା ବେଳେ ଏବେ ୫୦ହଜାର ଦାବି କରୁଛି । ଏହି ନିୟମର କୌଣସି ଲିଖିତ ତଥ୍ୟ ନଥିବା ବେଳେ ପଶ୍ଚିମବଙ୍ଗର କିଛି ବରିଷ୍ଟ ଅଧିକାରୀ ମନମ୍ମୁଖୀ ଭାବେ ଚଢ଼ା ଦର ଧାର୍ଯ୍ୟ କରି ଓଡ଼ିଶାକୁ ଆଳୁ ନପଠାଇବାକୁ ବ୍ୟବସ୍ଥା କରିଥିବା ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି । ସେ କହିଲେ ଯେ ପଶ୍ଚିମ ବଙ୍ଗରୁ ଆଳୁ ନଆସିବା ଦ୍ୱାରା ଏବେ ଉତ୍ତରପ୍ରଦେଶରୁ ଆଳୁ ରାଜ୍ୟକୁ ଆସିଲାଣି । ପ୍ରାୟ ୮୦-୯୦ଟି ଟ୍ରକରେ ୩୦ଟନ୍ ଆଳୁ ଆସି ପହଞ୍ôଚଛି । ହେଲେ ସେହି ଆଳୁର ଆକାର ପଶ୍ଚିମବଙ୍ଗର ଆଳୁ ଠାରୁ ବହୁତ ବଡ । ଫଳରେ ଅନେକ ଗ୍ରାହକ ଏହି ଆଳୁ କିଣିବାକୁ ପସନ୍ଦ କରୁନାହାଁନ୍ତି । ଅପରପକ୍ଷରେ ଏପରି ସମସ୍ୟା ଲାଗି ରାଜ୍ୟ ସରକାର ଦାୟୀ ବୋଲି ମଧ୍ୟ ସେ କହିଛନ୍ତି । କାରଣ ଦେଶର ସମ୍ବିଧାନ ଅନୁସାରେ କୌଣସି ଅତ୍ୟାବଶ୍ୟକ ସାମଗ୍ରୀକୁ କୌଣସି ରାଜ୍ୟ ଅନ୍ୟ ରାଜ୍ୟକୁ ଦେବାରେ ବନ୍ଦ କରିପାରିବ ନାହିଁ । ଯଦି ବନ୍ଦ କରେ ତେବେ ତୁୁରନ୍ତ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିବା ଉଚିତ୍ । ଦୀର୍ଘଦିନ ହେବ ରାଜ୍ୟରେ ଆଳୁ ସଙ୍କଟ ରହିଥିବା ବେଳେ ରାଜ୍ୟ ସରକାର ଏସମ୍ପର୍କରେ କେନ୍ଦ୍ର ସହ ଆଲୋଚନା କରିନାହାନ୍ତି । ଫଳରେ ରାଜ୍ୟରେ ଲୋକେଆଳୁ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପାଇକାରୀ ମୁଲ୍ୟ ଅନୁସାରେ ଆଳୁ କୁଇଣ୍ଟାଲ ପିଛା ୨୩ଶହରୁ ୨୪ଶହ ମଧ୍ୟରେ ରହିଛି । ହେଲେ ଅନେକ ବେପାରୀ କିଲୋ ପିଛା ୪୦ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି । ସେଥିପ୍ରତି ମଧ୍ୟ ସରକାର ନଜର ଦେବା ଉଚିତ ବୋଲି ସେ କହିଛନ୍ତି । ସେହପିରି କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ବର୍ଷକୁ ୧୪ /୧୫ଲକ୍ଷ ଟନ୍ ଆଳୁର ଆବଶ୍ୟକତା ରହିଥାଏ । କେବଳ ଭୁବନେଶ୍ୱରରେ ୫୦୦ଟନ୍ ଆଳୁର ଆବଶ୍ୟକତା ରହିଛି । ତେବେ ଆଜି ୫ଟି ଟ୍ରକରେ ୧୬ଟନ୍ ଆଳୁ ଆସିଛି । ଏକ ନମ୍ବର ହାଟରେ ଆଳୁ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ କେଜି ପ୍ରତି ଭିନ୍ନ ଦାମ ରହିଛି । ରାଜ୍ୟରେ ଉତ୍ପାଦନ ହେଉଛି ୭୦ରୁ ୮୦ ହଜାର ଟନ । ତେଣୁ ସର୍ବାଧିକ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ପଞ୍ଜାବରୁ ଆଳୁ ରାଜ୍ୟକୁ ଆସୁଛି ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In