• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଶେଖ ହସିନାଙ୍କୁ ଆଉ ଏକ ଝଟକା: ପାସପୋର୍ଟ ରଦ୍ଦ କଲା ବାଂଲାଦେଶର ଅନ୍ତରୀଣ ସରକାର

by Voice of Victims
August 22, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଶେଖ ହସିନାଙ୍କୁ ଆଉ ଏକ ଝଟକା: ପାସପୋର୍ଟ ରଦ୍ଦ କଲା ବାଂଲାଦେଶର ଅନ୍ତରୀଣ ସରକାର

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ସାଂସଦମାନଙ୍କୁ ଦିଆଯାଇଥିବା ସମସ୍ତ କୂଟନୈତିକ ପାସପୋର୍ଟକୁ ସରକାର ରଦ୍ଦ କରିଛନ୍ତି। ଏହି ନିଷ୍ପତ୍ତି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାସପୋର୍ଟ ମଧ୍ୟ ରଦ୍ଦ କରାଯାଇଛି। ବାଂଲାଦେଶ ଗୃହ ବିଭାଗ ଏହି ସୂଚନା ଦେଇଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅୱାମୀ ଲିଗ୍ ସରକାରଙ୍କ ପୂର୍ବତନ ସାଂସଦଙ୍କ କୂଟନୈତିକ ପାସପୋର୍ଟକୁ ରଦ୍ଦ କରିଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଏହି ନିଷ୍ପତ୍ତି ଘୋଷଣା କରି ଗୃହ ମନ୍ତ୍ରଣାଳୟ କହିଛି ଯେ, ପୂର୍ବ ସରକାର ସମୟରେ ସାଂସଦମାନଙ୍କୁ ଦିଆଯାଇଥିବା ସମସ୍ତ କୂଟନୈତିକ ପାସପୋର୍ଟ ରଦ୍ଦ କରାଯିବ। ଏହି ପଦକ୍ଷେପ ଯୋଗୁଁ ଶେଖ ହସିନାଙ୍କ କୂଟନୈତିକ ପାସପୋର୍ଟ ମଧ୍ୟ ରଦ୍ଦ କରାଯାଇଛି। ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି। ସୂଚନା ଅନୁଯାୟୀ, ପାସପୋର୍ଟ ରଦ୍ଦ ପାଇଁ ଅନ୍ତରୀଣ ସରକାର କିଛି କାରଣ ଦର୍ଶାଇଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଶେଖ ହସିନାଙ୍କ ବିରୋଧରେ ୪୪ ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଆଉ କିଛି ମାମଲା ପଞ୍ଜିକୃତ ହୋଇପାରେ।

Post Views: 27
Share199Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In