• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଅଷ୍ଟମ ଶ୍ରେଣୀ ପାଇଁ ମାଟ୍ରିକ ଢାଞ୍ଚାରେ ହେବ ପ୍ରଶ୍ନପତ୍ର

by Voice of Victims
September 8, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଷ୍ଟମ ଶ୍ରେଣୀ ପାଇଁ ମାଟ୍ରିକ ଢାଞ୍ଚାରେ ହେବ ପ୍ରଶ୍ନପତ୍ର

ଭୁବନେଶ୍ୱର : ଗତ ୩ ବର୍ଷ ପୂର୍ବରୁ ରାଜ୍ୟରେ କୋଭିଡ ଲାଗି ସ୍କୁଲସ୍ତରରେ ଉଭୟ ଶିକ୍ଷାଦାନ ଏବଂ ପରୀକ୍ଷା ପରିଚାଳନାରେ ଅନେକ ସମସ୍ୟା ଉପୁଜିଥିଲା। ବିନା ପରୀକ୍ଷାରେ ପିଲାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିବା ବେଳେ ପିଲାଙ୍କ ଦକ୍ଷତା ଯାଞ୍ଚ କରିବାର ସୁଯୋଗ ବି ମିଳିନଥିଲା। ତେଣୁ ଦଶମ ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ମେଟିଭି ପରୀକ୍ଷାର ପ୍ରଚଳନ ଆରମ୍ଭ ହୋଇଥିବା ବେଳେ ନବମ ଶ୍ରେଣୀରେ ମଧ୍ୟ ବୋର୍ଡ ପରୀକ୍ଷା ଢାଞ୍ଚାରେ ପରୀକ୍ଷା ପରିଚାଳନା କରାଯାଉଛି। ତେବେ ପିଲାଙ୍କ ମନରୁ ପରୀକ୍ଷା ଭୟ ଦୂର କରିବା ଲାଗି ଏହି ବ୍ୟବସ୍ଥାକୁ ଏଣିକି ଅଷ୍ଟମ ଶ୍ରେଣୀରୁ କାର୍ଯ୍ୟକାରୀ କରାଯିବ। ଫଳରେ ଉଭୟ ନବମ ଏବଂ ଦଶମ ପରୀକ୍ଷାକୁ ନେଇ ପିଲାମାନେ ମାନସିକ ଚାପରୁ ଦୂରେଇ ଯିବେ। ଏହାବ୍ୟତିତ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ କପି ଶୂନ୍ୟ ସମେତ ଯେପରି ସବୁ ସ୍କୁଲରେ ପାଶହାର ଶତପ୍ରତିଶତ ରହିବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅଷ୍ଟମ ଶ୍ରେଣୀରୁ ପିଲାଙ୍କୁ ଟ୍ରେଣ୍ଡ କରାଯିବ। ମାଟ୍ରିକ ପରୀକ୍ଷାରେ ଯେପରି ସେଟ୍ ପ୍ରଶ୍ନପତ୍ର ରହୁଛି ସେହିପରି ସେଟ୍ ପ୍ରଶ୍ନପତ୍ର ଅଷ୍ଟମ ଶ୍ରେଣୀ ଷାଣ୍ମାଷିକ ପରୀକ୍ଷାରୁ ଆରମ୍ଭ ହେବ। ତେବେ ଏଥିରେ ୩ଟି ସେଟ୍‌ର ପ୍ରଶ୍ନପତ୍ର ରହିବ। ଫଳରେ ମାଟ୍ରିକ ପରୀକ୍ଷା ପୂର୍ବରୁ ପିଲାଙ୍କୁ ସେଟ୍ ପ୍ରଶ୍ନପତ୍ର ସମ୍ପର୍କରେ ଅବଗତ କରାଯିବ। ରାଜ୍ୟରେ ସରକାରୀ ସ୍କୁଲଗୁଡିକରେ ଦୁର୍ବଳ ପିଲାଙ୍କ ଲାଗି ଉଜ୍ଜଳ-ଉତ୍‌ଥାନ ଭଳି ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହାବ୍ୟତୀତ ଗଣିତ, ବିଜ୍ଞାନ, ଇଂରାଜି ଏବଂ ସାହିତ୍ୟ ବିଷୟରେ ପିଲାମାନଙ୍କର ଦକ୍ଷତା -ଜ୍ଞାନ ବୃଦ୍ଧି ଲାଗି ଅତିରିକ୍ତ ଶିକ୍ଷାଦାନର ବ୍ୟବସ୍ଥା ହେଉଛି। ଅଷ୍ଟମ ଶ୍ରେଣୀରୁ ସେଟ୍ ପ୍ରଶ୍ନପତ୍ର ପ୍ରଚଳନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏହାର ପ୍ରଶ୍ନପତ୍ର ଏସ୍‌ସିଇଆର୍‌ଟି ପ୍ରସ୍ତୁତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏନେଇ ଏକ ୮ଜଣିଆ କମିଟି ଗଠନ କରାଯିବ। ଅଷ୍ଟମ ପରୀକ୍ଷାରେ ପ୍ରତି ଶ୍ରେଣୀରେ ୩ ପ୍ରକାର ପ୍ରଶ୍ନପତ୍ର ପିଲାଙ୍କୁ ଦିଆଯିବ। ପିଲାଙ୍କୁ ସେଟ୍ ପ୍ରଶ୍ନ ଦିଆଯିବା ପରେ ପ୍ରତି ପରୀକ୍ଷାର୍ଥୀଙ୍କ ପାଶ୍ୱର୍ରେ କିମ୍ବା ଆଗଧାଡି ଓ ପଛଧାଡିରେ ଯେପରି ସମାନ ସେଟ୍ ପ୍ରଶ୍ନପତ୍ର ଦିଆଯିବ ନାହିଁ ସେଥିଲାଗି ଗୁରୁତ୍ୱ ଦିଆଯିବ। ମାଟ୍ରିକ ପରୀକ୍ଷା ଭଳି ଯଦିଓ ପିଲାଙ୍କୁ ଆଡମିଟ୍ କାର୍ଡ ଦିଆଯିବ ନାହିଁ ମାତ୍ର ଯାଞ୍ଚ ପ୍ରକ୍ରିୟା, ଶ୍ରେଣୀରେ ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ବାଣ୍ଟିବା, ନିର୍ଦ୍ଧାରିତ ସମୟରେ ଉତ୍ତରଖାତା ସଂଗ୍ରହ କରିବା ଆଦି ମାଟ୍ରିକ ପରୀକ୍ଷା ଭଳି କରାଯିବ। ଏହି ବ୍ୟବସ୍ଥା ସମ୍ପର୍କରେ ସ୍କଲ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଆଧାରଲିଙ୍କ ହେବା ପରେ ରାଜ୍ୟର ସବୁ ସ୍କୁଲର ତଥ୍ୟ ବିଭାଗୀୟ ୟୁଡାଇସ୍‌ରେ ରହିଛି। ଅଷ୍ଟମରୁ ଏପରି ଅଭନବ ପ୍ରୟାସ ଲାଗୁ କରିବା ପରେ ରାଜ୍ୟରେ ମଧ୍ୟ ଜିରୋ ରେଜଲ୍ଟ ମିଶନ ଏକ ପ୍ରକାର ସଫଳ ହେବ। ତେବେ ସରକାରୀ ସ୍କୁଲ ସମେତ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡିକରେ ମଧ୍ୟ ଏହି ଢାଞ୍ଚା ଲାଗୁ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଶ୍ରେଣୀ ପାଠପଢ଼ା ସମେତ ପିଲାଙ୍କ ଦକ୍ଷତା ବୃଦ୍ଧି, ପିଲାଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନଭାବ ଜାଗ୍ରତ କରିବା, ବିଜ୍ଞାନ ପ୍ରତି ଆକୃଷ୍ଟ ହେବା, ବିଷୟ ଭିତ୍‌ିକ ପାଠ୍ୟକ୍ରମରେ ସବୁ ବର୍ଗର ପିଲାଙ୍କର ଦକ୍ଷତା ବଢ଼ାଇବା ଦିଗରେ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଯେପରି ସମଗ୍ର ଦେଶରେ ଏକ ରୋଲ୍ ମଡେଲ ସାଜିବ ସେଥିଲାଗି ସବୁସ୍ତରରେ ଗୁରୁତ୍ୱ ଦିଆଯାଉଛି।

Post Views: 55
Share202Tweet127Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In