• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବଡଚଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଓ ସଭ୍ୟସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ

by Voice of Victims
September 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଡଚଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଓ ସଭ୍ୟସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିଖିଆ ବଡଚଣା ଗ୍ରସ୍ତରେ ଆସି ସମିଆ ପଂଚାୟତ ବୁଢ଼ାକେଣ୍ଡୁଆ ହାଟ ପଡ଼ିଆ ଠାରେ ପ୍ରଧନମନ୍ତ୍ରୀ ଙ୍କ ୧୧୫ ତମ ମନ୍ କି ବାତ୍‌, ଦଳୀୟ ସଭ୍ୟସଂଗ୍ରହ, ବୃକ୍ଷ ରୋପଣ,ଆଦିବାସୀ ଲୋକଙ୍କ ସହ ଆଲୋଚନା କରିବା ସହ ଜଗୁ ସିଂହ ଜାମୁଣ୍ଡ ଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ଛତିଆ ଠାରୁ ବଡଚଣା ବିଧାୟକ ଅମର ନାୟକ ଙ୍କ ନେତୃତ୍ୱ ରେ ଏକ ମଟର ସାଇକେଲ ଶୋଭଯାତ୍ରାରେ ଦଳୀୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ବୁଢ଼ାକେଣ୍ଡୁଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ବୁଢ଼ାକେନ୍ଦୁଆ ଠାରେ ଆୟୋଜିତ କର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଂଝରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ, ବରି ବିଜେପି ନେତା ଉମେଶ ଜେନା ପ୍ରମୁଖ ପ୍ରଧାମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ କୁ ଶୁଣିବା ପରେ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚ ଆରୋହୋଣ କହିଥିଲେ। ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରି ମୋହନ ଚରଣ ମାଝୀ ନିଜ ବକ୍ତବ୍ୟ ରେ ସଭ୍ୟସଂଗ୍ରହ ଓ ମନ୍ କି ବାତ୍ ସମ୍ପର୍କରେ ଆଲୋଚନା କରିଥିଲେ ପରେ ୨୦୨୪ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥି ମଧ୍ୟରୁ ଶ୍ରୀମନ୍ଦିର ର ଚାରି ଦ୍ୱାର ଖୋଲା,ରତ୍ନଭଣ୍ଡାର ଖୋଲା, ଚାଷୀ ମାନଙ୍କୁ ଧାନ ର ସହାୟତା ମୂଲ୍ୟ ଓ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ପ୍ରମୁଖ କାର୍ଯ୍ୟକାରୀ ହେବା ସହ ତାହା ଜଣାସାଧାରଣ ଙ୍କୁ ବହୁ ମାତ୍ର ରେ ଉଛାୟିତ କରିଛି। ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦି ଙ୍କ ସରକାର ଯାହା ପ୍ରତିଶ୍ରୁତି ଦେଇଥାଏ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାଏ। ମାତ୍ର ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟର ବିଜେଡ଼ି ସରକାର ଓ କଂଗ୍ରେସ ସରକାର ଲୋକମାନଙ୍କୁ ଭୁଆଁ ବୁଲାଇ ଦୀର୍ଘ ବର୍ଷ ହେଲା ଠକି ଚାଲିଥିଲେ ପରିବାର ବାଦ ରେ ଲୋକମାନଙ୍କୁ ଭୁଲାଇ ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ କ୍ଷମତା ଦଖଲ କରୁଥିଲେ,କିନ୍ତୁ ବିଜେପି ସରକାର ପରିବାର ବାଦ କୁ ବିଶ୍ୱାସ କରେ ନାହିଁ ଏଠି ସମସ୍ତଙ୍କୁ ସମାନ ଅଧିକାର ଯେପରିକି ଚା ବିକାଳୀ ରୁ ପ୍ରଧାନମନ୍ତ୍ରୀ, ଆଦିବାସୀ ମହିଳା ଭାରତ ର ରାଷ୍ଟ୍ରପତି ଓ ମୋ ପରି ଶାଗ ପଖାଳ ଖିଆ ଗରିବ ପରିବାର ର ବ୍ୟକ୍ତି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବିକାଶ ନାମରେ ରାଜ୍ୟ ର ବିଜେଡି ସରକାର ଅପରାଧ ଓ ହରିଲୁଟ୍ କୁ ରାଜ୍ୟ ରେ ବଢାଇ ଦେଇଛନ୍ତି। ଗାଁ କୁ କାମ ମା କୁ ସମ୍ମାନ ନାରା ଦେଉଥିବା ବିଜେଡି ଛତିଆ ଠାରୁ କଳକଳା ପର୍ଯ୍ୟନ୍ତ ରାସ୍ତା ର ଅବସ୍ଥାରୁ ଗାଁ ର କାମ କଥା ଜଣାପଡୁଛି ସେହି ପରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତା ରାଣୀ ଙ୍କ ପ୍ରତି ଅନ୍ୟାୟ ରୁ ସମସ୍ତ କଥା ବୁଝା ପଡେ। ଓଡିଶା ଶାସନ କୁ ଦୁଇ ଚାରୋଟି ପରିବାର ଅକ୍ତିଆର କରି ରଖିଥିଲେ ମାତ୍ର ୨୦୨୪ ନିର୍ବାଚନ ରେ ଓଡିଶା ଜନସାଧାରଣ ସେମାନଙ୍କୁ ଉଚିତ୍ ଜବାବ ଦେଇ ବିଜେପି ଦଳ କୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେବା ସହ ଯାଜପୁର ଜିଲ୍ଲାରୁ ମଧ୍ୟ ପରିବାର ବାଦ କୁ ବିଦା କାରି ଏଠାରେ ସାଂସଦଙ୍କୁ ଜିତାଇବା ସହ ଚାରି ଜଣ ବିଧାକଙ୍କୁ ମଧ୍ୟ ବିଜୟ ଲାଭ କରିଛନ୍ତି। ଆଗାମୀ ଦିନରେ ଯାଜପୁର ଜିଲ୍ଲା ରେ ମଧ୍ୟ ବିଜେପି ପୂର୍ଣ୍ଣ ଅକ୍ତିଆର କରିବ ବୋଲି ମ୍ୟୁମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ବଡଚଣା ଜଣସାଧାରଣ ଓ ବିଧାୟକ ଅମର କୁମାର ନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ କାରଣ ଗତକାଲି ବଡଚଣା ରେ ମନ୍ କି ବାତ୍ କାର୍ଯ୍ୟକ୍ରମ କରିବା ପାଇଁ କହିଥିବା ବେଳେ ଆଜି ଏହାକୁ ପୂର୍ଣ୍ଣମାତ୍ରା ରେ ସଫଳ କରିଥିବା ରୁ ସମସ୍ତଙ୍କୁ ରାଜ୍ୟ ସରକାର ଓ ଭାରତୀୟ ଜନତା ପାର୍ଟି ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ବଳବନ୍ତ ରାୟ ବଡଚଣା ବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୋହନ ମାଝୀଙ୍କ ସରକାର ରାଜ୍ୟ ବାସୀଙ୍କ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବ। ଧର୍ମଶାଳା ବିଧାୟକ ହିମାଂଶୁ ସାହୁ,ବବିତା ମଲ୍ଲିକ ରାଜ୍ୟ ସରକାରଙ୍କ ସହେ ଦିନ ମଧ୍ୟରେ କଥା ଦେଇ କଥା ରଖିପାରିଛନ୍ତୀ ଆଗାମୀ ଦିନରେ ଓଡିଶା ବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁଯୋଗ ମିଳିବ ବୋଲି କହିଥିଲେ । ବିଧାୟକ ଅମର ନାୟକ ନିଜ ବକ୍ତବ୍ୟ ରେ ମୁଖ୍ୟମନ୍ତ୍ରୀଙ୍କ କଥା କୁ ଅଳ୍ପ ସମୟ ଭିତରେ ବଡଚଣା ବାସି ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମନ୍ କି ବାତ୍ ଓ ସଭ୍ୟସଂଗ୍ରହ କାର୍ଯ୍ୟକ୍ରମ ବଡଚଣା ରେ କରିଥିବାରୁ ବଡଚଣା ବାସୀଙ୍କୁ ତରଫ ରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଅଳ୍ପ ଦିନ ଭିତରେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ଓଡିଶା ବାସୀଙ୍କର ପ୍ରିୟଭାଜନ ହେବା ସହ ଆଗାମୀ ଦିନରେ ଭାରତ ବର୍ଷ କୁ ଏକ ବିକାଶ ଶିଳ ରାଜ୍ୟ ରୁପେ ପରିଣତ କରିବେ ବୋଲି ବିଧ୍ୟାକ ଶ୍ରୀ ନାୟକ କହିଥିଲେ। ଏହି କାର୍ଯ୍ୟକ୍ରମ କୁ ସରପଞ୍ଚ ବିଶ୍ୱବିଜୟୀ ବ୍ରହ୍ମ, ବେଣୁଧର ବିଶ୍ୱାଳ, ସୁଲୋଚନା ପ୍ରଧାନ,ଦେବଯାନୀ ପ୍ରଧାନ,ହରିଶଙ୍କର ପଣ୍ଡା, ରବୀନ୍ଦ୍ର ରାଉତ, ଲଲାଟେନ୍ଦୁ ମହାପାତ୍ର, ସିତାନଥ ବଳସାମନ୍ତ,ପ୍ରଦୀପ୍ତ ସାମନ୍ତ,ପ୍ରିତମ ନାୟକ,ରେବତୀ ଭୋଇ, ପ୍ରମୋଦ ଜେନା, ହେମେଶ ଜେନା ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ମୁଖ୍ୟ ସହଯୋଗ କରିଥିଲେ। ଶେଷ ରେ ଉମେଶ ଜେନା ଧନ୍ୟବାଦ ଦେଇଥିଲେ ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥି ମାନେ ଡାଲିଯୋଡା ବନ୍ୟାଞ୍ଚଳ ପକ୍ଷରୁ ପ୍ରସ୍ତୁତ କରିଥିବା ବୃକ୍ଷ ରୋପଣ କରିଥିଲେ, ଆଦିବାସୀ ମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଆଦିବାସୀ ବସ୍ତିର ଜଗୁ ସିଂହ ଯାମୁଣ୍ଡା ଙ୍କ ଘରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ସାଳ ପତ୍ର ରେ ଖାଇଥିଲେ ।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In