• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରାଜସ୍ୱମନ୍ତ୍ରୀଙ୍କ ସୂଚନା: ଶିଳ୍ପ ଭିତ୍ତିଭୂମି,ପରିବେଶ ସୁରକ୍ଷା ନେଇ ଖୁବ୍‌ଶୀଘ୍ର ମାର୍ଗଦର୍ଶିକା

by Voice of Victims
October 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରାଜସ୍ୱମନ୍ତ୍ରୀଙ୍କ ସୂଚନା: ଶିଳ୍ପ ଭିତ୍ତିଭୂମି,ପରିବେଶ ସୁରକ୍ଷା ନେଇ ଖୁବ୍‌ଶୀଘ୍ର ମାର୍ଗଦର୍ଶିକା

ଭୁବନେଶ୍ୱର: ଶିଳ୍ପ ଭିତ୍ତିଭୂମି ଓ ପରିବେଶ ସୁରକ୍ଷା ନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର୍ର ମାର୍ଗଦର୍ଶିକା ଜାରି କରିବାକୁ ଯାଉଛନ୍ତି। କାରଣ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ। ଖଣିଜ ପଦାର୍ଥ ସହ ଜଳ ସମ୍ପଦ ଓ ଜଙ୍ଗଲ ସମ୍ପଦ ଭରପୁର ରହିଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଏସବୁର ବିନିଯୋଗର ଆବଶ୍ୟକତା ରହିଛି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବଡ଼ ବଡ଼ ଶିଳ୍ପପତିମାନେ ବି ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଅଧିକ ପରିମାଣର ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ସଫଳ ପ୍ରୟାସ ଜାରି ରହିଛି। ଶୁୁକ୍ରବାର ଗଣାମାଧ୍ୟମ ଆଗରେ ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଶିଳ୍ପ ପ୍ରତିଷ୍ଠା ହେବା ଦରକାର। ଏହାଦ୍ୱାରା ରାଜ୍ୟକୁ ଅଧିକ ପରିମାଣରେ ରାଜସ୍ୱ ମିଳିବ। ରାଜ୍ୟରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ସେଥିପାଇଁ ରାଜ୍ୟ ସରକାର ଶିଳ୍ପ ବିକାଶ ସହିତ ପରିବେଶ ସୁରକ୍ଷା ନେଇ ଅଧିକ ଯତ୍ନବାନ ହୋଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ନିବେଶକ ସମ୍ମିଳନରେ ୱାନ ଟୁ ୱାନ ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଇକୋ-ସିଷ୍ଟମ ସଂପର୍କରେ ନିବେଶକାରୀଙ୍କୁ ସ୍ପଷ୍ଟ କରିଥିଲେ। ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିସନର, କନ୍‌ସଲ୍ ଜେନେରାଲ୍‌, ଟ୍ରେଡ୍ କମିସନର ଓ କୂଟନୀତିଜ୍ଞମାନେ ଏହି ଆଲୋଚନାରେ ଭାଗନେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏସବୁ ସମ୍ଭବ। ଡବଲ ଇଞ୍ଜିନ ସରକାର ପାଇଁ ରାଜ୍ୟର ବି ଭବିଷ୍ୟତ ଉଜ୍ଜ୍ୱଳ। ୨୦୨୫ ଜାନୁଆରୀ ୨୮ ଓ ୨୯ରେ ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍‌’ ଆୟୋଜନ ନେଇ ଦିନଧାର୍ଯ୍ୟ କରାଯାଇଛି। ଏହି କନକ୍ଲେଭ୍ ଭାରତର ସର୍ବବୃହତ୍ତ ଶିଳ୍ପ ସମାବେଶ ହେବ। ରାଜ୍ୟରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ୍ ଏନର୍ଜି, ପେଟ୍ରୋ କେମିକାଲ୍‌ସ, ଇଲେକ୍ଟ୍ରୋନିକସ, ଫୁଡ୍ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ଅପାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଓଡ଼ିଶାରେ ଶିଳ୍ପ ବାତାବରଣ ଓ ପୁଞ୍ଜିନିବେଶ ଉପରେ ଆଲୋଚନା ସଫଳ ହୋଇଛି ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ନୁୂଆଦିଲ୍ଲୀରେ ନିବେଶକ ସମ୍ମିଳନୀ ଶେଷକରି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରି ଆସିଛନ୍ତି। ତେବେ ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ, ଶହେ ଦିନରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି ଏବଂ ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ବଡ଼ ଲକ୍ଷ୍ୟ ରହିଛି। ସେହିପରି ପୁଞ୍ଜି ନିବେଶ ପାଇଁ ଓଡ଼ିଶା ବେଷ୍ଟ ଡେଷ୍ଟିନେସନ ବୋଲି ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ପ୍ରକାଶ କରିଥିଲେ। (ଜିତେନ୍ଦ୍ର)

Post Views: 29
Tags: Information from the Minister of Revenue: Immediate Guidance on Industrial Infrastructure
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In