• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାରି କଟା ମୁଣ୍ଡକୁ ନଳକୂଅରେ ଧୋଇବା ଘଟଣା: ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

by Voice of Victims
October 1, 2024
in ଆଇନ କାନୁନ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାରି କଟା ମୁଣ୍ଡକୁ ନଳକୂଅରେ ଧୋଇବା ଘଟଣା: ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ଭୁବନେଶ୍ବର: ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ସମ୍ବଲପୁରର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀ ପ୍ରଶାନ୍ତ ବଘରାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ ସହିତ କୋର୍ଟ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ପକାଇଛନ୍ତି। ୨୦୨୨ ମସିହା ମାର୍ଚ୍ଚ ମାସରେ ସମ୍ବଲପୁର ଜିଲ୍ଲା ଯମନକିରା ଥାନା ଅଞ୍ଚଳରେ ଏକ ଗାଁରେ ଘଟିଥିଲା ଏହି ଜଘନ୍ୟ ଘଟଣା। ଗାଁର ଜଣେ ନାବାଳିକା ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ପ୍ରଶାନ୍ତ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ। ସେ ଟାଙ୍ଗିଆରେ ନାବାଳିକାଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ। ପରେ କଟାମୁଣ୍ଡ ଧରି ଗାଁରେ ଥିବା ଏକ ନଳକୂପ ପାଖକୁ ଆସିଥିଲେ। ସେ ନଳକୂପ ପାଣିରେ ନାବାଳିକାଙ୍କ କଟାମୁଣ୍ଡକୁ ଧୋଇଥିଲେ। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ସେମାନେ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲା। ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ପ୍ରଶାନ୍ତଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିଲା। ପୁଲିସ୍ ଏହି ମାମଲାରେ ଚାର୍ଜଶିଟ ଦାଖଲ କରିବା ପରେ ପକ୍ସୋ କୋର୍ଟରେ ଶୁଣାଣି ଚାଲିଥିଲା। ମୋଟ ୨୫ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦଲିଲକୁ ବିଚାରକୁ ନେଇ କୋର୍ଟ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

Post Views: 49
Tags: After killing and washing the severed head in the canal
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In