• About Us
  • Contact Us
Monday, February 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୨୮ ଜାନୁଆରୀରୁ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ

by Voice of Victims
October 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୮ ଜାନୁଆରୀରୁ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦେଶ ବିଦେଶର ନାମୀଦାମୀ କମ୍ପାନୀଗୁଡ଼ିକୁ ଆକର୍ଷିତ କରାଯିବ। ଏହି ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ -୨୦୨୫’ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାନୁଆରୀ ୨୮ ଓ ୨୯ରେ ରାଜଧାନୀ ଭୁବନେଶ୍ୱରରେ ହେବ ଏହି କନ୍‌କ୍ଲେଭ। ଏହି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ଉତ୍କର୍ଷ -୨୦୨୫ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରି ନିବେଶକଙ୍କ ସହ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା କନ୍‌କ୍ଲେଭ ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତି ଜୋର୍‌ଦାର୍ କରିଛନ୍ତି। ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚେନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ସଚିବ ଓ ଇଡକୋ ଅଧିକାରୀମାନେ ବି ସାମିଲ ହୋଇଛନ୍ତି। ସେଠାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇକମିଶନର, ଟ୍ରେଡ୍ କମିଶନରଙ୍କ ସହ ଆଲୋଚନା କରିବେ। ଅଧିକରୁ ଅଧିକ ନିବେଶ ଆଣିବା ପାଇଁ ପ୍ରୟାସ ହୋଇଛି। ଏହାଦ୍ୱାରା ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହେବ। ଏଥିସହ ରାଜ୍ୟର ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ମିଳିବ। ପୁର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ -୨୦୨୫’ ପାଇଁ ‘ଲୋଗୋ’ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ, ଏମଏସ୍‌ଏମଇ ମନ୍ତ୍ରୀ ଗୋକାଳାନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପ୍ରମୁଖ ଉପସ୍ଥିତ ଥିଲେ। 

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ପୁଣି ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି
  • ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୩ ମାଓବାଦୀ ନିହତ
  • ଉତ୍ୟକ୍ତ ମହିଳାଙ୍କର ମଦ ବିରୋଧୀ ଅଭିଯାନ
  • ମିଡ଼ିଆ ମ୍ୟାନେଜମେଣ୍ଟ ପାଇଁ ଗୌର ମହାପାତ୍ର ସମ୍ବର୍ଦ୍ଧିତ
  • ଇସ୍ରାଏଲ ଗସ୍ତରେ ଯିବେ ମୋଦି, ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ହୋଇପାରେ ଚୁକ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In