• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କମିଲା ଦେଶର ଅଭିବୃଦ୍ଧି ହାର

by Voice of Victims
August 30, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କମିଲା ଦେଶର ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌)ରେ ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ହାର ୬.୭% ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରିମାସ ତୁଳନାରେ (୧.୫%) ଯଥେଷ୍ଟ କମ୍‌। ପୂର୍ବ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ମାସରେ ଦେଶର ଜିଡିପି ହାର ୮.୨% ରହିଥିଲା। ସବୁଠୁ ବଡ଼ କଥା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ବାନୁମାନ କରାଯାଇଥିବା ଜିଡିପି ହାର ଠାରୁ ମଧ୍ୟ ଏହା କମ୍ ରହିଥିବା ରେକର୍ଡ କରାଯାଇଛି। ଚଳିତ ଅର୍ଥବର୍ଷର ପ୍ରଥମ ୩ମାସରେ ଅଭିବୃଦ୍ଧି ହାର ୭.୧% ରହିବ ବୋଲି ଆରବିଆଇ ପୂର୍ବାନୁମାନ କରିଥିଲା। କିନ୍ତୁ ଏହା ଭୁଲ୍ ପ୍ରମାଣିତ ହୋଇଛି। ଏପରିକି ଅର୍ଥବିଶେଷଜ୍ଞମାନେ କରିଥିବା ପୂର୍ବାନୁମାନ ୬.୮-୭% ଜିଡିପି ହାର ଠାରୁ ମଧ୍ୟ ଏହା କମ୍ ରହିଛି। ଏହା ଗତ ୫ ତ୍ରିମାସ ଅର୍ଥାତ ଦୀର୍ଘ ୧୫ ମାସ ତୁଳନାରେ ମଧ୍ୟ ସର୍ବନିମ୍ନ ହାର। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ରିପୋର୍ଟରୁ ଚଳିତ ବର୍ଷର ପ୍ରଥମ ୩ ମାସରେ ଜିଡିପି ଅଭିବୃଦ୍ଧି ହ୍ରାସ ପାଇଥିବା ତଥ୍ୟ ସାର୍ବଜନୀନ ହୋଇଛି। ରିପୋର୍ଟ ଅନୁସାରେ ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଥିବା ପ୍ରାଥମିକ କ୍ଷେତ୍ରଗୁଡ଼ିକରେ ଅଭିବୃଦ୍ଧି ହାର ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଗତ ବର୍ଷ ପ୍ରଥମ ତ୍ରୟମାସରେ ଏହା ୪.୨% ଥିଲା ବେଳେ ଚଳିତ ଥର ୨.୭%କୁ ଖସିଛି। ଏହି କାରଣରୁ ପ୍ରଭାବ ଜାତୀୟ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି। କେବଳ କୃଷି କ୍ଷେତ୍ରକୁ ବାଦ୍‌ଦେଲେ ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାର ପୂର୍ବ ଅର୍ଥବର୍ଷ ତୁଳନାରେ ହ୍ରାସ ପାଇଛି। ଚଳିତ ଅର୍ଥବର୍ଷ (ଏପ୍ରିଲ୍‌ରୁ ଜୁନ୍ ସୁଦ୍ଧା) କୃଷି କ୍ଷେତ୍ରରେ ମାତ୍ର ୨% ହାରରେ ଅଭିବୃଦ୍ଧି ଘଟିଛି। ଅନ୍ୟପକ୍ଷେ ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ କୃଷି ଉତ୍ପାଦନ ବୃଦ୍ଧି ପାଇବା ସାଙ୍ଗକୁ ଅଭିବୃଦ୍ଧିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଏହି ତିନିମାସରେ ବିଦ୍ୟୁତ୍ ଉତ୍ପାଦନ ଓ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ଆଶାନୁରୂପକ ରହିଛି। ୨୦୨୩-୨୪ ପ୍ରଥମ ତ୍ରୈମାସ ତୁଳନାରେ ୨୦୨୪-୨୫ ଅର୍ଥବର୍ଷ ସମାନ ସମୟ ସୁଦ୍ଧା ଜିଡିପି ହାର ୧.୫% ହ୍ରାସ ପାଇବା ସତ୍ତ୍ୱେ ୨୦୨୪-୨୫ର ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟ ହିସାବରେ ଦେଶର ବାସ୍ତବ ଜିଡିପି ମୂଲ୍ୟ ୪୩.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ôଥକ ବର୍ଷ (୨୦୨୩-୨୪)ର ପ୍ରଥମ ତ୍ରୈୟମାସରେ ଜିଡିପି ମୂଲ୍ୟ ୪୦.୯୧ ଲକ୍ଷ କୋଟି ଥିଲା। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପରେ ସରକାରୀ ଖର୍ଚ୍ଚରେ ମନ୍ଥରତା ହେତୁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ମନ୍ଥର ହେବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଥିଲେ। ଏହାସତ୍ତ୍ୱେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବାର ଧାରା ଅବ୍ୟାହତ ରଖିବାରେ ଭାରତ ସଫଳ ହୋଇଛି।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In