• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ

by Voice of Victims
September 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାକୁ ସଚିବମାନେ ଗସ୍ତରେ ଯିବେ। ସେମାନଙ୍କୁ ଆଜି ଜିଲ୍ଲା ଆବଣ୍ଟିତ ହୋଇଛି। ପ୍ରତିମାସରେ ‘ସଚିବମାନଙ୍କ ଆବଣ୍ଟିତ ଜିଲ୍ଲା’ ବଦଳିବ। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଆଜି ସମସ୍ତ ବିଭାଗର ସଚିବ ଓ ଅନ୍ୟ ୮ଜଣ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଣ୍ଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଏହି ଆଇଏଏସ୍ ଅଫିସରମାନଙ୍କୁ ଆବଣ୍ଟିତ ଜିଲ୍ଲାର ଯେକୌଣସି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ ପରିଦର୍ଶନରେ ଯାଇପାରିବେ। ତେବେ ଏଥିରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳକୁ ସାମିଲ କରିବାକୁ କୁହାଯାଇଛି। ଗସ୍ତ ସମୟରେ ସେମାନେ ଯେକୌଣସି ଗୋଟିଏ ପଞ୍ଚୟତକୁ ପରିଦର୍ଶନ କରି ସେଠାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡ଼ିକ କିଭଳି ଉପଲବ୍ଧ ହେଉଛି ତାହା ତଦାରଖ କରିବେ। ଏହାସହିତ ଦିନକୁ ଅତିକମରେ ଧାର୍ଯ୍ୟ ମୂଲ୍ୟଦେଇ ଆହାର କେନ୍ଦ୍ର, ଆବାସିକ ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନଭୋଜନ ଅବା ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ। ଏହି ସମୟରେ ସେମାନେ ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେଠାରେ ଉପଲବ୍ଧ ସୁରକ୍ଷା, ସୁବିଧାସୁଯୋଗ ଓ ସେମାନଙ୍କ ପ୍ରତି କରାଯାଉଥିବା ଆଚରଣ ପଚାରି ବୁଝିବେ। କେବଳ ସେତିକି ନୁହେଁ ଜିଲ୍ଲା ଗସ୍ତବେଳେ ବିଭିନ୍ନ ବର୍ଗର ଲୋକ, ହସ୍ପିଟାଲରେ ଚିକିତ୍ସିତ ରୋଗୀ, ଅଙ୍ଗନୱାଡ଼ି ହିତାଧିକାରୀ, ସ୍କୁଲ ଓ ହଷ୍ଟେଲର ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ କାର୍କ ଓ କରିଡୋର, ମେଡିକାଲ କଲେଜ, ବୃହତ୍ ଜଳସେଚନ ପ୍ରକଳ୍ପଗୁଡ଼ିକ ଓ ନୂଆ ପ୍ରକଳ୍ପ ଆଦିର ସମୀକ୍ଷା ମଧ୍ୟ କରିବେ। ଜିଲ୍ଲାରେ ଯଦି ଟ୍ରେନି ଆଇଏଏସ୍ ଥିବେ ସେମାନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। କ୍ଷେତ୍ର ପରିଦର୍ଶନ ପରେ ଅତିକମରେ ଅଧାଦିନ ସମ୍ପୃକ୍ତ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ଅଫିସରମାନେ ନିଜସ୍ୱ ମନ୍ତବ୍ୟ ଦେବେ। ଏସବୁ ବ୍ୟତୀତ ୮ଟି ଡିଏମଏଫ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମବାଡ଼ସି ପାଣ୍ଠିର ବିନିଯୋଗ ଏବଂ ୨୯ଟି ଆକାଂକ୍ଷୀ ବ୍ଲକଗୁଡ଼ିକରେ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ। ପ୍ରତିମାସରେ ଜିଲ୍ଲା ଗସ୍ତରୁ ଫେରିବା ପରେ ଗସ୍ତର ସାରାଂଶ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କୁ ଅବଗତ ପାଇଁ ରିପୋର୍ଟ କରି ପଠାଇବେ। ରାଜ୍ୟ ସରକାର ସମସ୍ତ ସୁବିଧା ଓ ଅଧିକ ସ୍ୱଚ୍ଛତା ପାଇଁ ଖୁବଶୀଘ୍ର ଏ ସମ୍ବନ୍ଧରେ ଏକ ୱେବପୋର୍ଟାଲ ଖୋଲି ପରିଦର୍ଶନ ଟିପ୍ପଣୀଗୁଡ଼ିକୁ ଅପଲୋଡ୍ କରିବେ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି। ଚଳିତ ମାସରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଆବଣ୍ଟିତ ହୋଇଥିବାବେଳେ ଦେଓରଞ୍ଜନ ସିଂହ- ଅନୁଗୁଳ, ସୁରେନ୍ଦ୍ର କୁମାର-କଟକ, ଜି ମାଥିଭାଥାନନ- କେନ୍ଦ୍ରାପଡ଼ା, ହେମନ୍ତ ଶର୍ମା- କେନ୍ଦୁଝର, ବିଷ୍ଣୁପଦ ସେଠୀ- ମାଲକାନଗିରି, ଚିତ୍ରା ଅରୁମୁଗମ- କୋରାପୁଟ, ସୁଶୀଲ କୁମାର ଲୋହାନୀ- କଳାହାଣ୍ଡି, ଅରବିନ୍ଦ କୁମାର ପାଢ଼ୀ- ଖୋର୍ଦ୍ଧା, ଶାଶ୍ୱତ ମିଶ୍ର- ବରଗଡ଼, ବୀରବିକ୍ରମ ଯାଦବ- ବଲାଙ୍ଗୀର, ବିଶାଳ ଦେବ- ନୂଆପଡ଼ା, ଉଷା ପାଢ଼ୀ- କନ୍ଧମାଳ, ସଞ୍ଜୟ କୁମାର ସିଂ- ମୟୂରଭଞ୍ଜ, ସୁରେଶ କୁମାର ବଶିଷ୍ଠ- ପୁରୀ, ଶୁଭା ଶର୍ମା- ଗଜପତି, ଭାସ୍କରଜ୍ୟୋତି ଶର୍ମା- ନବରଙ୍ଗପୁର, ଶାଳିନୀ ପଣ୍ଡିତ- ରାୟଗଡ଼ା, ଏସ.ଅଶ୍ୱଥି- ସୁନ୍ଦରଗଡ଼, ରାଜେଶ ପ୍ରଭାକର ପାଟିଲ-ଦେବଗଡ଼, ଅରବିନ୍ଦ ଅଗ୍ରୱାଲ- ସମ୍ବଲପୁର, ବଳବନ୍ତ ସିଂ-ଗଞ୍ଜାମ, ଭୂପେନ୍ଦ୍ର ସିଂ ପୁନିଆ-ଝାରସୁଗୁଡ଼ା, ଯାମିନୀ ଷଡ଼ଙ୍ଗୀ- ସୋନପୁର, ଗୁହା ପୁନମ ତାପସ କୁମାର- ଭଦ୍ରକ, ବିଜୟକେତନ ଉପାଧ୍ୟାୟ- ବୌଦ୍ଧ, ପ୍ରଶାନ୍ତ କୁମାର ରେଡ୍ଡୀ- ବାଲେଶ୍ୱର, ଏନ.ଥିରୁମାଳା ନାଏକ-ନୟାଗଡ଼, ସୁଧାଂଶୁ ମୋହନ ସାମଲ- ଢେଙ୍କାନାଳ ଓ ରଶ୍ମୀତା ପଣ୍ଡାଙ୍କୁ ଯାଜପୁର ଜିଲ୍ଲା ଆବଣ୍ଟିତ କରାଯାଇଛି। (ଦେବୀ)

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In