• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କୃଷି ବିଭାଗର ବୈଠକ, କୃଷକଙ୍କ ପାଇଁ ଜାରୀ ହେଲା ଜରୁରୀ ନମ୍ବର

by Voice of Victims
October 21, 2024
in ମୁଖ୍ୟ ଖବର, ରାଜ୍ୟ
ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କୃଷି ବିଭାଗର ବୈଠକ, କୃଷକଙ୍କ ପାଇଁ ଜାରୀ ହେଲା ଜରୁରୀ ନମ୍ବର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଆଜି କୃଷି ଭବନସ୍ଥିତ ବୋର୍ଡରୁମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀବୃନ୍ଦ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ଆତଙ୍କିତ ନ ହୋଇ ସତର୍କ ତଥା ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୃଷି ଭବନ ତଥା ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଅକେଫାବର ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦେଇଥିବାବେଳେ ଫସଲ ସମ୍ବନ୍ଧୀୟ ଯେକୌଣସି ପରାମର୍ଶ ପାଇଁ ଚାଷୀମାନେ କୃଷକ ସମୃଦ୍ଧ ହେଲା ଲାଇନ (୧୫୫୩୩୩) ଏବଂ ସୋସିଆଲ ମିଡ଼ିଆର ସହାୟତା ନେବା ପାଇଁ କହିଛନ୍ତି। ଫସଲ ସ୍ଥିତି ବିଶେଷ କରି ଅମଳକ୍ଷମ ଧାନ, ମକା, କପା, ମଣ୍ଡିଆ ଓ ରବି ଜାତୀୟ ପନିପରିବା ଚାଷର ସ୍ଥିତି ଓ ଏହାର ସୁରକ୍ଷା ନେଇ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଉପକୂଳ ଅଞ୍ଚଳର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ନିଜ ଅଞ୍ଚଳରେ ଏହି ସତର୍କତାମୂଳକ ପରାମର୍ଶ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ କୁହାଯାଇଥିଲା । ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Post Views: 66
Tags: Agriculture department meets
Share198Tweet124Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In