• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟଙ୍କୁ ୭ ଟି ସ୍ୱର୍ଣ୍ଣ ସମେତ ୯ ପଦକ

by Voice of Victims
October 3, 2024
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟଙ୍କୁ ୭ ଟି ସ୍ୱର୍ଣ୍ଣ ସମେତ ୯ ପଦକ

ଭୁବନେଶ୍ୱର: ୨୩ ବର୍ଷରୁ କମ ଇଣ୍ଡିଆନ୍ ଓପନ୍ ଆଥଲେଟିକ୍ସ ପ୍ରତିଯୋଗିତାରେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରି ୭ ଟି ସ୍ୱର୍ଣ୍ଣ ସମେତ ୯ ଟି ପଦକ ଜିତିଛନ୍ତି ଏବଂ ଚାରିଟି ମିଟ୍ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ର ଅନିମେଶ କୁଜୁର (୧୦୦ ମିଟର ଏବଂ ୨୦୦ ମିଟର) ଏବଂ ଲକ୍ଷ୍ମୀପ୍ରିୟା କିସାନ (୮୦୦ ମିଟର ଏବଂ ୧୫୦୦ ମିଟର) ଉଭୟ ଦୁଇଟି ଲେଖାଏଁ ପଦକ ଜିତିଛନ୍ତି। ଉଭୟ ସ୍ପ୍ରିଣ୍ଟ ଦୂରତାରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅନିମେଶ ଟୁର୍ନାମେଣ୍ଟରେ ସର୍ବଶ୍ରେଷ୍ଠ ଆଥଲେଟ୍ (ପୁରୁଷ) ପୁରସ୍କାର ମଧ୍ୟ ପାଇଛନ୍ତି । ଲକ୍ଷ୍ମୀପ୍ରିୟା ୮୦୦ ମିଟର ଇଭେଣ୍ଟରେ ନିଜର ପ୍ରଥମ ଜାତୀୟ ଟାଇଟଲ୍ ୩:୦୮୭୦ ମିନିଟ୍ ସହିତ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ କରିଛନ୍ତି। ଏହାପୂର୍ବରୁ ସେ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ। ମମିତା ମଣ୍ଡଳ ମଧ୍ୟ ଚଳିତ ବର୍ଷ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଉଭୟ ୧୦୦ ମିଟର ବାଧା ଦୌଡରେ ଏବଂ ଲଙ୍ଗଜମ୍ପ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମମିତା ଲଙ୍ଗଜମ୍ପରେ ୬.୨୭ ମିଟର ସହିତ ସିଜିନର ସର୍ବୋତ୍ତମ ଦୂରତା ହାସଲ କରିଥିଲେ ଏବଂ ହର୍ଡଲସ ଇଭେଣ୍ଟରେ ୧୩.୭୧ ସେକେଣ୍ଡରେ ଫାଇନ୍ ଲାଇନ୍ ଅତିକ୍ରମ କରିଥିଲେ। ତାଙ୍କ ଖେଳାଳିଙ୍କ ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସି ହେଡ କୋଚ ମାର୍ଟିନ ଓୱେନସ କହିଛନ୍ତି, “ଏଚପିସି ଏକ ଚମତ୍କାର ଚାମ୍ପିୟନଶିପ ଜିତିଛି। ଅନିମେଷ ନିଜର ଦୁଇଟିଯାକ ରେସରେ ବହୁତ ବଡ ବ୍ୟବଧାନରେ ଜିତି ଚମତ୍କାର ଫର୍ମରେ ଅଛନ୍ତି ଏବଂ ଖୁବ ଭଲ ଭାବରେ ସିଜିନ ଶେଷ କକରିଛନ୍ତି । ଆମେ ଆଗାମୀ ବର୍ଷ ଏକ ଜାତୀୟ ରେକର୍ଡ ହାସଲ କରିବାପାଇଁ ତାଙ୍କୁ ପ୍ରସ୍ତୁତ କରିବୁ । ଲକ୍ଷ୍ମୀଙ୍କ ପ୍ରଦର୍ଶନ ଅସାଧାରଣ ଥିଲା, କାରଣ ସେ ୨୦ ବର୍ଷରୁ କମ୍ ବୟସର ଆଥଲେଟ୍ ଅଟନ୍ତି ଏବଂ ସେ ଏଥର ଅଂଶଗ୍ରହଣ କରିଥିବା ଉଭୟ ଇଭେଣ୍ଟରେ ପଦକ ଜିତିଥିବରୁ ଆମେ ବେଶ ଆନନ୍ଦିତ। “ ନିଜ ସଫଳତାରେ ଅତ୍ୟନ୍ତ ଖୁସିଥିବା ଅନିମେଶ କୁଜୁର ଆଶାଠାରୁ ଅଧିକ ପ୍ରଦର୍ଶନ କରିବାକୁ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, “ମୁଁ ଉଭୟ ୧୦୦ ମିଟର ଏବଂ ୨୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ବେଶ ଉତ୍ସାହିତ ଅଛି! ଏହା ମୋର ପ୍ରଥମ ସୁଯୋଗ ଏବଂ ଚଳିତ ବର୍ଷ ମୋର କ୍ରମାଗତ ଭଲ ପ୍ରଦର୍ଶନ ପାଇଁ ମୁଁ ଗର୍ବିତ। ମୋତେ ଏଥିରେ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ପୁରସ୍କାରର ସମ୍ମାନ ମଧ୍ୟ ମିଳିଛି। ମୁଁ ମୋର ଫଳାଫଳକୁ ନେଇ ଖୁସି, କିନ୍ତୁ ମୁଁ ଜାଣେ ମୁଁ ଆହୁରି ଭଲ କରିପାରିବି।” ସେ ଆହୁରି ମଧ୍ୟ କହିଛନ୍ତି, “ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସି ସହିତ ଦୁଇ ବର୍ଷ ପୂର୍ଣ୍ଣ ହେବା ଅବସରରେ ମୁଁ ଆମର ପୁରା ଦଳକୁ ଗଭୀର କୃତଜ୍ଞତା ଜଣାଉଛି। ମୋର କୋଚ୍ ଏବଂ ଫିଜିଓଥେରାପିଷ୍ଟ ଠାରୁ ଆରମ୍ଭ କରି ସାଇକୋଲୋଜିଷ୍ଟ୍, ପରାମର୍ଶଦାତା, ମିଡିଆ ଟିମ୍, ଡାଇନିଂ ଷ୍ଟାଫ୍ ଏବଂ ମୋର ସମସ୍ତ ସପୋର୍ଟ ଷ୍ଟାଫ୍, ମୋର ଯାତ୍ରାରେ ଏହି ସମସ୍ତଙ୍କର ସାହାଯ୍ୟ ଅମୂଲ୍ୟ ଅଟେ। ଆପଣ ସମସ୍ତେ ମୋର ବିକାଶ ଏବଂ ସଫଳତା ପାଇଁ ଯୋଗଦାନ ଦେଇଛନ୍ତି ଏବଂ ସେମାନଙ୍କ ସମର୍ଥନ ବିନା ମୁଁ ଏହି ସ୍ଥାନକୁ ଯାଇପାରିନଥାନ୍ତି।” ଅନିମେଶ ଫାଇନାଲରେ ଯଥାକ୍ରମେ ୧୦.୪୦ ଏବଂ ୨୦.୬୫ ସେକେଣ୍ଡ ସମୟ ସହିତ ୧୦୦ ମିଟର ଏବଂ ୨୦୦ ମିଟର ଇଭେଣ୍ଟରେ ନିଜର କମାଲ ଦେଖାଇଥିଲେ। ସେ ଉଭୟ ଇଭେଣ୍ଟରେ ପୁରୁଣା ମିଟ୍ ରେକର୍ଡକୁ ମଧ୍ୟ ଅତିକ୍ରମ କରିଥିଲେ। ୨୦୦ ମିଟର ଇଭେଣ୍ଟରେ ପୂର୍ବ ମିଟ୍ ରେକର୍ଡ ତାଙ୍କ ନାମରେ ଥିଲା।

ମହିଳା ହାମର ଥ୍ରୋରେ ତାନିଆ ଚୌଧୁରୀ ୫୪.୪୩ ମିଟର ଦୂରତା ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଚପିସିର ଅନ୍ୟତମ ପ୍ରତିଭାବାନ ଆଥଲେଟ୍ ଯଶବୀର ନାୟକ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ୭୦୦୦ ପଏଣ୍ଟ ଅତିକ୍ରମ କରି ବହୁ ପ୍ରତୀକ୍ଷିତ ଡେକାଥଲନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।ଏହି ଟାଇଟଲ୍ ଜାତୀୟ ସ୍ତରରେ ଯଶବୀରଙ୍କର ପ୍ରଥମ ଟାଇଟଲ୍। ଏହା ବ୍ୟତୀତ, ପ୍ରତିଭାବାନ ରତିଶ ପି. ୧୪.୫୬ ପ୍ରୟାସରେ ପୁରୁଷ ୧୦୦ ମିଟର ବାଧାଦୌଡରେ ରୌପ୍ୟ ପଦକ ଜିତିଛନ୍ତି, ଯାହା ତାଙ୍କ ପାଇଁ ଏକ ନୂତନ ବ୍ୟକ୍ତିଗତ ଶ୍ରେଷ୍ଠ ହୋଇଛି।

Post Views: 47
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In