• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଛାତ୍ରୀଛାତ୍ରଙ୍କୁ ଶାରୀରିକ ଦଣ୍ଡ ଦିଆନଯିବା ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ସରକାର

by Voice of Victims
September 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଛାତ୍ରୀଛାତ୍ରଙ୍କୁ ଶାରୀରିକ ଦଣ୍ଡ ଦିଆନଯିବା ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ସରକାର

ଭୁବନେଶ୍ବର: ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦିଆନଯିବା ନେଇ ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାର ହାଇକୋର୍ଟରେ ଆଜି ଜବାବ ଦାଖଲ କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଦର୍ଶାଇଯାଇଛି ଯେ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦିଆଯିବା ନେଇ ବିଭିନ୍ନ ଜିଲାରୁ ମୋଟ ୫୭ଟି ଅଭିଯୋଗ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି। କେତେକ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଆଉ କେତେକ ତଦନ୍ତ ଚାଲିଛି। ସେଥିରୁ ବାଲେଶ୍ୱର ୫,ବରଗଡ଼ ୧,ବଲାଙ୍ଗୀର ୬, ବୌଦ୍ଧ୨,କଟକ ୩, ଗଞ୍ଜାମ ୨,ଜଗତସିଂହପୁର ୨, ଯାଜପୁର ୬,ଝାରସୁଗୁଡ଼ା ୧,ଖୋର୍ଦ୍ଧା ୬,ମାଲକାନଗିରି ୧,ମୟୁରଭଞ୍ଜ ୫,ରାୟଗଡ଼ା ୨,ସମ୍ବଲପୁର୨,ସୋନପୁର୨ ଏବଂ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୧ଟି ଅଭିଯୋଗ ରହିଛି। ଯାଜପୁର ଜିଲାର ଏକ ଚତୁର୍ଥ ଶ୍ରେଣୀ ଛାତ୍ରକୁ ଶିକ୍ଷୟିତ୍ରୀ ଉଠବସ୍ କରାଇବା ହେତୁ ଛାତ୍ରର ମୃତ୍ୟୁ ଘଟିବା ନେଇ ରୁଜୁ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ସେପ୍ଟେମ୍ବର ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ୨୦୨୩ ନଭେମ୍ବର ୨୧ରେ ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ଥାନା ଓରାଳି ଗ୍ରାମର ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ରୁଦ୍ରନାରାୟଣ ସେଠୀଙ୍କୁ ଜଣେ ଶିକ୍ଷୟିତ୍ରୀ ଉଠବସ୍ ହେବା ପାଇଁ ନିର୍ଦ୍ଦେଶ ଦେଲେ। ପଢ଼ାରେ ମନୋଯୋଗୀ ହୋଇନଥିବାରୁ ଶିକ୍ଷୟିତ୍ରୀ ଉଠବସ୍ ହେବାକୁ କହିଥିଲେ। ରୁଦ୍ର ଉଠବସ୍ ହେଉଥିବା ବେଳେ ତଳେ ପଡ଼ିଯାଇ ଅସୁସ୍ଥ ହୋଇଥିଲେ। ତାଙ୍କୁ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଆବେଦନକାରୀ ପ୍ରବୀର କୁମାର ଦାସ ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଏନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ସରକାର କୌଣସି ତଥ୍ୟ ଦେଉନାହାନ୍ତି। ଯଦ୍ୱାରା ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅବେଦନକାରୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In