• About Us
  • Contact Us
Wednesday, June 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧୦% ବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଛୁଇଁଲା

by Voice of Victims
September 1, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧୦% ବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଛୁଇଁଲା

ନୂଆଦିଲ୍ଲୀ : ଅଗଷ୍ଟରେ ମୋଟ୍ ଜିଏସ୍‌ଟି ଆଦାୟ ୧୦% ବୃଦ୍ଧି ସହ ୧,୭୪,୯୬୨ କୋଟି (୧.୭୪ ଲକ୍ଷ କୋଟି) ଟଙ୍କାରେ ପହଞ୍ଚିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩୦ ସୁଦ୍ଧା ଉଲ୍ଲେଖନୀୟ ଜିଏସ୍‌ଟି ଆଦାୟ ହୋଇଛି। ଜିଏସଟି ସଂଗ୍ରହର ଏହି ତଥ୍ୟ ଦେଶର ସମସ୍ତ ପ୍ରାନ୍ତରେ ସବୁ କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ କ୍ଷେତ୍ରରେ କ୍ରମାଗତ ବୃଦ୍ଧିକୁ ଦର୍ଶାଉଛି। ଗତବର୍ଷ ଏହି ସମାନ ସମୟ ଅର୍ଥାତ୍ ଅଗଷ୍ଟ ମାସରେ ୧,୫୯,୦୬୯ କୋଟି (୧.୫୯ କୋଟି) ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଥିଲା। ଅନ୍ୟପକ୍ଷେ ୨୦୨୪ ଅଗଷ୍ଟରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣକୁ ମିଶାଇ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା (ଜାନୁଆରୀ-ଅଗଷ୍ଟ ଅର୍ଥାତ୍ ଗତ ୮ମାସରେ) ସଂଗୃହୀତ ହୋଇଥିବା ମୋଟ୍ ଜିଏସ୍‌ଟି ରାଜସ୍ୱ ୯,୧୩,୮୫୫ କୋଟି ଟଙ୍କାରେ ପହଞ୍ôଚଛି। କିନ୍ତୁ ୨୦୨୩ରେ ଏହି ୮ମାସ ସୁଦ୍ଧା ମୋଟ୍ ୮,୨୯,୭୯୬ କୋଟି ଟଙ୍କା ଜିିଏସ୍‌ଟି ସଂଗ୍ରହ କରାଯାଇଥିଲା। ଅର୍ଥାତ୍ ପୂର୍ବବର୍ଷ (୮ମାସ) ତୁଳନାରେ ଚଳିତ ବର୍ଷ ସମାନ ସମୟ ସୁଦ୍ଧା ସଂଗୃହୀତ ଜିଏସ୍‌ଟି ରାଜସ୍ୱରେ ୧୦.୧% ବୃଦ୍ଧି ହୋଇଥିବା ସ୍ପଷ୍ଟ ହୋଇଛି। ପ୍ରକାଶ, ସଂଗୃହୀତ ଜିଏସ୍‌ଟି ପରିମାଣରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଏବଂ ସମନ୍ୱିତ ଜିଏସ୍‌ଟି (ଆଇଜିଏସ୍‌ଟି) ଅନ୍ତର୍ଭୁକ୍ତ ରହିଥାଏ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ହରିଦ୍ବାରରୁ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ, ରାସ୍ତାରେ କରାଗଲା ଚିକିତ୍ସା
  • ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ
  • ସରକାରଙ୍କ ପ୍ରଚାର କଲେ ମିଳିବ ଦରମା
  • ଆଡମିଟ୍‌ କାର୍ଡ ଦେଖାଇଲେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା
  • କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌, ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In