• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ତୃଣମୂଳସ୍ତରର କର୍ମକର୍ତ୍ତାହେବେ ପୋଷଣ ଅଭିଯାନର ଯୋଦ୍ଧା

by Voice of Victims
September 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ତୃଣମୂଳସ୍ତରର କର୍ମକର୍ତ୍ତାହେବେ ପୋଷଣ ଅଭିଯାନର ଯୋଦ୍ଧା

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପୋଷଣ ମାସ- ୨୦୨୪ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳସ୍ତରର କର୍ମକର୍ତ୍ତାମାନଙ୍କୁ ପୋଷଣ ଅଭିଯାନର ଯୋଦ୍ଧା ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ଗାଁ ଗାଁରେ ଜନସଚେତନତା ସୃଷ୍ଟି କରିବା ସହ ପୋଷଣ ଅଭିଯାନରେ ସେମାନଙ୍କୁ ଆତ୍ମୀୟତା ସହିତ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ଅପପୁଷ୍ଟି ସମସ୍ୟାର କାରଣ ଓ ନିରାକରଣ ବିଷୟ ଉପରେ ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ମଧ୍ୟମ ପୁଷ୍ଟିହୀନତାକୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଢାଞ୍ଚା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୋଷଣ ପାଇଁ ଆଞ୍ଚଳିକ ଖାଦ୍ୟ ସହ ଖାଦ୍ୟ ବିବିଧତାକୁ ପ୍ରାଧାନ୍ୟ ଦେବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ତୃଣମୂଳସ୍ତରରେ ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସେ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇବା ସହ କର୍ମକର୍ତ୍ତାମାନଙ୍କ ପ୍ରତି କୌଣସି ଆକ୍ରୋଶକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢ ମତ ରଖିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଏକ ପିଜୁଳି ଗଛ ଲଗେଇ ‘ଏକ ପେଡ ମା କେ ନାମ’ ଅଭିଯାନକୁ ସ୍ୱାଗତ ଜଣାଇ ରାଜ୍ୟସ୍ତରୀୟ ପୋଷଣ ମାସ – ୨୦୨୪ ଉତ୍ସବର ଶୁଭାରମ୍ଭ କରିଥିଲେ। ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଶିକ୍ଷା ଓ ମନୋରଞ୍ଜନଧର୍ମୀ ସାମଗ୍ରୀ ଓ ଖେଳଣା ଏବଂ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିର ପ୍ରଦର୍ଶନକୁ ପରିଦର୍ଶନ କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶିକା ମୋନିଶା ବାନର୍ଜୀ ତାଙ୍କ ଅଭିଭାଷଣରେ ଶିଶୁ ପୋଷଣରେ ମା’ ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆମେ ଓଡ଼ିଶାକୁ ଏକ କୁପୋଷଣ ମୁକ୍ତ ରାଜ୍ୟ ଭାବେ ପ୍ରତିଷ୍ଠିତ କରିପାରିବା ବୋଲି ସେ ମତ ପ୍ରକାଶ କରିଥିଲେ। ଏହାବ୍ୟତୀତ ସେ କହିଥିଲେ ଯେ, ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ସବୁ ଜିଲ୍ଲାରେ ଶିଶୁ ଓ ମାଆମାନଙ୍କୁ ବାଧ୍ୟତାମୂଳକ ଭାବେ ଛତୁଆ ଦିଆ ନଯିବା ଉପରେ ବିଚାର କରାଯାଉଛି। ଆଞ୍ଚଳିକତା ଭିତ୍ତିରେ ରୁଚିକର ଏବଂ ଉପଲବ୍ଧତା ଅନୁସାରେ ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ମାଣ୍ଡିଆ, ବାଜରା ଭଳି ଖାଦ୍ୟଶସ୍ୟ ଦିଆଯାଇ ପାରିବ ବୋଲି କହିଛନ୍ତି ପ୍ରଭାତୀ। ଓଡ଼ିଶାରେ ଗର୍ଭବତୀ ମାଆ ଓ ଶିଶୁଙ୍କ ପୁଷ୍ଟି ସାଧାନ ଉଦ୍ଦେଶ୍ୟରେ ପୂର୍ବ ସରକାର ଅମଳରୁ ବର୍ଷ ବର୍ଷ ଧରି ଚାଲି ଆସୁଛି ଛତୁଆ ଯୋଜନା। କିନ୍ତୁ ଏ ଛତୁଆ ଯେ ବାସ୍ତବରେ ପିଲାଙ୍କ ପୁଷ୍ଟି ସାଧନ କରୁଛି ନା ନାହିଁ, ତାକୁ ନେଇ ଅନେକ ସମୟରେ ବିବାଦ ଛିଡ଼ା ହୋଇଛି। ଛତୁଆର ଗୁଣ ଓ ମାନକୁ ନେଇ କେତେବେଳେ ବ୍ଲକ, ଜିଲ୍ଲା ତ ଆଉ କେତେବେଳେ ରାଜ୍ୟସ୍ତରରେ ହୋଇଛି ତମ୍ବି ତୋଫାନ। ଗତ ଅଗଷ୍ଟ ୩୧ ତାରିଖରେ ବିଧାନସଭାରେ ଛତୁଆର ମାନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ। ଏହାପରେ ଘଟଣାର ଯାଞ୍ଚ କରି ବିଧାନସଭାକୁ ତଦନ୍ତ ରିପୋର୍ଟ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଛତୁଆକୁ ନେଇ ସରକାର ନିନ୍ଦା ସହୁଛନ୍ତି, ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି। ତା’ ସହ ରାଜ୍ୟରେ ଅପପୁଷ୍ଟି ଓ ରକ୍ତହୀନତାରେ ପୀଡ଼ିତ ଶିଶୁ ଓ ମାଆଙ୍କ ତଥ୍ୟ ରଖି ରାଜ୍ୟର ଉତ୍କଟ ସ୍ଥିତିକୁ ଦର୍ଶାଇଥିଲେ ଉପମୁଖ୍ୟମନ୍ତ୍ରୀ। ସେ କହିଥିଲେ, ଓଡ଼ିଶାରେ ଏବେ ବି ୧୦ ଲକ୍ଷରୁ ଅଧିକ ଶିଶୁ ବାମନ, ୨୦ ଲକ୍ଷ ମାଆ ରକ୍ତହୀନତାର ଶିକାର ଏବଂ ୫ ଲକ୍ଷ ଶିଶୁ ଦୁର୍ବଳ ମାଂଶପେଷୀ ଜନିତ ସମସ୍ୟାରେ ପୀଡ଼ିତ। ତେଣୁ ଆଗକୁ ରାଜ୍ୟକୁ କୁ-ପୋଷଣଠୁ ଦୂରେଇ ରଖିବାକୁ ବିଭାଗୀୟ ଅଧିକାରୀ ତଥା ଆଇସିଡିଏସ ସଦସ୍ୟଙ୍କୁ ମିଶନ ମୋଡରେ କାମ କରିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ପ୍ରକଳ୍ପର ତୁରିନତିରା ଅଙ୍ଗନବାଡି କର୍ମୀ ହରପ୍ରିୟା ହୋତା, ନିମାପଡା ସେକଫରର ମହିଳା ସୁପରଭାଇଜର ସୁଶ୍ରୀ ସଂଗୀତା ଗୌତମୀ ଜେନା, ମାଲକାନଗିରି ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିହାରବାଳା ସାହୁ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ନିଜ ନିଜର କ୍ଷେତ୍ର ଅନୁଭୂତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥ ଉପଦେଷ୍ଟା ଓ ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନାୟକ ଓ ବିଭାଗର ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଙ୍ଗନବାଡି କର୍ମୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭାଗୀୟ ଅତିରିକ୍ତ ସଚିବ ଏନ.ସି. ଜ୍ୟୋତିରଞ୍ଜନ ନାୟକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In