• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ୧-୦ରେ ହାରିଲା ଚୀନ୍‌, ଭାରତକୁ ରେକର୍ଡ ୫ମ ଟାଇଟଲ୍‌

by Voice of Victims
September 17, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ୧-୦ରେ ହାରିଲା ଚୀନ୍‌, ଭାରତକୁ ରେକର୍ଡ ୫ମ ଟାଇଟଲ୍‌

ନୂଆଦିଲ୍ଲୀ : ହରମନପ୍ରୀତ୍ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଟିମ୍ ପ୍ୟାରିସ୍ ଅଲିମ୍ପିକ୍‌ର ଲୟ ବଜାୟ ରଖି ସଫଳତାପୂର୍ବକ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଟାଇଟଲ୍ ନିଜ ନାମରେ କରିଛି। ଚୀନ୍‌ର ହୁଲୁନବୁଇରରେ ମଙ୍ଗଳବାର ଅନୁଷ୍ଠିତ ଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଆୟୋଜକ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇଛି। ମ୍ୟାଚ୍ ଶେଷ ହେବାର ୯ ମିନିଟ୍ ପୂର୍ବରୁ ନିର୍ଣ୍ଣାୟକ ଗୋଲ୍‌ଟି ସ୍କୋର୍ କରି ଜୁଗରାଜ ସିଂହ ଭାରତ ବିଜୟର ନାୟକ ସାଜିଥିଲେ। ଗତମାସରେ ପ୍ୟାରିସ୍ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ଟିମ୍ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର ଥିଲା। ସେମିଫାଇନାଲ୍‌ରେ ପାକିସ୍ତାନକୁ ହରାଇ ପ୍ରଥମ ଥର ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ଖେଳିଥିବା ଚୀନ୍ ଟାଇଟଲ୍ ମୁକାବିଲାରେ ଭାରତକୁ କଡ଼ା ଟକ୍କର ଦେଇଥିଲା। ଭାରତକୁ ଗୋଲ୍ ସୁଯୋଗ ମିଳିଥିଲେ ମଧ୍ୟ ଅଗ୍ରଣୀ ହାସଲ କରିବାକୁ ଚୀନ୍ ଡିଫେଣ୍ଡର ସୁଯୋଗ ଦେଇ ନଥିଲେ। ତୃତୀୟ କ୍ୱାର୍ଟର୍ ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ଗୋଲ୍‌ଶୂନ୍ୟ ରହିଥିଲା ଏବଂ ବିଜେତାର ନିଷ୍ପତ୍ତି ପେନାଲ୍ଟି ଶୁଟ୍‌ଆଉଟ୍‌ରେ ହେବ ବୋଲି ଲାଗୁଥିଲା। ମାତ୍ର ଜୁଗରାଜ ୫୧ତମ ମିନିଟ୍‌ରେ ଗୋଲ୍‌କରି ଭାରତକୁ ଅଗ୍ରଣୀ କରିବା ସହ ଚୀନ୍‌କୁ ଅନ୍ତିମ ହୁଟର୍ ବାଜିବା ପର୍ଯ୍ୟନ୍ତ ଗୋଲ୍ କରିବାରୁ ରୋକିଥିଲେ। ମ୍ୟାଚ୍‌ରେ କ୍ୟାପ୍‌ଟେନ୍ ହରମନପ୍ରୀତ୍ ଗୋଲ୍ କରିପାରି ନଥିଲେ ମଧ୍ୟ ଜୁଗରାଜଙ୍କୁ ସହାୟତା କରିଥିଲେ। ଭାରତ-ଚୀନ୍ ଫାଇନାଲ୍ ପୂର୍ବରୁ ଆଜି ଟୁର୍ଣ୍ଣାମେଣ୍ଟ୍‌ର ତୃତୀୟ ସ୍ଥାନ ପାଇଁ ପାକିସ୍ତାନ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ୫-୨ ଗୋଲ୍‌ରେ ଚମତ୍କାର ବିଜୟ ହାସଲ କରି ତୃତୀୟ ସ୍ଥାନ ହାସଲ କରିଛି। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ସର୍ବାଧିକ ପାଞ୍ଚଥର ଟାଇଟଲ୍ ଜିତିବାରେ ସଫଳ ହୋଇଛି। ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସିଜନ୍ ୨୦୧୧ରେ ଖେଳାଯାଇଥିଲା। ସେତେବେଳେ ଭାରତୀୟ ଟିମ୍ ପାକିସ୍ତାନକୁ ହରାଇ ଟାଇଟଲ୍ ଜିତଥିଲା। ଏହାପରେ ଭାରତୀୟ ଟିମ୍ ୨୦୧୬, ୨୦୧୮, ୨୦୨୩ ଏବଂ ୨୦୨୪ରେ ମଧ୍ୟ ବିଜୟୀ ହୋଇଛି। ୨୦୧୮ରେ ଭାରତୀୟ ଟିମ୍ ପାକିସ୍ତାନ ସହିତ ସଂଯୁକ୍ତ ବିଜେତା ହୋଇଥିଲା। ଏହା ବ୍ୟତୀତ ପାକିସ୍ତାନ ତିନିଥର ବିଜୟୀ ହୋଇଥିବା ବେଳେ ଦକ୍ଷିଣ କୋରିଆ ଥରେ ଚାମ୍ପିଅନ୍ ହୋଇଛି। ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଟିମ୍ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ହରମନପ୍ରୀତ୍ ସିଂହଙ୍କ ନେତୃତ୍ୱାଧୀନ ଟିମ୍ ଲଗାତାର ୬ ମ୍ୟାଚ୍ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଟିମ୍ ପୁଲ୍ ପର୍ଯ୍ୟାୟରେ ନିଜର ପାଞ୍ଚ ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟ୍‌ର ଚଳିତ ସିଜନ୍‌ରେ ଏକମାତ୍ର ଅଜେୟ ଟିମ୍ ହୋଇଛି। ଅନ୍ତିମ ପୁଲ୍ ମ୍ୟାଚ୍‌ରେ ପାକିସ୍ତାନକୁ ୨-୧ରେ ହରାଇଥିବା ଭାରତ ଏହା ପୂର୍ବରୁ କୋରିଆକୁ ୩-୧ରେ ହରାଇଥିଲା। ଭାରତୀୟ ଟିମ୍ ୮-୧ରେ ମାଲେସିଆକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ଆୟୋଜକ ଚୀନ୍‌କୁ ୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଟିମ୍ ଦ୍ୱିତୀୟ ମ୍ୟାଚ୍‌ରେ ଜାପାନକୁ ୫-୧ରେ ମାତ୍ ଦେଇଥିଲା।

Post Views: 33
Tags: Asian Champions Trophy: China lose 1-0
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In