କଟକ (ଭିଓଭି): ମାତୃତ୍ୱ କାଳରେ, ମା ଏବଂ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ମାନସିକ ସ୍ଥିତି ଏବଂ ତାର ନିରାକରଣ ବିଷୟରେ, ରୋଟାରି କ୍ଲବ କଟକ, କ୍ୟାଣ୍ଟନମେଣ୍ଟ ତରଫରୁ କଟକ ବାରବାଟୀ ଷ୍ଟାଡିଅମ ପରିସର ଅନ୍ତର୍ଗତ ଓସିଏ କନଫରେନ୍ସ ହଲରେ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ରୋଟାରି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶୀଷ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଏହି ସମ୍ମିଳନୀ କୁ ଶୁଭାରମ୍ଭ କରିଥିଲେ। ଏହି ସମ୍ମିଳନୀ ରେ ଯୋଗଦାନ କରିଥିବା ଅଶ୍ୱିନୀ ନର୍ସିଙ୍ଗ କଲେଜ ଓ ସାବରମତୀ ନର୍ସିଙ୍ଗ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀମାନଙ୍କୁ, ଗର୍ଭବତୀ ମା ମାନଙ୍କର ମାନସିକ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରି ଆଲୋକପାତ କରାଯାଇଥିଲା। ଏସ.ସି.ବି ମେଡିକାଲ କଲେଜ, କଟକର ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ, ଭୁବନେଶ୍ଵର ଏମ୍ସ ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦେବଦତ୍ତ ମହାପାତ୍ର, ଏସ.ସି.ବି ଏବଂ ଏମ.କେ.ସି.ଜି ମେଡିକାଲ କଲେଜ ର ଅଭସରପ୍ରାପ୍ତ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତି ଉପସ୍ଥିତ ଥିବା ସମସ୍ତ ଶହେ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମାନସିକ ସ୍ୱାସ୍ଥ୍ୟଗତ ସମସ୍ୟା, ଯତ୍ନ ଓ ଗୁଣବତ୍ତା ଉପରେ ଆଲୋଚନା ପୂର୍ବକ ଉପଦେଶ ଦେଇଥିଲେ। ଏହି ସମ୍ମିଳନୀର ଦ୍ୱିତୀୟ ଭାଗରେ, ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି କର୍ମଶାଳା ରେ ରୋଟାରିଆନ ଡାକ୍ତର ଆରତୀ ବିଶ୍ୱାଳ, ସେମିନାର ଚେୟାର ମୀରା ପୃଷ୍ଟି, ସଭାପତି ଶୁଭ୍ରା ମହାନ୍ତି, ସମ୍ପାଦକ ପ୍ରଭାତ ମିଶ୍ର, ଚାର୍ଟର ସଭାପତି ଡାକ୍ତର ତାପସ ଦାସ, ପୂର୍ବତନ ସଭାପତି ବିଶ୍ୱଜିତ ସେନାପତି, ପୂର୍ବତନ ସଭାପତି ତବସୁମ ଅକତର୍, କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ଲେଙ୍କା ଏବଂ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲ।
