• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ସୁପରିଟେଣ୍ଡେଣ୍ଟ ଏବେ କଏଦୀ

by Voice of Victims
September 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ସୁପରିଟେଣ୍ଡେଣ୍ଟ ଏବେ କଏଦୀ

ଭୁବନେଶ୍ବର: ଯେଉଁ ଜେଲ୍‌ରେ ଦିନେ ସେ ସୁପରିଟେଣ୍ଡେଣ୍ଟ ଥାଇ ଶହଶହ କଏଦୀଙ୍କୁ ଚରାଉଥିଲେ ତାଙ୍କୁ ଏବେ କଏଦୀ ସାଜି ସେହି ଜେଲ୍‌ରେ ରହିବାକୁ ପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଭଳି ଅପରାଧ ମଣିଷକୁ କିଭଳି ରସାତଳଗାମୀ କରିଦିଏ ତା’ର ଏକ ଜ୍ୱଳନ୍ତ ଉଦାହାରଣ ପାଲଟିଛନ୍ତି ଝାରପଡ଼ା ଜେଲ୍‌ର ପୂର୍ବତନ ତଥା କେନ୍ଦୁଝର ଜେଲ୍‌ର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜେଲ୍ ଅଧୀକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲଣ କରିଛି। ତେବେ ଅଦାଲତରେ ତାଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ଶ୍ରୀସ୍ୱାଇଁଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି। ସେ ଏବେ ବିଚାରାଧୀନ କଏଦୀ ଭାବେ ସେଠାରେ ରହିବେ। ଗତକାଲି ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍‌, ବାସଭବନ,ଭଦ୍ରକ ପୈତୃକ ଘର,ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢ଼ାଉବେଳେ ଭିଜିଲାନ୍ସ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା। ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ୪ ମହଲା କୋଠା ସହ ୪ଟି ଦାମୀ ପ୍ଲଟ୍‌,୧୫ ଲକ୍ଷ ଟଙ୍କାର ଦାମୀ ଘରକରଣା ସାମଗ୍ରୀ ଆଦି ଜବତ କରିଥିଲା ଭିଜିଲାନ୍ସ। ତେବେ ଠୁଳ କରିଥିବା ସମ୍ପତ୍ତି ବାବଦରେ ପଚାରିବାରୁ ଜେଲ୍ ଅଧୀକ୍ଷକ ଶ୍ରୀ ସ୍ୱାଇଁ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଫଳରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଥିଲା। ଚଢଉରେ ଭିଜିଲାନ୍ସର ୧୨ ଜଣ ଡିଏସପି ଓ ୧୧ ଇନସ୍ପେକ୍ଟରଙ୍କ ସହ ଏସଆଇ ଏବଂ ଏଏସଆଇ ସାମିଲ ଥିଲେ।

Post Views: 36
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In