• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୩ ଯୁବତୀଙ୍କ ଉପରେ କାର ଚଢାଇଦେଲା ମଦ୍ୟପ ଢ଼ାବା ମାଲିକ, ଜଣେ ମୃତ

by Voice of Victims
September 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୩ ଯୁବତୀଙ୍କ ଉପରେ କାର ଚଢାଇଦେଲା ମଦ୍ୟପ ଢ଼ାବା ମାଲିକ, ଜଣେ ମୃତ

ଭୁବନେଶ୍ବର : ରାସ୍ତାରେ ଯାଉଥିବା ୩ ଯୁବତୀଙ୍କ ଉପରେ କାର ଚଢାଇ ଦେଇଛି ମଦ୍ୟପ ଢାବା ମାଲିକ। ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗୀର ଜିଲ୍ଲାରେ ଘଟିଛି। ଏହି ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପାଟଣାଗଡ଼-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ପାଟଣାଗଡ଼-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ପାର୍ଶ୍ୱରେ ରହିଛି ସୁଶୀଳ କୁମାର ସହୁଙ୍କ ଢାବା। ଆଜି ସନ୍ଧ୍ୟା ବେଳେ ସେ ମଦ୍ୟପାନ କରିଥିବା ଅବସ୍ଥାରେ ଢାବାରୁ ନିଜ ନୂଆ କାର୍ ଚଲାଇ ଦ୍ରୁତ ଗତିରେ ଘରକୁ ଫେରୁଥିବା ବେଳେ ବେଲପଡ଼ା ନୁନ୍‌ହାଟ ଗାଁର ୩ ଜଣ ଯୁବତୀ ବୋଲେଶ୍ୱରୀ ମାଝୀ, ପ୍ରତିମା ମାଝୀ ଓ ଦେମତି ମଝୀଙ୍କ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଯୁବତୀମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ଭିତରେ ବୋଲେଶ୍ୱରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି। କାର୍‌ଟି ୩ ଯୁବତୀଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ସୁଶୀଳ କାର୍ ଛାଡ଼ି ପଳାଇ ଯାଇଥିଲା। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କଣ୍ଟାବାଞ୍ଜି-ପାଟଣାଗଡ଼ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଗୁରୁତର ଆହତ ଯୁବତୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଦାବିରେ ସେମାନେ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲା। ପରେ ସେମାନେ ରାସ୍ତାରୁ ହଟି ଯାଇଥିଲେ।

Post Views: 43
Tags: 3 young women run over by drunken bar owner
Share198Tweet124Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In