• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ୱାଧୀନତା ଦିବସରେ ଉପଲକ୍ଷେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା

by Voice of Victims
August 7, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସ୍ୱାଧୀନତା ଦିବସରେ ଉପଲକ୍ଷେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା

ରଣପୁର (ଭିଓଭି) : ଆଉ ମାତ୍ର କିଛି ଦିନ ୭୮ତମ ସ୍ୱାଧୀନତା ଦିବସ । ଏହାକୁ ଧୂମଧାମ ସହ ପାଳନ ନିମନ୍ତେ ରଣପୁର ଶିକ୍ଷା ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି । ଏ ନେଇ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା, ଇଂରାଜୀ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଇଁରାଜୀ ପ୍ରବନ୍ଧ, ଚିତ୍ରାଙ୍କନ, ଦେଶାତ୍ମକବୋଧ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଛି।

ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପରେ ଆଜି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋଦାବରୀ ନାୟକଙ୍କ ସହଯୋଗରେ ନରସିଂହପୁର କ୍ଲଷ୍ଟରରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟ ଯୋଗ ଦେଇଥିଲେ । କ୍ଲଷ୍ଟର ସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର ପରିଚାଳନା କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଫକୀର ଚରଣ ନାୟକ, ପ୍ରଶାନ୍ତ କୁମାର ରଥ, ବରିଷ୍ଠ ଶିକ୍ଷକ ପୁଷ୍କର ପ୍ରଧାନ, ନୀଳାଦ୍ରି ସୁବୁଦ୍ଧି, ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି, ଲକ୍ଷ୍ମୀ ଦେଇ, ଭାଗବତ ଜେନା, କବିତା ଜେନା, ଅଜୟ କୁମାର ସାହୁ, ସୁଷମା ପ୍ରଧାନ, ବିଜୟ କୁମାର ଚମ୍ପତ୍ତି ପ୍ରମୁଖ ମୂଲ୍ୟାୟନରେ ସହଯୋଗ କରିଥିଲେ । ବିଦ୍ୟାଳୟ କର୍ମଚାରୀ ମାଧବ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସେହିପରି ଗୌରାଙ୍ଗପୁର କ୍ଲଷ୍ଟରରେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ରଙ୍କ ତତ୍ତ୍ୱବଧାନରେ ଯଦୁପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର ଓ ଜୟ ମା ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ଅତିଥି ଭାବେ ଗ୍ରାମ ସଭାପତି ରଙ୍ଗନାଥ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ନାୟକ, ସୁକାନ୍ତ କୁମାର ରାୟସିଂହ, ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବରିଷ୍ଠ ଶିକ୍ଷକ ପବିତ୍ର ପ୍ରଧାନ, ନୃସିଂହ ଚରଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ଅଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଓ ଯଦୁପୁର ଗ୍ରାମର ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।

Post Views: 50
Share204Tweet128Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In