• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୨୦୦ ଫୁଟ୍ ତଳକୁ ଖସିଲା ବରଯାତ୍ରୀ ବସ୍‌, ୩୦ ମୃତ

by Voice of Victims
October 5, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
୨୦୦ ଫୁଟ୍ ତଳକୁ ଖସିଲା ବରଯାତ୍ରୀ ବସ୍‌, ୩୦ ମୃତ

ଡେରାଡୁନ୍‌ : ଉତ୍ତରାଖଣ୍ଡର ପୌଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩୦ଜଣ ପ୍ରାଣ ହରାଇଛନ୍ତି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟି ଅଞ୍ଚଳ ଦେଇ ପାହାଡ ଚଢ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ବସ୍‌ଟି ୨୦୦ ଫୁଟ୍ ତଳକୁ ଖସି ପଡିବାରୁ ଏହି ଅଘଟଣ ଘଟିଛି। ଏହି ଘଟଣାରେ ୨୫/୩୦ ଲୋକ ଆହତ ମଧ୍ୟ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ ପୌଡି ଜିଲ୍ଲାରେ ଏକ ବିବାହ ସମାରୋହ ପାଇଁ ଶୁକ୍ରବାର ବରଯାତ୍ରୀଙ୍କୁ ନେଇ ଏକ ବସ୍ ବାହାରିଥିଲା। ଏହି ବସ୍ ହରିଦ୍ୱାର ନିକଟ ଲାଲ ୱାଙ୍ଗ ଅଞ୍ଚଳରୁ ପୌଡି ଜିଲ୍ଲାର ବିରୋନଖାଲ ଗ୍ରାମକୁ ଯାଉଥିଲା। ତେବେ ଗନ୍ତବ୍ୟସ୍ଥଳ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପୁଲିସ୍ ପଠାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଏହି ଦୁର୍ଘଟଣା ଖବର ମିଳିବା ପରେ ଉତ୍ତରାଖଣ୍ଡ ବାଚସ୍ପତି ରିତୁ ଖଣ୍ଡୁରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପରିସ୍ଥିତି ସମ୍ପର୍କରେ ପଚାରିବୁଝିଥିଲେ। ଏହା ପରେ ସେ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତାହତଙ୍କ ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Post Views: 82
Tags: Wedding bus fell 2000 feet
Share201Tweet126Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In