• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଶ୍ୱ ପ୍ରତିଭା ରାଙ୍କିଙ୍ଗ୍‌ରେ ଭାରତର ସ୍ଥାନ ୫୮

by Voice of Victims
September 27, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବିଶ୍ୱ ପ୍ରତିଭା ରାଙ୍କିଙ୍ଗ୍‌ରେ ଭାରତର ସ୍ଥାନ ୫୮

ନୂଆଦିଲ୍ଲୀ : ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ବିଶ୍ୱ ପ୍ରତିଭା ରାଙ୍କିଙ୍ଗ୍ ୨୦୨୪ରେ ସ୍ୱିଜରଲାଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ସ୍ୱିଜରଲାଣ୍ଡକୁ ଅନୁସରଣ କରି ସିଙ୍ଗାପୁର ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ତେବେ ଭାରତ ୫୮ତମ ସ୍ଥାନରେ ରହିଛି। ଆଇଏମ୍‌ଡି ରିପୋର୍ଟ ଅନୁସାରେ ଶ୍ରେଷ୍ଠ ୧୦ ପ୍ରତିଭା କେନ୍ଦ୍ର ମଧ୍ୟରେ ପୁଞ୍ଜି ବିନିଯୋଗ ଓ ବିକାଶ କ୍ଷେତ୍ରରେ ସ୍ୱିଜରଲାଣ୍ଡର ପ୍ରଦର୍ଶନ ଉନ୍ନତ ଥିବା ବେଳେ ଉନ୍ନତ ଜୀବନଶୈଳୀ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଶିକ୍ଷାଗତ ଯୋଗ୍ୟତା, ଆଇନଗତ ସର୍ବନିମ୍ନ ମଜୁରୀରେ ଉଚ୍ଚମାନ ବଜାୟ ରଖିଛି। ୨୦୧୪ରେ ୧୮ତମ ସ୍ଥାନରେ ଥିବା ସ୍ୱିଜରଲାଣ୍ଡ ଦେଶରେ ବିଭିନ୍ନ ସୁଧାର କରିବା ପରେ ଏଥର ପ୍ରଥମ ସ୍ଥାନକୁ ଆସିପାରିଛି। ସ୍ୱିଜରଲାଣ୍ଡ୍ ପଛକୁ ସିଙ୍ଗାପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଙ୍ଗାପୁରର ସଫଳତା ଏହାର ସମୃଦ୍ଧ ପ୍ରତିଭା, ସର୍ବନିମ୍ନ ଭେଦଭାବ ଏବଂ କୁଶଳୀ ଶ୍ରମ ଏବଂ ଆର୍ôଥକ ସମୃଦ୍ଧିର ପ୍ରତିଫଳନ। ଏଥିସହ ଏସିଆର ଉପସ୍ଥିତିକୁ ଦୃଢ଼ କରି ହଂକଂ ୯ମ ସ୍ଥାନରେ ରହିଛି। ଅନ୍ୟପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ ଆମେରିକା ଏଥର ୬ଷ୍ଠରୁ ୨୧ତମ ସ୍ଥାନକୁ ଖସିଆସିଛି। ଜୀବନ ଧାରଣ ପାଇଁ ବଢ଼ୁଥିବା ଖର୍ଚ୍ଚ ଏବଂ ବ୍ୟକ୍ତିଗତ ଆୟକର ହାର ବୃଦ୍ଧି ଫଳରେ ଆମେରିକାର ସ୍ଥାନ ହ୍ରାସ ପାଇଛି। ଉଚ୍ଚମାନର ଘରୋଇ ତଥା ଆନ୍ତର୍ଜାତିକ ପ୍ରତିଭାର ବିକାଶ କରିବା ସହ ଏହାକୁ ବଜାୟ ରଖିବା ଏବଂ ଆକର୍ଷିତ କରିବାର କ୍ଷମତାକୁ ଆଧାର କରି ଆଇଏମ୍‌ଡି ବିଭିନ୍ନ ରାଷ୍ଟ୍ରର ମୂଲ୍ୟାଙ୍କନ କରିଥାଏ। ଚଳିତ ବର୍ଷର ୠାଙ୍କିଂରେ ୟୁରୋପୀୟ ଦେଶଗୁଡ଼ିକ ଶୀର୍ଷ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ୧୦୦ ନମ୍ବର ପାଇ ସ୍ୱିଜରଲାଣ୍ଡ ତାଲିକାର ଶୀର୍ଷରେ ଥିବାବେଳେ ୮୫.୬୫ ନମ୍ବର ସହ ସିଙ୍ଗାପୁର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଲୁକ୍ସେମ୍‌ବର୍ଗ ୮୧.୬୯ ନମ୍ବର ସହ ୩ୟ ସ୍ଥାନରେ ଥିବାବେଳେ ଡେନ୍‌ମାର୍କ ୭୮.୪୯ ନମ୍ବର ରଖି ୪ର୍ଥ ସ୍ଥାନରେ ରହିଛି। ଏହା ପଛକୁ ୫ମ ସ୍ଥାନରେ ଥିବା ଆଇସ୍‌ଲାଣ୍ଡ ୭୭.୯୪ ନମ୍ବର ଏବଂ ୬ଷ୍ଠ ସ୍ଥାନରେ ଥିବା ନରୱେ ୭୭.୯୨ ନମ୍ବର ରଖିଛି। ନେଦରଲାଣ୍ଡ୍ସ ୭୭.୮୮ ନମ୍ବର ସହ ୮ମ ସ୍ଥାନରେ ଥିବାବେଳେ ହଂକଂ ୭୭.୨୨ ନମ୍ବର ସହ ୯ମ ସ୍ଥାନରେ ଓ ଅଷ୍ଟ୍ରିୟା ୭୭.୧୭ ନମ୍ବର ରଖି ଶ୍ରେଷ୍ଠ ୧୦ମ ସ୍ଥାନରେ ରହିଛି। ୨୦୨୨ରେ ଭାରତ ୫୨ତମ ସ୍ଥାନରେ ଥିବାବେଳେ ଗତବର୍ଷ ୫୬ତମ ସ୍ଥାନକୁ ଖସିଆସିଥିଲା। ତେବେ ଚଳିତବର୍ଷ ୪୦.୪୭ ନମ୍ବର ସହ ଭାରତ ୫୮ତମ ସ୍ଥାନକୁ ଖସିଆସିଛି।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In