• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ‘ଶ୍ରୀଗୁରୁ ଭାଗବତ’ର ନବମ ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

by Voice of Victims
August 10, 2024
in ମୁଖ୍ୟ ଖବର, ରାଜ୍ୟ
ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ‘ଶ୍ରୀଗୁରୁ ଭାଗବତ’ର ନବମ ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ରଚିତ ମହାନ୍ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ର (ଓଡ଼ିଆ) ନବମ ଖଣ୍ଡ ଲୋକାର୍ପଣ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଶାନ୍ତି, ମୈତ୍ରୀ, ସଦ୍‌ଭାବନା ଓ ସଦାଚାର ପ୍ରତିଷ୍ଠା ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ କହିଥିଲେ ଯେ ଯେ ଦେଶର ଆଧ୍ୟାତ୍ମିକ ଜଗତରେ ଗୁରୁଜୀ ଡ. ଶତପଥୀ ଜଣେ ଅସାମାନ୍ୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ। ସାହିତ୍ୟ, ସଂଗୀତ ଏବଂ ଜନକଲ୍ୟାଣକାରୀ ସେବାରେ ସେ ସଦାସର୍ବଦା ନିୟୋଜିତ ହୋଇ ଆସିଛନ୍ତି। କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ତାଙ୍କର ସୁନାମ ରହିଛି । ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ପ୍ରସିଦ୍ଧି ସମସ୍ତେ ଜାଣନ୍ତି। ଜଣେ ଗୁରୁ କିପରି ହେବା ଉଚିତ, କିପରି ଆଦର୍ଶ ଜୀବନ ନିର୍ବାହ କରିବେ, ସେ ତାର ଜୀବନ୍ତ ଓ ଜ୍ୱଳନ୍ତ ଉଦାହରଣ। ତାଙ୍କ ଦ୍ୱାରା ରଚିତ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ସମ୍ପୂର୍ଣ୍ଣ ଗୁରୁ ତତ୍ତ୍ୱକୁ ନେଇ ଆଧାରିତ। ଏହା କୌଣସି ନିର୍ଦ୍ଦିଷ୍ଟ ଗୁରୁ, ପରମ୍ପରା, ମତ ବା ସମ୍ପ୍ରଦାୟକୁ ଆଧାର କରି ଉଦ୍ଦିଷ୍ଟ ନୁହେଁ। ଆମର ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା ଓ ଭାଗବତ ଟୁଙ୍ଗୀ ପରମ୍ପରାକୁ ପୁନରୁଦ୍ଧାର କରିବା ସହ ଏହାକୁ ଶକ୍ତି ଦେବାରେ ଡଃ ଚନ୍ଦ୍ରଭାନୁ ଶତପଥୀ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରକୁ ମଧ୍ୟ ଏହି ପରମ୍ପରା ପ୍ରସାରିତ ହୋଇଛି। ଛତିଶଗଡ଼, ହରିୟାଣା ଓ ୟୁପି ଆଦି ରାଜ୍ୟରେ ଗୁରୁ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ପାରିଛି।ଖୁସିର ବିଷୟ ଯେ ଅନ୍ୟ ରାଜ୍ୟ ଓ ଦେଶର ଅଣଓଡ଼ିଆମାନେ ଓଡ଼ିଆ ଭାଷା ଶିଖି ଶ୍ରୀଗୁରୁ ଭାଗବତ ପାଠ ଓ ଗାୟନ କରୁଛନ୍ତି। ଏହାଦ୍ୱାରା ବାହାର ରାଜ୍ୟ ଓ ଦେଶରେ ଓଡ଼ିଆ ଭାଷାର ଆଦର ଓ ମର୍ଯ୍ୟାଦା ବଢ଼ିବାରେ ଲାଗିଛି। ଓଡିଆ ଅସ୍ମିତାର ମଧ୍ୟ ପ୍ରଚାର ପ୍ରସାର ହେଉଛି। ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଗୌରବାନ୍ୱିତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି ଶ୍ରୀଗୁରୁ ଭାଗବତ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀଗୁରୁ ଭାଗବତ ୨୦ଟି ଭାଷା ଓ ଉପଭାଷାରେ ଅନୁବାଦିତ ହୋଇସାରିଛି। ଏହା ସହ କୋଶଲି ଓ ସାନ୍ତାଳୀ ଭାଷାରେ ମଧ୍ୟ ଅନୁବାଦ ହୋଇଛି। ସବୁ ମହଲରେ ଓ ସବୁ ଶ୍ରେଣୀରେ ଶ୍ରୀଗୁରୁ ଭାଗବତର ଆଦୃତିର ଏହା ବଳିଷ୍ଠ ପ୍ରମାଣ। ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଶ୍ରୀଗୁରୁ ଭାଗବତ ପ୍ରତି ବିଦେଶରେ ମଧ୍ୟ ଆଦର ଓ ଜନପ୍ରିୟତା ରହିଛି । ଏହା ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଧ୍ୟାତ୍ମିକତା ଆମ ମାନବୀୟ ଚେତନାର ଏକ ଦିବ୍ୟ ପରିପ୍ରକାଶ। ସାଧାରଣ ମଣିଷକୁ ଦେବତ୍ୱ ପ୍ରଦାନ କରିବା ଦିଗରେ ଆଧ୍ୟାତ୍ମିକତା ହେଉଛି ଶ୍ରେଷ୍ଠ ମାର୍ଗ। ସମସ୍ତେ ଏହି ଅନୁଭୁତି ପାଇନଥାନ୍ତି। ଏ ଅନୁଭୁତି କେବଳ ଗୁରୁକୃପାରୁ ହିଁ ମିଳିଥାଏ। ଡ. ଶତପଥୀଙ୍କ ପରି ଜଣେ ଗୁରୁଙ୍କ ସାନିଧ୍ୟ ପାଇବା ସୌଭାଗ୍ୟର କଥା। କ୍ରାନ୍ତି ଦିବସକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ଏକ ଆଧ୍ୟାତ୍ମିକ କ୍ରାନ୍ତି ଆଣିବାରେ ଗୁରୁଜୀଙ୍କ ଏହି ଆଧ୍ୟାତ୍ମିକ ଅଭିଯାନ ସହାୟକ ହେଉଛି ଏବଂ ଦେଶବାସୀଙ୍କୁ ସେବା, ସମର୍ପଣ ଓ ଦିବ୍ୟ ଚେତନାର ମାର୍ଗରେ ଅନୁପ୍ରେରିତ କରିବାରେ ଗୁରୁଜୀଙ୍କ ଜ୍ଞାନ ଓ ବାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୁରୁଜୀଙ୍କ ସହିତ ଆଲୋଚନା ସମୟରେ ସମାଜର ଶ୍ରେଣୀ ଗତ ବିଭେଦ ଦୂର କରିବା ପାଇଁ ଗୁରୁଜୀ ପରାମର୍ଶ ଦେଇଥିଲେ। ଏ ଦିଗରେ ଉଦ୍ୟମ ଚାଲିଛି ଓ ଏହା ସଫଳ ହେଉଛି ବୋଲି ସେ କହିଥିଲେ। ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ କହିଥିଲେ ଯେ ଆମେ ସମସ୍ତେ ମନ ଭିତରୁ ଅହଙ୍କାର ଓ ଈର୍ଷା ପରି ବଦଗୁଣ ଦୂର କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ନିଜକୁ ପରିବର୍ତ୍ତନ କରିବାକୁ ହେଲେ ରୂଢିବାଦି ଚିନ୍ତାଧାରା ରୁ ନିଜକୁ ମୁକ୍ତ ରଖିବାକୁ ହେବ। ସେ କହିଥିଲେ ଯେ ଗୁରୁମନ୍ତ୍ର ଓ ପ୍ରକୃତିର ଶକ୍ତି ହିଁ ମଣିଷକୁ ଆଗକୁ ନେବାରେ ସମର୍ଥ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ହରେକୃଷ୍ଣ ଶତପଥୀ ଗୁରୁଜୀଙ୍କ ପୁସ୍ତକର ସାର ମର୍ମ ଉପରେ ଜ୍ଞାନ ଗର୍ଭକ ଅଭିଭାଷଣ ଦେଇଥିଲେ। ପୁସ୍ତକର ସାନ୍ତାଳୀ ଅନୁବାଦକ ଶ୍ରୀ ଶିବ ଚରଣ ମାର୍ଣ୍ଡି ସାନ୍ତାଳୀ ପୁସ୍ତକ ଉପରେ ସମ୍ୟକ୍ ଅବତାରଣା ରଖିଥିଲେ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In