• About Us
  • Contact Us
Monday, June 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚିତ

by Voice of Victims
September 2, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ୱର : ଅନ୍‌ଲାଇନ୍ ଆବେଦନ ପାଇଁ ଆଜି ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଉକ୍ତ ପୋର୍ଟାଲରେ ‘ସୁଭଦ୍ରା’ର ସମସ୍ତ ସୂଚନା ଉପଲବ୍ଧ ହେବ। ମହିଳାମାନେ ଯେ କୌଣସି ତଥ୍ୟ ଜାଣିବାକୁ ପୋର୍ଟାଲରୁ ଜାଣିପାରିବେ। କୌଣସି ପ୍ରକାର ସଂଶୟ ଥିଲେ ପୋର୍ଟାଲରୁ ଜାଣିପାରିବେ। ସୁଭଦ୍ରା ପୋର୍ଟାଲ- subhadra.odisha.gov.inରେ ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ୪ ତାରିଖରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବାକୁ ପଡ଼ିବ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ଯୋଜନାର ଅର୍ଥ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ରହିବ। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ସୁଭଦ୍ରା ସମ୍ବନ୍ଧୀୟ ମନରେ ଆସୁଥିବା ଯେ କୌଣସି ପ୍ରଶ୍ନର ଉତ୍ତର ଏହି ୱେବପୋର୍ଟାଲରେ ମିଳିବ। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଏହି ପୋର୍ଟାଲରେ ଦିଆଯିବ। ଆଉ କିଛି ଜାଣିବାକୁ ହେଲେ ଟୋଲ ଫ୍ରି ନମ୍ବର -୧୪୬୭୮ ରେ କଲ୍ କରି ପାରିବେ। ଏହି ଟୋଲ ଫ୍ରି ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ସୁଭଦ୍ରା ଫର୍ମସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିବ। ପୂରଣ ହୋଇଥିବା ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାର ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ୪ ସେପ୍ଟେମ୍ବର ଅପରାହ୍ଣରୁ ଫର୍ମ ଦାଖଲ ଆରମ୍ଭ କରାଯିବ। ଏହି ଫର୍ମ ଦାଖଲ ସମ୍ପୂର୍ଣ ମାଗଣା ହେବ।

Post Views: 39
Share200Tweet125Send
Voice of Victims

Voice of Victims

Recent Posts

  • ଓମାନ ତଟୀୟ ଅଞ୍ଚଳରେ ବୁଡ଼ିଲା ଡଙ୍ଗା, ୧୪ ଭାରତୀୟ ନାଗରିକ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି
  • ମେଡିକାଲ ବେଡ୍ ରୁ ଚାମେଲି ଓଝାଙ୍କ ଅଭିଯୋଗ, କହିଲେ ଦିଆଯାଉଛି ନର୍ଯାତନା, ବିଭିନ୍ନ ମହିଳା ସଂଗଠନ ଭେଟିଲେ
  • ନାରୀ ସମ୍ମାନ କାହିଁ?, ବିଜେପି ସରକାର ଉପରେ ବର୍ଷିଲେ ନବୀନ
  • ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ
  • ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ, ମେଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In