• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇସ୍ରାଏଲ ଉପରେ ଇରାନ୍‌ର ମିସାଇଲ ବର୍ଷା, ଧମକ ଦେଲା ଆମେରିକା

by Voice of Victims
October 1, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଇସ୍ରାଏଲ ଉପରେ ଇରାନ୍‌ର ମିସାଇଲ ବର୍ଷା, ଧମକ ଦେଲା ଆମେରିକା

ତେହରାନ୍‌, ଜେରୁଜେଲମ୍‌ : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି। ହିଜବୁଲ୍ଲା ଉଗ୍ରବାଦୀ ସଂଗଠନର ମୁଖ୍ୟ ହସନ୍ ନସରଲ୍ଲାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏବେ ନିଜେ ସାମ୍ନାକୁ ଆସିଛି ଇରାନ୍‌। ରିପୋର୍ଟ ଅନୁସାରେ ଇରାନ୍ ସେନା, ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଭୟଙ୍କର ମିସାଇଲ୍ ଆକ୍ରମଣ କରିଛି। ଏକକାଳୀନ ୧୦୦ରୁ ଊର୍ଦ୍ଧ୍ୱ ମିସାଇଲ୍‌କୁ ଇସ୍ରାଏଲ୍ ମାଟିରେ ମାଡ଼ କରିଛି ଇରାନ୍‌। ଏଥିରେ ଇସ୍ରାଏଲ୍ ପକ୍ଷରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ମିଳିନଥିଲେ ମଧ୍ୟ ଆକ୍ରମଣ ଅଞ୍ଚଳରେ ସାଇରନ୍ ବଜାଇ ସ୍ଥାନୀୟ ନାଗରିକଙ୍କୁ ବୋମା ନିରୋଧୀ ସେଲ୍ଟର (ଆଶ୍ରୟ ସ୍ଥଳ)କୁ ଚାଲିଯିବା ପାଇଁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଜାରି ସହ ସାଧାରଣ ନାଗରିକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ମଧ୍ୟ ଇସ୍ରାଏଲ୍ ସେନା ଅନୁରୋଧ କରିଥିବା ସୂଚନା ମିଳିଛି। ପ୍ରକାଶ, ଜାତିସଂଘରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନକୁ ଖୋଲା ଧମକ ଦେଇଥିଲେ। ଏବେ ଇସ୍ରାଏଲ ଉପରେ ସିଧା ହମଲା କରିବାକୁ ଇରାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଭୟ ହମାସ୍ ଏବଂ ହିଜବୁଲ୍ଳା ପ୍ରତି ଇରାନ୍ ସରକାରଙ୍କ ସମର୍ଥନ ରହିଥିବା ସମଗ୍ର ବିଶ୍ୱ ବେଶ୍ ଭଲଭାବେ ଅବଗତ ରହିଛି। ପାଲେଷ୍ଟାଇନ୍‌କୁ ସମର୍ଥନ ଆଳରେ ଇସ୍ରାଏଲ ବିରୋଧୀ କାର୍ଯ୍ୟକ୍ରମକୁ ଇରାନ୍ ସରକାର ସମର୍ଥନ ତଥା ସହଯୋଗ କରିଆସୁଛନ୍ତି। ଏସବୁ ସତ୍ତ୍ୱେ ଇରାନ୍‌, ଆଜି ପର୍ଯ୍ୟନ୍ତ ଇସ୍ରାଏଲ୍ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇନଥିଲା। କିନ୍ତୁ ଏବେ ଇରାନ୍ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରାଯିବା ମଧ୍ୟପ୍ରାଚ୍ୟରେ ଏକ ଭୟଙ୍କର ଯୁଦ୍ଧର ଆରମ୍ଭ ହୋଇଯାଇଛି ବୋଲି ଅନେକ ମତପୋଷଣ କରିଛନ୍ତି। କାରଣ ଇସ୍ରାଏଲ ମଧ୍ୟ ଏବେ ଆମେରିକା ସମର୍ଥନ ପାଇ ଇରାନ୍ ଉପରେ ପାଲଟା ଆକ୍ରମଣ କରିବା ନିଶ୍ଚିତ ହୋଇଯାଇଛି। ଇରାନ୍ ପକ୍ଷରୁ ଆଜି କରାଯାଇଥିବା ମିସାଇଲ ଆକ୍ରମଣ, ଇସ୍ରାଏଲ୍‌କୁ ଅଧିକ ଆକ୍ରାମକ କରିଦେବ ବୋଲି ଅନୁମାନ କରାଯାଉଛି। ଗତ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍‌ରେ ହମାସ ଉଗ୍ରବାଦୀ ସଂଗଠନ ବିରୋଧରେ ଯୁଦ୍ଧ କରୁଛି। ଏହାସହ ଇସ୍ରାଏଲ ଲେବାନର ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲା ମଧ୍ୟ ଲଢ଼େଇ ଜାରି ରଖିଛି। ଇସ୍ରାଏଲ ମଧ୍ୟ ଉଭୟ ସଂଗଠନ ବିରୋଧରେ ନିଜ ସାମର୍ଥ୍ୟ ମୁତାବକ ଲଢ଼େଇ କରିବାରେ ଲାଗିଛି। ନିକଟରେ ଇସ୍ରାଏଲ ସେନା ହିଜବୁଲ୍ଲାର ଅନେକ ସଦସ୍ୟଙ୍କୁ ୱାକି ଟକି ଏବଂ ପେଜର ବିସ୍ଫୋରଣ ଦ୍ୱାରା ନିପାତ କରିବା ସହ ସଂଗଠନର ମୁଖ୍ୟ ହସନ ନସରାଲ୍ଲାଙ୍କୁ ମଧ୍ୟ ହତ୍ୟା କରିଛି। ଏହାପୂର୍ବରୁ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ମଧ୍ୟ ଇସ୍ରାଏଲ୍ ସେନା ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା। ସିଧା ଅର୍ଥରେ କହିଲେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ଏବଂ ଇରାନ୍ ସରକାରଙ୍କ ସମର୍ôଥତ ପ୍ରାୟ ୨ହରୁ ଅଧିକ କମାଣ୍ଡର ନିହତ ହୋଇଛନ୍ତି। ଏହାକୁ ନେଇ ଇସ୍ରାଏଲ୍ ବିରୋଧରେ ଭୟଙ୍କର ପ୍ରତିଶୋଧ ନେବାକୁ ଇରାନର ମୌଳବାଦୀମାନେ ହିଜବୁଲ୍ଲା ଉଗ୍ରବାଦୀ ସଂଗଠନ (ଇରାନ୍ ସମର୍ଥିତ) ଏବଂ ଇରାନ୍ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିପଡିଥିଲେ। କେବଳ ସେତିକି ନୁହେଁ ଇସ୍ରାଏଲ ବିରୋଧରେ ପରମାଣୁ ଅସ୍ତ୍ର ପ୍ରୟୋଗ ଏକମାତ୍ର ବିକଳ୍ପ ବୋଲି ଏହି ମୌଳବାଦୀମାନେ ପରାମର୍ଶ ମଧ୍ୟ ଦେଉଥିଲେ। ଏହି ମାମଲାରେ କଠୋରପନ୍ଥୀମାନେ ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କୁ ଭେଟି ଆଲୋଚନ।। ମଧ୍ୟ କରିଥିଲେ। ଏମାନଙ୍କ ପରାମର୍ଶକ୍ରମେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଇରାନ୍ ସରକାର ଷଡଯନ୍ତ୍ର ମଧ୍ୟ ଆରମ୍ଭ କରିଦେଇଥିବା ଗୁଇନ୍ଦା ରିପୋର୍ଟ ହସ୍ତଗତ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା ଲେବାନନରେ ଅପରେସନ ଚଳାଇଥିବାବେଳେ ହିଜବୁଲ୍ଲା ପକ୍ଷରୁ ତେଲ ଅଭିଭ ନିକଟରେ ଥିବା ଏକ ଇସ୍ର୍ରାଏଲୀୟ ମିଲିଟାରୀ ବେସ୍ ଓ ଗୁଇନ୍ଦା ବିଭାଗ ମୁସାଦ୍ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ଏପ୍ରିଲରେ ଇରାନ ପ୍ରାୟ ୧୭୦ ଡ୍ରୋନ୍‌, ୩୦ ରୁ ଅଧିକ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ୧୨୦ ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଇସ୍ରାଏଲ୍ ଅଭିମୁଖେ ମାଡ଼ କରିଥିଲା। କିନ୍ତୁ ଇସ୍ରାଏଲ ସେସବୁକୁ ନିଜ ଡିଫେନ୍ସ ସିଷ୍ଟମ୍ ବଳରେ ପ୍ରତିହତ କରିପାରିଥିଲା। ଦିନକ ପୂର୍ବେ ଆମେରିକା ମଧ୍ୟ ଇସ୍ରାଏଲ୍‌କୁ ଇରାନ୍ ପକ୍ଷରୁ ଏପ୍ରକାର ଆକ୍ରମଣ ଆଶଙ୍କା ରହିଥିବା ନେଇ ସତର୍କ କରିଥିଲା। ଯେକୌଣସି ମୁହୂର୍ତ୍ତରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଗୋଟିଏ ବାଲାଷ୍ଟିକ ମିସାଇଲ ମାଡ଼ ହୋଇପାରେ ବୋଲି ଆମେରିକା ସୂଚନା ଦେଇଛି। ଏପରି ସତର୍କ ସୂଚନା ମିଳିବା ପରେ ଇରାନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲ ନିଜ ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍ କରିଥିବା ସୂଚନା ମିଳିଛି। ତେବେ ଇରାନ୍ ପକ୍ଷରୁ ଆଜି ଇସ୍ରାଏଲ୍ ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ଆମେରିକା ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଆକ୍ରମଣ ପାଇଁ ଇରାନ୍‌କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି। ତାଙ୍କ କହିବାନୁସାରେ “ଆମେରିକା ସରକାର ଏବେ ସକ୍ରିୟ ଭାବେ ବାଲାଷ୍ଟିକ ମିସାଇଲ ଆଟାକ୍‌ରୁ ଇସ୍ରାଏଲକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ସ୍ଥଳେ ଇସ୍ରାଏଲ୍‌କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍ ପୂରା ଘଟଣା ଉପରେ ନଜର ରଖିଛନ୍ତି। ଏତଦ୍‌ବ୍ୟତୀତ ଇରାନ୍ ପକ୍ଷରୁ କରାଯାଉଥିବା ମିସାଇଲ୍ ଆକ୍ରମଣକୁ ମାରି ଖସାଇବା ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌କୁ ବାଇଡେନ୍ ନିର୍ଦ୍ଦେଶ ଦେଇଥିବା ହ୍ୱାଇଟ୍ ହାଉସ୍ ଦର୍ଶାଇଛି।

Post Views: 63
Tags: Iran's missile rain on Israel
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In