• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆନ୍ଦୋଳନରୁ ଓହରିଲେ କଲକାତା ଡାକ୍ତର

by Voice of Victims
September 20, 2024
in ମୁଖ୍ୟ ଖବର, ରାଜ୍ୟ
ଆନ୍ଦୋଳନରୁ ଓହରିଲେ କଲକାତା ଡାକ୍ତର

ନୂଆଦିଲ୍ଲୀ: କଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା କନିଷ୍ଠ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ପ୍ରାୟ ୪୦ ଦିନ ଧରି ଆନ୍ଦୋଳନ ଚଳାଇବା ପରେ ଡାକ୍ତରମାନେ ଶୁକ୍ରବାର ଏଥିରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ୟ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ ହେବା ଯାଏ ପ୍ରତିବାଦ ଶେଷ ହେବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଡାକ୍ତରମାନେ କହିଛନ୍ତି, ସେମାନେ କାର୍ୟ୍ୟରେ ଯୋଗଦେବେ। କିନ୍ତୁ ବହିର୍ବିଭାଗ ଏବଂ ଅପରେସନ ସେବାରେ ସାମିଲ ହେବେ ନାହିଁ। ସେମାନେ ସରକାରଙ୍କ ପଦକ୍ଷେପ ଉପରେ କଡ଼ା ନଜର ରଖିବେ। ଏହା ସହିତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସେମାନେ ସ୍ଵାସ୍ଥ୍ୟ ଭବନରୁ ସିଜିଓ କଂପ୍ଲେକ୍ସ ପର୍ୟ୍ୟନ୍ତ ଏକ ଶୋଭାଯାତ୍ରା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନେକ ଥର ଡାକ୍ତରମାନଙ୍କୁ ବୁଝାଇ କାର୍ୟ୍ୟକୁ ଫେରିବା ଲାଗି ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନ ଥିଲେ।

Post Views: 53
Share202Tweet127Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In