• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’

by Voice of Victims
September 15, 2024
in ଦେଶ ବିଦେଶ, ମୁଖ୍ୟ ଖବର
ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’

ନୂଆଦିଲ୍ଲୀ: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ ପଦକ୍ଷେପକୁ ଦଳ ନିର୍ବିଶେଷରେ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ୧୦୦ ଦିନ ପୂରଣ କରିଛି ଏବଂ ପୂରା ୫ ବର୍ଷ ଶାସକ ମେଣ୍ଟ ଅତୁଟ ରହିବ ବୋଲି କୁହାଯାଇଛି। ଏହି ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବାସ୍ତବ ରୂପ ନେବ ବୋଲି ଜଣେ ପଦାଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନବେଳେ ଲାଲ୍‌କିଲ୍ଲାରୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ’ଉପରେ ଗୁରୁତ୍ୱ ଦେଇଥିଲେ। ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଦେଶର ବିକାଶ ବାଧାପ୍ରାପ୍ତ ହେଉଥିବା ସେ କହିଥିଲେ। ସୂଚନାଯୋଗ୍ୟ, ଭାଜପାର ଲୋକ ସଭା ନିର୍ବାଚନ ଇସ୍ତାହାରରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ) ଅନ୍ୟତମ ମୁଖ୍ୟ ପ୍ରତିଶ୍ରୁତି ଥିଲା। ଗତ ମାର୍ଚ୍ଚରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏକସଙ୍ଗେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ସୁପାରିସ କରିଛନ୍ତି। ଏହାର ୧୦୦ ଦିନ ମଧ୍ୟରେ ପୌରସଭା ଓ ପଞ୍ଚାୟତଗୁଡ଼ିକ ପାଇଁ ନିର୍ବାଚନ ହେବ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In