• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଏଣିକି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର

by Voice of Victims
December 6, 2023
in ରାଜ୍ୟ
ଏଣିକି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଯାଇଛି ନମୁନା ପ୍ରଶ୍ନପତ୍ର । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ଲେଖାଏଁ ସେଟ୍ ନମୁନା ପ୍ରଶ୍ନପତ୍ର ପଠାଯାଇଛି । ବାର୍ଷିକ ପରୀକ୍ଷାରେ ସମାନ ଢଙ୍ଗର ପ୍ରଶ୍ନପତ୍ର ପଡ଼ିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ଏହି ପ୍ରଶ୍ନପତ୍ର ସହାୟକ ହେବ । ଡିଇଓ ପ୍ରଶ୍ନପତ୍ରଗୁଡ଼ିକୁ ବିଦ୍ୟାଳୟ ସ୍ତରରେ କିଭଳି ବିତରଣ ହେବ ସେ ଦିଗରେ ପଦକ୍ଷେପ ନେବେ । ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନପତ୍ର ପଠାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓ ବ୍ୟବସ୍ଥା କରିବେ । ଜିଲ୍ଲାସ୍ତରର ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଡିଜିଟାଲ କୋଶ୍ଚିନ ବ୍ୟାଙ୍କ ପାଇଁ ନିର୍ଦ୍ଦେଶାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି ।

Post Views: 472
Share199Tweet124Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In