• About Us
  • Contact Us
Friday, September 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

by Voice of Victims
September 25, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି କ୍ୟାନସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼େଇ କରୁଥିବା ମୁସ୍ତାକ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ଚାରି ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ଅନେକ ସହାୟକ ଓ ହାସ୍ୟ ଚରିତ୍ରରେ ନିଜର ଅପ୍ରତିଦ୍ୱନ୍ଦ୍ୱୀ ଅଭିନୟର ଛାପ ଛାଡ଼ିଛନ୍ତି। ଛୋଟ ଭୂମିକା ହେଉ କିମ୍ବା ବଡ଼, ନିଜର ଦମଦାର୍ କମିକ୍ ଟାଇମିଂ ଯୋଗୁଁ ସେ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ।

ସେ ‘ଆଶିକି’, ‘ହମ୍ ହୈଁ ରାହି ପ୍ୟାର କେ’, ‘ହେରା ଫେରି’, ‘ଯୋଡ଼ି ନଂ-୧’, ‘ଗଦର: ଏକ ପ୍ରେମ କଥା’, ‘ମୁଝସେ ଶାଦି କରୋଗି’, ‘ୱେଲକମ୍’, ‘ୱାଣ୍ଟେଡ୍’, ‘ଓଏମ୍‌ଜି – ଓଃ ମାଇ ଗଡ୍’, ‘ଗଦର-୨’ ଏବଂ ‘ସ୍ତ୍ରୀ-୨’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ବିଶେଷକରି ୨୦୦୭ର ଲୋକପ୍ରିୟ କମେଡି ଫିଲ୍ମ ‘ୱେଲକମ୍’ରେ ନାନା ପାଟେକରଙ୍କ ‘ଉଦୟ ଭାଇ’ ଚରିତ୍ର ସହ ତାଙ୍କର ମଜାଦାର ଦୃଶ୍ୟ ଏବଂ ସଂଳାପ ଆଜି ବି ଦର୍ଶକଙ୍କ ମନରେ ସାଜା ରହିଛି। ଏହାସହ ‘ଗଦର’ ସିରିଜ୍‌ରେ ‘ଗୁଲ୍ ଖାନ୍’ ଚରିତ୍ରରେ ତାଙ୍କ ଅଭିନୟ ବେଶ୍ ଆଦୃତ ହୋଇଥିଲା। ଫିଲ୍ମ ବ୍ୟତୀତ ଟେଲିଭିଜନ ଜଗତରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ। ନିଜର ନିଆରା ସହାୟକ ଚରିତ୍ର ଓ ହାସ୍ୟ ଅଭିନୟ ମାଧ୍ୟମରେ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ଏହି ଅଭିନେତାଙ୍କ ବିୟୋଗରେ ହିନ୍ଦୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ଆବଶ୍ୟକତା ରହିଛି: ସୋଆ ଉପସଭାପତି
  • ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର, ଆଇଟିଇଆରରେ ନଶା ମୁକ୍ତି ୟୁବା – ବିକଶିତ ଭାରତ ୨.୦ କାର୍ଯ୍ୟକ୍ରମ ଆୟୋଜିତ
  • ବଜ୍ରପାତରୁ ମୁକୁଳିବାକୁ ୨ଶହ ତାଳ ବିହନ ରୋପଣ 
  • ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
  • ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In